ଦୈନିକ ଅପରାହ୍ନ ର ବାର୍ଷିକୋତ୍ସବ ୨୦୨୫
ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଓ କବିତା କୁମ୍ଭପର୍ବ, ପୁସ୍ତକ ଉନ୍ମୋଚନ ଓ ସୃଜନଶ୍ରୀ ସମ୍ମାନ ପ୍ରଦାନ ଉତ୍ସବ
କୁଞ୍ଜବିହାରୀ ରାଉତ ଙ୍କୁ ସୃଜନଶ୍ରୀ ସମ୍ମାନ …..
ରାଉରକେଲା : ବାଲେଶ୍ଵରରୁ ପ୍ରକାଶ ପାଉଥିବା ଦୈନିକ ଖବରକାଗଜ ଅପରାହ୍ନ ର ବାର୍ଷିକ ଉତ୍ସବ, ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ, କବିତାକୁମ୍ଭ ପର୍ବ, ପୁସ୍ତକ ଉନ୍ମୋଚନ ଓ ସୃଜନଶ୍ରୀ ସମ୍ମାନ ପ୍ରଦାନ ଦ୍ବିଦିବସୀୟ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ସଦନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ର ସହଯୋଗ, ଅପରାହ୍ନ ର ସମ୍ପାଦକ ବଂଶୀଧର ଜେନା ଙ୍କ ସଭାପତିତ୍ବ ଓ ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ର ପରିଚାଳିକା ଲକ୍ଷ୍ମୀପ୍ରିୟା ଦାସ ଙ୍କ ଆବାହକତ୍ଵ ପ୍ରଥମ ପର୍ଯ୍ୟାୟର ସଂଯୋଜକ ଇଏସ ଆର୍ଯ୍ୟବର୍ତ୍ତ ଙ୍କ ସଂଯୋଜନା ଓ ଘନଶ୍ୟାମ ବିଶ୍ବାଳଙ୍କ ପୈ।ରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପ୍ରାକ୍ତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା,ଶାସକ ଦଳର ଉପ ମୁଖ୍ୟ ସଚେତକ
ତଥା ରେମୁଣା ବିଧାୟକ ଗୋପାଳ ଦାସ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କବି ଡ ଲକ୍ଷ୍ମୀକାନ୍ତ ତ୍ରିପାଠୀ,କବି ପ୍ରଶାନ୍ତ ଦାସ, ବାଲେଶ୍ଵର ପ୍ରେସ କ୍ଲବ ସଭାପତି ବିପ୍ଳବ ମହାନ୍ତି, ଆଇନଜୀବୀ ରାମଚନ୍ଦ୍ର ଜେନା , କବି ପବିତ୍ର ପାଣିଗ୍ରାହୀ, ପ୍ରାକ୍ତନ ମନ୍ତ୍ରୀ ତଥା ଜଳେଶ୍ଵର ବିଧାୟକ ଅଶ୍ବିନୀ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆବାହିକା ଶ୍ରୀମତୀ ଦାସ ସ୍ବାଗତ ଭାଷଣ ସହ ସମ୍ପର୍କର ମହକ,ଫୁଲର ବିବିଧତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ ପୁସ୍ତକ ସମାଜକୁ ଆଗକୁ ନେବାରେ ସାହାଯ୍ୟ କରେ, ଉଦ୍ଘାଟକ ଇଂ ଜେନା ପୁସ୍ତକ ମାଧ୍ୟମରେ ଜ୍ଞାନ ବାଣ୍ଟିବା ତଥା ଉପବାସ କିପରି ମାନସିକ ଶକ୍ତି ପ୍ରଦାନ ସହ ଶ୍ରୀଚୈତନ୍ୟଙ୍କ ଦେହାନ୍ତ ପରର ଅବସ୍ଥା ସମ୍ପର୍କରେ, ସମ୍ମାନିତ ଅତିଥି ବିଧାୟକ ଶ୍ରୀ ପାତ୍ର ତାଙ୍କ
ବକ୍ତବ୍ୟରେ କହିଲେ ଯେ ଅବ୍ୟକ୍ତ କୁ ବ୍ୟକ୍ତ କରିପାରେ ସାହିତ୍ୟ, ସାହିତ୍ୟ ସାଧନାର ଶେଷ ନଥାଏ ଓ ସାହିତ୍ୟିକ ଙ୍କ ସାଧନାର ମୂଲ୍ୟ କେହି ଦେଇପାରିବେ ନାହିଁ,କବି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ସାହିତ୍ୟ ସମାଜକୁ,ମାନସ ଚିନ୍ତନ କୁ ଉର୍ଦ୍ଧାୟିତ କରିବା ଓ ଲେଖୁ ଲେଖୁ ସାହିତ୍ୟିକ ହେବାକୁ ଚେଷ୍ଟା କରିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି କବି ଡ଼ଃ ତ୍ରିପାଠୀ ୧୯୧୬ ରେ ବାଲେଶ୍ଵରରେ ହୋଇଥିବା ଉତ୍କଳ ସମ୍ମିଳନୀ ସମ୍ପର୍କରେ ଓ କବି ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଲେ ଯେ କବିତା ସମ୍ପର୍କର ସେତୁ ଭଳି କାମ କରିଥାଏ, କବିତା ଲୁହର ସ୍ବାଦ, ଦୁଃଖ କଣ ବୁଝିଥାଏ, ସ୍ବପ୍ନ ଦେଖିଥାଏ, ସାମ୍ବାଦିକ ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ସାମ୍ବାଦିକ ଓ ସାହିତ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ମତ ରଖିଥିଲେ। ଏହି ଅବସରରେ ରାଜ୍ୟର ବିଭନ୍ନ ଲେଖକଙ୍କ ରେକର୍ଡ ସଂଖ୍ୟକ ୨୮ ଟି ପୁସ୍ତକ କୁ ଅତିଥି ମାନଙ୍କ ଦ୍ବାରା ଲୋକାର୍ପିତ କରାଯାଇଥିଲା। ପରେ ଦ୍ବିତୀୟ ପର୍ଯ୍ୟାୟର କବିତା କୁମ୍ଭ ପର୍ବରେ ଡ଼ଃ ସବିତା ଶତପଥୀ ଙ୍କ ସଂଯୋଜନାରେ ଡ ହରିଶ୍ଚନ୍ଦ୍ର ବେହେରା, ବିଦେଶୀ ନାୟକ, ପବିତ୍ର ପାଣିଗ୍ରାହୀ ଡ ସୁଚିତ୍ରା ପାଣିଗ୍ରାହୀ, ଭରତ ଚନ୍ଦ୍ର ଦାସ,କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ କବିତା କିପରି ସମାଜ ଗଠନରେ ତଥା କବିମାନେ କିପରି ସୃଜନତା ର ଇଶ୍ଵର ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟର ୩୦ଟି ଜିଲ୍ଲା ତଥା ବାଙ୍ଗାଲୋର, କଲିକତା, ଖଡ଼ଗପୁରରୁ ଆସିଥିବା ପ୍ରାୟ ୩୦୦ କବି ସ୍ବରଚିତ କବିତା ପାଠ କରିଥିଲେ। ପ୍ରତ୍ୟେକ କବିଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା। ସେହିପରି ୩୦ଟି ଜିଲ୍ଲାର ସଂଯୋଜକ ଓ ସାମ୍ବାଦିକ ତଥା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ଙ୍କ ସମେତ ୩୦ ଜଣ ବିଶିଷ୍ଟ ବ୍ୟକ୍ତି ଙ୍କୁ ସୃଜନଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସୁନ୍ଦରଗଡ ଜିଲ୍ଲାର ସଂଯୋଜକ ଭାବେ ନିରୁପମା ପତି ଓ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ସଂଯୋଜନାରେ କବି ସୁଶାନ୍ତ କୁମାର ନାୟକ ଓ କୁଞ୍ଜବିହାରୀ ରାଉତଙ୍କୁ ସୃଜନଶ୍ରୀ ସମ୍ମାନ, ପଣ୍ଡିତ ନିଶିକାନ୍ତ ମିଶ୍ରଙ୍କୁ କବିତା କୁମ୍ଭ ସମ୍ମାନ ପ୍ରଦାନ କରାଯାଇଥିଲା ବେଳେ ସମସ୍ତେ ସ୍ବରଚିତ କବିତା ପାଠ କରିଥିଲେ । ସେହିପରି ଦ୍ବିତୀୟ ଦିବସ ପ୍ରଥମ ପର୍ଯ୍ୟାୟର ସଂଯୋଜକ ସମ୍ମିଳନୀରେ ଅତିଥି ଭାବେ କବି ପ୍ରଶାନ୍ତ ଦାସ,ଯୁଗଶ୍ରୀ ଯୁଗନାରୀ ର ସମ୍ପାଦକ ମମତା ମହାପାତ୍ର, କବି କାଳିକିଙ୍କର ଦାସ, ବ୍ରଜେନ୍ଦ୍ର ଗିରି, ଅଧ୍ୟାପକ ଡ ନୀଳକଣ୍ଠ ପଣ୍ଡା ପ୍ରମୁଖ ଯୋଗଦେଇ ଅପରାହ୍ନ ର ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ବୋଲି ମତ ରଖିଥିଲେ। ଶ୍ରୀମତୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ କବିତା ଲେଖିବା ସହଜ କଥା ନୁହେଁ। ମାନସିକ ସଂଘର୍ଷ ସହ ବହୁତ ପଢିବାକୁ ପଡେ। କବିତା ଲେଖିଦେଲେ ହୁଏନାହିଁ,ତାକୁ ପାଳନ କରିବାକୁ ପଡ଼େ। କବି ଚିରକାଳ ଅମର। କବିତା କୁ ଜାତୀୟ ସମ୍ପତ୍ତି ରୂପେ ଗଢ଼ିବାକୁ ଓ ଅମର ସୃଷ୍ଟି ସମ୍ପର୍କରେ ମତ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଡ଼ ସବିତା ଶତପଥୀଙ୍କ ସଂଯୋଜନାରେ ପ୍ରିଣ୍ଟର ର ପରିଚାଳିକା ଶ୍ରୀମତୀ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟଅତିଥି ଭାବେ ବସ୍ତା ବିଧାୟିକା ତଥା ରେବତୀ ପତ୍ରିକା ର ସମ୍ପାଦକ ସୁବାସିନୀ ଜେନା , ଉଦ୍ଘାଟକ ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ ଅରୁଣ ସାହୁ, ବକ୍ତା ଭାବେ କବି ରକ୍ଷକ ନାୟକ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା କବି ରଞ୍ଜନ କୁମାର ବାଗ୍, ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ,ବହିଘର ପ୍ରକାଶକ ଅଭୟ ଦାସ, ସମାଜସେବୀ ଗିରିଶ ଦାସ ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସୁସ୍ଥ ସମାଜ ଗଠନରେ ଲେଖକଙ୍କ ଦାୟିତ୍ଵ ଅନେକ। ସାହିତ୍ୟିକ ମାନେ ଚାହିଁଲେ ସମାଜକୁ ବଦଳାଇ ଦେଇ ପାରିବେ। ସମାଜରେ ସମାନତା ଆଣିବା ପାଇଁ ପ୍ରୟାସ ହେବା ଦରକାର। ସେହିପରି କୃତଜ୍ଞତା ଏପରି ଏକ ଶବ୍ଦ ଯାହା ସାହିତ୍ୟିକ ଓ ବ୍ୟକ୍ତିତ୍ଵ ବିକାଶରେ ସାହାଯ୍ୟ କରିଥାଏ। ଏହି ଅବସରରେ କବିତାକୁମ୍ଭ ରେ ପାଠ କରିଥିବା ଶ୍ରେଷ୍ଠ ୨୦ ଜଣ କବିଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଦ୍ବିତୀୟ ଦିବସର ପ୍ରାରମ୍ଭରେ ୩୦ ଜିଲ୍ଲାରୁ ଆସିଥିବା ସଂଯୋଜକ ମାନଙ୍କୁ ଆଦିବାସୀ ନୃତ୍ୟର ତାଳେ ତାଳେ ସମ୍ପାଦକ ଶ୍ରୀ ଜେନା ମଞ୍ଚକୁ ପାଛୋଟି ନେଇଥିଲେ। ପରେ ସଂଯୋଜକ ମାନେ ନିଜର ଅଭିଜ୍ଞତା କୁ ବଖାଣି ଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସୁଶ୍ରୀ ସୁଚିଶ୍ମିତା କର, ସୁଶ୍ରୀ ରଶ୍ମିତା ପରମାଣିକ, ଆଶିଷ କୁମାର, ଯଶୋବନ୍ତ ନାରାୟଣ ଓ ଅନ୍ୟମାନେ ସହଯୋଗ କରିଥିଲେ। ଶେଷରେ ଏହି ଦ୍ବିଦିବସୀୟ କାର୍ଯ୍ୟକ୍ରମ ସଫଳ ରୂପେ ସମାପନ ହୋଇଥିବାରୁ ସମ୍ପାଦକ ଶ୍ରୀ ଜେନା ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

