ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂକଳ୍ପ ସପ୍ତାହ ପାଳନ ନେଇ ପ୍ରସ୍ତୁତି ବୈଠକ 

ସଂକଳ୍ପ ସପ୍ତାହ ପାଳନ ନେଇ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୨୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ସଂକଳ୍ପ ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଏବିଡିଓ ପଦ୍ମନାଭ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅକ୍ଟୋବର ୩ ତାରିଖ ଠାରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ସଂକଳ୍ପ ସପ୍ତାହ ପାଳନ କରାଯିବ | ଏହି ୭ ଦିନରେ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ଏକ ସଂକଳ୍ପ, ସୁପୋଷିତ ପରିବାର, ସ୍ଵଛତା ଏକ ସଂକଳ୍ପ, କୃଷି ମହୋତ୍ସବ, ଶିକ୍ଷା ଏକ ସଂକଳ୍ପ, ସମୃଦ୍ଧି ଦିବସ ଏବଂ ସମାବେଶ ଓ ସମାରୋହ ଆଦି ବିଷୟରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ବିଷୟ ଉପରେ କାର୍ଯ୍ୟକ୍ରମ ମାନ ପାଳନ କରାଯିବ | ପଞ୍ଚାୟତ, ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ମେଡିକାଲ ଓ ଶେଷ ଦିନରେ ବ୍ଲକ କାର୍ଯ୍ୟ|ଳୟ ରେ ସଂକଳ୍ପ ଦିବସ ପାଳନ କରାଯିବ | ଏହି ବୈଠକରେ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ ଓ ରୋଜାଲିନ ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ପୀତବାସ ଗାହାଣ, ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପାଞ୍ଜଳି ସାମଲ, ବିଆରସି ଅଭିଳାଷ ପଟ୍ଟନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ମୁଦୁଲି, ପର୍ଶୁରାମ ମାଳୀ, କାଳୀପଦ କୀର୍ତ୍ତନିଆ, ଅର୍ଜୁନ ଭତ୍ରା, ହଳଧର ଜାନୀ ଓ ସମସ୍ତ ରାମରୋଜଗାର ସେବିକା ସେବକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁପ୍ରମାଣପତ୍ର ପାଇବା ବିଳମ୍ବ ନେଇ ଜନ ଅସନ୍ତୋଷ 

Sunil Chandra Nayak

ନବରଙ୍ଗପୁରଠାରେ ୭୯ ତମଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

Sunil Chandra Nayak

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ

masiha

Leave a Comment

error: Content is protected !!