ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଧାଂଶୁ ଜେନା ପିସିସି ର ଝାରସୁଗୁଡା ଜିଲ୍ଲା କଂଗ୍ରେସ ର ପର୍ଯ୍ୟବେକ୍ଷକ ଭାବେ ମନୋନୀତ

ସୁଧାଂଶୁ ଜେନା ପିସିସି ର ଝାରସୁଗୁଡା ଜିଲ୍ଲା କଂଗ୍ରେସ ର ପର୍ଯ୍ୟବେକ୍ଷକ ଭାବେ ମନୋନୀତ

ବସ୍ତା, 26/08:ବସ୍ତା କଂଗ୍ରେସ ର ଯୁବ ନେତା ବାଲେଶ୍ବର ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନା ପ୍ରଦେଶ କଂଗ୍ରେସ କମିଟି ର ନୁତନ ଅଭିଯାନ ରେ ଗତକାଲି ର ଗୁରୁତ୍ବପୂର୍ଣ୍ଣ ଦିଲ୍ଲୀ ବୈଠକ ପରେ ପ୍ରଦେଶ କଂଗ୍ରେସ କମିଟି ର ଝାରସୁଗୁଡା ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ଭାବେ ଯୁବ ନେତା ସୁଧାଂଶୁ ଶେଖର ଜେନା ଙ୍କ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଅଜୟ ଲୁଲୁ ଘୋଷଣା କରାଯାଇଛି ଶ୍ରୀ ଜେନା କଂଗ୍ରେସ ଦଳର ବହୁ ଗୁରୁତ୍ୱପୁର୍ଣ୍ଣ ଦାୟିତ୍ବ ସଫଳତା ର ସହିଦ ସମ୍ପାଦନା କରି ଉଚ୍ଚ ନେତୃତ୍ବ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରୀ ଜେନା ଙ୍କ ସମେତ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ମହିଳା କଂଗ୍ରେସ ର ସୁସ୍ମିତା ପଣ୍ଡା ମଧ୍ୟ ଝାରସୁଗୁଡା ଜିଲ୍ଲା ପାଇଁ ମନୋନୀତ ହୋଇଛନ୍ତି।

ଏହି ଦାୟିତ୍ବ ପାଇଁ ଶ୍ରୀ ଜେନା ଅଖିଳ ଭାରତୀୟ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଅଜୟ ଲୁଲୁ ପିସିସି ସଭାପତି ଭକ୍ତ ଚରଣ ଦାଶ ଅଖିଳ ଭାରତୀୟ କଂଗ୍ରେସ କମିଟି ର ସଦସ୍ୟ ନବଜ୍ୟୋତି ପଟ୍ଟନାୟକ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ସୁରୁଜଓନା ଚୈଧୁରି ବାଲେଶ୍ବର ଜିଲ୍ଲା କଂଗ୍ରେସ କମିଟି ର ସଂଯୋଜକ ସଂଜୀବ ଗିରି ଙ୍କ ସମେତ ବାଲେଶ୍ବର ଜିଲ୍ଲା କଂଗ୍ରେସ ର ସମସ୍ତ ନେତୃତ୍ବ ଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଗାମୀ ଦିନରେ ଦଳର ସମସ୍ତ ଦାୟିତ୍ୟ କୁ ହୃଦୟ ର ସହିତ କର୍ତ୍ତବ୍ୟ ଭାବି ସମ୍ପାଦନ କରିବେ ବୋଲି ସେ ପ୍ରକାଶ କରିଛନ୍ତି। 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ‘ମାସା’ ତରଫରୁ ଦାବିପତ୍ର

masiha

ହାତୀଗାଁ ରୁ କମକାଧଡ଼ଗି ରାସ୍ତା ଅତି ଶୋଚନୀୟ

Sunil Chandra Nayak

ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!