ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାର ରେ ବିଭାଗୀୟ ତଦନ୍ତ 

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାର ରେ ବିଭାଗୀୟ ତଦନ୍ତ 

କଳାହାଣ୍ଡି ତା.୧୧.୧୧.୨୦୨୩ କଳାହାଣ୍ଡି ଜିଲ୍ଲାରେ କୃଷିଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ହୋଇଥିବା ଗୁରୁତର ଅଭିଯୋଗ ହୋଇଥିଲା । ପ୍ରାୟ ୨୩ ରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଉଥିବା ବେଳେ ଏହାର ସୁଯୋଗ ନେଇ ଅସାଧୁ ଡିଲର ମାନେ ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା । 

      ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ କୃଷିବିଭାଗ ତରଫରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ସେ ସମୟରେ ଭେଲି ଘଟଣାରେ ସମଗ୍ର ଓଡିଶାରେ ତୁମ୍ଭି ତୋଫାନ ଚାଲିଥିବା ବେଳେ କେତେ ଜଣ ଅସାଧୁ ଡିଲରଙ୍କୁ ଗିରଫ କରାଯାଇଥିବାର ଜଣାପଡିଥିଲା । କଳାହାଣ୍ଡି ଜିଲ୍ଲାରେ ଅସାଧୁ ଡିଲର ମାନଙ୍କ ଦ୍ୱାରା ଏହି ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହେଉଥିଲା । ଡିଲର ମାନଙ୍କ ପକ୍ଷରୁ ତଦନ୍ତ ସହିତ ସଂଶ୍ଳିଷ୍ଟ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇବାର ଉଦ୍ୟମ କରାଯିବା ସହିତ ଜିଲ୍ଲା କୃଷି ବିଭାଗ ଦପ୍ତର ମାନଙ୍କରେ ଡିଲର ମାନଙ୍କ ସପକ୍ଷରେ ଲବି ଆରମ୍ଭ କରାଯାଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ମଧ୍ୟ ବିଭିନ୍ନ ପ୍ରକାର ଚାପ ପକାଇବାର ଯୋଜନା ଜଣାପଡିବା ପରେ ସେସଂପର୍କରେ ରାଜ୍ୟ ଭିଜିଲାନ୍ସ ବିଭାଗ ଉକ୍ତ ଘଟଣାର ତଦନ୍ତ କରିଥିବା ଜଣାପଡିଛି । ହେଲେ ଅସାଧୁ ଡିଲର ମାନେ ବିଭିନ୍ନ ଉପାୟରେ ସରକାରୀ ନୀତି ନିୟମ ଆଖିରେ ଧୁଳି ପକାଇ ସଫଲ ହୋଇଯାଇଥିବା ଦେଖାଯାଉଛି । ଯାହାଫଳରେ ମାତ୍ର ଅଳ୍ପ କିଛି ପ୍ରଲୋଭନରେ ପଡି ସରକାରୀ ସବସିଡି ୬ଲକ୍ଷ ଟଙ୍କାକୁ ଅନ୍ୟ ହାତରେ ଟେକିଦେଇଥିବା ନୀରିହ ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତି ର ହିଁ କ୍ଷତିହେବ ଏଥିରେ କୌଣସି ଦ୍ୱିମତ ହିଁ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ସରକାର ସେଭଲି ବ୍ୟକ୍ତି ବିଶେଷଙ୍କୁ ସବସିଡି ଯୋଗାଇ ଦେବାର କୌଣସି ମୂଲ୍ୟ ହିଁ ରହୁ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି । 

    କ୍ଲାସ, ୟନମାର ଭଲି ନାମୀ କାମ୍ପାନିର ହାରଭେଷ୍ଟର ସୋରୁମ ରେ ଏଭଲି ଅସାଧୁ କାରବାର ହୋଇଥିବା ଜନସାଧାରଣରେ ଅଭିଯୋଗ ହେବା ସହିତ ଜୟପାଟଣା ଅଂଚଳରେ ଥିବା ଜନୈକ ଅସା ଭୟବସାୟୀ ଙ୍କ ନାମରେ ଥିଭା କୃଷି ଯନ୍ତପାତି ନିର୍ମାଣ କାରଖାନା ମାଧ୍ୟମରେ ଏଭଲି ଅନେକ ହେରାଫେରି ହୋଇଥିବା ମଧ୍ୟ ଅଭିଯୋଗ ହେଉଛି । ଏହି ବ୍ୟବସାୟୀ ପୁର୍ବରୁ ରାସତା କଢରେ ପେଟ୍ରୋଲ, ମୋବିଲ ବିକ୍ରି କରୁଥିବା ବେଳେ କୃଷି ଯନ୍ତ୍ରପାତି ନିର୍ମାଣ ଓ ଯୋଗାଣ ଫେକ୍ଟ୍ରି କରି କୃଷି ବିଭାଗରୁ ଚାଷିଙ୍କୁ ସବସିଡିରେ ଯୋଗାଣ କରିଥିବା କାଗଜାତ ପ୍ରସ୍ତୃତ କରିଦେଇ ବିଲ ଉଠାଣ କରି ହେରାଫେରି କରୁଥିବା ଅଭିଯୋଗ ହେଉଛି । ଏହି ବ୍ୟବସାୟିଙ୍କ ଲମ୍ବାହାତ ଥିବା ଏବଂ ସେଥିପାଇଁ କୌଣସି ତଦନ୍ତ କାରୀ ସଂସ୍ଥା ପହଂଚି ପାରୁନଥିବା ଜନସାଧାରଣରେ ଆଲୋଚନା ହେଉଛି । 

  ଏସଂପର୍କରେ ଜୁନାଗଡ ଠାରେ କୃଷି ଜିଲ୍ଲା ଅଧିକାରୀ ରଂଜନ ପଟେଲଙ୍କୁ ପଚାରିବାରୁ ଏବେ ଆଉ ସେଭଲି ଭାବେ ସବସିଡି ଦିଆଯାଉନାହିଁ ଆପଣ ପରେ ଆସନ୍ତୁ ଏବେ କିଛି କହିହେବ ନାହିଁ ବୋଲି ବେଶ ହାଲୁକା ଭାବେ ଜବାବ ଦେଇଥିଲେ । ହେଲେ ଏଭଲି ଅସାଧୁ ବ୍ୟବସାୟୀ ମାନେ ବିଭିନ୍ନ ଚାଷୀ ମାନଙ୍କ ନାମରେ ଆସୁଥିବା ସବସିଡି ଟଙ୍କା ବାଟମାରଣା କରୁଥିବା ବେଳେ ପ୍ରକୃତ ହିତାଧିକାରୀ ସେହି ସବସିଡି ଟଙ୍କା ପାଇ ପାରୁନଥିବା ହେତୁ ସରକାରୀ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସ-ଷ୍ଟି ହେଉଛି । ଏସଂପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନିୟ ତଥ୍ୟ ପଦାକୁ ଆସି ପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ୍ 

Related posts

ସରକାରୀ ପ୍ରାଥମିକ ବିଦ୍ୟାଳୟ ୟୁ ଦିଶାରୀ ଗୁଡା ରେ ଅଭିଭାବକ/ଅଭିଭାବିକା,ଶିକ୍ଷକ୍/ଶିକ୍ଷୟତ୍ରୀ ଙ୍କ ବୈଠକ

Sunil Chandra Nayak

ଗଛରେ ପିଟି ହେଲା କାର,୧ମୃତ,୫ ଆହତ

Sunil Chandra Nayak

ମଘାମରl ବୁଢାଦେଓ ଯାତ୍ରା ରେ ଉଦବୋଧନ ଦେଲେ ରାଜ୍ୟସଭା ସାଂସଦ l ଆଦିବାସୀ ଗାରିମାମୟ ସଂସ୍କୃତି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରହିଛି 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort