ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ମାଟିରେ ଆସନ୍ତା ୩୦ ତାରିଖରେ ମୁଖ୍ଯମନ୍ତ୍ରୀଙ୍କ ଗସ୍ତକୁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ସ୍ୱାଗତ କରିବା ସହ ଭତ୍ତା ୩୦୦୦ଟଙ୍କା ଘୋଷଣା ଦାବି କରିଛି 

କଳାହାଣ୍ଡି ମାଟିରେ ଆସନ୍ତା ୩୦ ତାରିଖରେ ମୁଖ୍ଯମନ୍ତ୍ରୀଙ୍କ ଗସ୍ତକୁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ସ୍ୱାଗତ କରିବା ସହ ଭତ୍ତା ୩୦୦୦ଟଙ୍କା ଘୋଷଣା ଦାବି କରିଛି 

ମୋହନ ସରକାର ଗଠନକୁ ଆଜିକୁ ଦଶ ମାସ ହେଉଥିବା ବେଳେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କା ପ୍ରତିଶୃତିରେ ହିଁ ରହିଗଲା। ଆସନ୍ତା ମାର୍ଚ୍ଚ ୩୦ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ଭତ୍ତାଧିକାରୀମାନେ ଆଶାବାଦୀ ହୋଇ ଗରିବମାନଙ୍କ ପାଇଁ ଅନ୍ତୋଦୟ ଆବାସ ଯୋଜନା ଶୁଭାରମ୍ଭ କରିବା ସହ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ଟଙ୍କା ମୁଖ୍ଯମନ୍ତ୍ରୀ ଘୋଷଣା କରିବାନେଇ ଚାହିଁ ବସିଛନ୍ତି। ତେଣୁ ଆଜି ଭବାନିପାଟଣା ସହର ୧୦ନଂ ୱାର୍ଡ ସ୍ଥିତ ଗଉଡ ପଡା ଏବଂ ଡୁଙ୍ଗୁରିପଡାର ଭତ୍ତାଧିକାରୀଙ୍କୁ ନେଇ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନ” ତରଫରୁ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ସଂଗଠକ ଇଂ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦାନ ଦେଇ ଦଶମାସ ହେଲା ସରକାର ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ଘୋଷଣା ନ କରିବା ଦୁର୍ଭାଗ୍ଯଜନକ କହିବା ସହ ଆଗାମୀ ୩୦ତାରିଖରେ ମୁଖ୍ଯମନ୍ତ୍ରୀଙ୍କ ପ୍ରଥମ ଥର କଳାହାଣ୍ଡି ମାଟିକୁ ସ୍ୱାଗତ ଆମେ କରୁଛୁ ଏବଂ ଗରିବମାନଙ୍କ ପାଇଁ ଯେଉଁ ଅନ୍ତୋଦୟ ଆବାସ ଯୋଜନା ଶୁଭାରମ୍ଭ କରୁଛନ୍ତି ତା ସହ ସେହି ଗରିବମାନଙ୍କ ପାଇଁ ଦେଇଥିବା ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା କଳାହାଣ୍ଡି ମାଟିରେ ଘୋଷଣା କରନ୍ତୁ ବୋଲି ବୈଠକରେ ଦାବି ଉପସ୍ଥାପନା କରିଛନ୍ତି। ଏହି ବୈଠକରେ ବରିଷ୍ଠ ସଦସ୍ଯ ନିରୋଦ କୁମାର ଋାଉତ, ଏଡଭୋକେଟ୍ କ୍ଷିରୋଦ ନାଗ ଏବଂ ମଧୁଲାଲ ନାଏକ ନିଜ ନିଜ ମନ୍ତବ୍ୟ ରଖି ଯଦି ସରକାର ଶୀଘ୍ର ଘୋଷଣା ନ କରନ୍ତି ତାହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ସୌମ୍ୟରଂଜନ କର, କ୍ରୁଷ୍ଣ ରାଉତ, ସୌଭାଗ୍ଯ ପୋଢ ଓ ରୁକ୍ମୁଣୀ ଶବର ପ୍ରମୁଖ ସହଯୋଗ କରିଥିଲେ। 

( ମ ନି ସ ) 

Related posts

ଥୁଆମୁଳ ରାମପୁର ବ୍ଳକ ଠାରୁ ବିଛିନ୍ନାଞ୍ଚଳ ଭାବରେ ପୋଡାପଦର ଗ୍ରାମପଞ୍ଚାୟତ, ଗମନାଗମନ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ

Sunil Chandra Nayak

ଉତ୍କଳ ଆଇନ ମହାବିଦ୍ୟାଳୟ ତରଫରୁ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକରେ ଯୋଗଦେଲେ ୨ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ

Sunil Chandra Nayak

Leave a Comment

error: Content is protected !!