ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫଣ୍ଡାମେଣ୍ଟାଲସ୍‍ ଅଫ ଏଣ୍ଟରପ୍ରିନର୍‍ସିପ୍‍ ଆଣ୍ଡ୍‍ ଇ-କମର୍ସ ପୁସ୍ତକ ଉନ୍ମୋଚିତ

ଫଣ୍ଡାମେଣ୍ଟାଲସ୍‍ ଅଫ ଏଣ୍ଟରପ୍ରିନର୍‍ସିପ୍‍ ଆଣ୍ଡ୍‍ ଇ-କମର୍ସ ପୁସ୍ତକ ଉନ୍ମୋଚିତ

ଭବାନୀପାଟଣା : 28-03-2025 : ସ୍ଥାନୀୟ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଉଦ୍ୟମରେ ବିଜନେସ୍‍ ଆଣ୍ଡ ପ୍ରଫେସ୍‍ନାଲ୍‍ ଲିଡରସିପ୍‍ ସମ୍ପର୍କିତ ଏକ ଦୁଇ ଦିନିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କୁଳପତି ଡକ୍ଟର ନିବେଦିତା ନାଥ ସଭାପତିତ୍ୱ କରିଥିବାବେଳେ କୁଳସଚିବ ଶ୍ରୀ ପିତାମ୍ବର ଭୋଇ ସମ୍ମାନିତ ଅତିଥି ରୁପେ ଯୋଗଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିରୁପେ ଜିଲ୍ଲା ଯୁବ ଅଧିକାରୀ, ଏନ୍‍ୱାଇକେସ୍‍, କଳାହାଣ୍ଡି ଶ୍ରୀ ପ୍ରସନ୍ନ ମେହେର, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ଉମାଶଙ୍କର କର ପ୍ରମୁଖ ଏହି ଜାତୀୟ କର୍ମଶାଳା ରେ ଯୋଗଦେଇଥିଲାବେଳେ ଡକ୍ଟର ମଲ୍ଲିକା କୁମାର, ଆଭାସୀ ମାଧ୍ୟମରେ ଦିଲ୍ଲୀର ଶ୍ରୀରାମ କଲେଜ ଅଫ କମର୍ସ ରୁ ଯୋଗଦାନ କରିଥିଲେ । ଏହି କର୍ମଶାଳାକୁ ବାଣିଜ୍ୟ ବିଭାଗର ମୁଖ୍ୟ ଡକ୍ଟର ହଳଧର ସାହୁ ସଂଯୋଜନା କରିଥିବା ବେଳେ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବାଣିଜ୍ୟ ବିଭାଗର ଅନ୍ୟତମ ଅଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ସହଯୋଗୀ ଦୁର୍ଗା ମାଧବ ମହାପାତ୍ର ଓ ମିନତୀ ମହାନ୍ତୀ ଙ୍କ ଦ୍ୱାରା ଲିଖିତ ଶିକ୍ଷା ପୁସ୍ତକ “ଫଣ୍ଡାମେଣ୍ଟାଲସ୍‍ ଅଫ ଏଣ୍ଟରପ୍ରିନ୍‍ରସିପ୍‍ ଆଣ୍ଡ ଇ-କମର୍ସ” କୁ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ନିବେଦିତା ନାଥ, କୁଳସଚିବ ଶ୍ରୀ ପିତାମ୍ବର ଭୋଇ ଏବଂ ଅନ୍ୟାନ ଅତିଥିଗଣ ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି ପୁସ୍ତକଟି ନୁତନ ଶିକ୍ଷାନିତୀ -2020 ଅନୁସାରେ ପ୍ରସ୍ତୁତ ହୋଇ ସମଗ୍ର ଓଡିଶାରେ କଳା, ବିଜ୍ଞାନ ଓ ବାଣିଜ୍ୟର ସ୍ନାତକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦ୍ୱିତୀୟ ସେମିଷ୍ଟାରର ମଲ୍ଟିଡିସ୍‍ପ୍ଳିନାରୀ କୋର୍ସ – 2 ପାଠ୍ୟକ୍ରମରେ ସାମିଲ କରାଯାଇଅଛି । ଏହି ପୁସ୍ତକ ଲିଖନର ସଫଳତା ପାଇଁ କୁଳପତି, କୁଳସଚିବ ଏବଂ ଆନ୍ୟାନ ଅତିଥି ମାନେ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆଙ୍କୁ ଅଭିନନ୍ଦନ ଜଣାଇଥିଲେ ।  

( ମ ନି ସ ) 

Related posts

ଗୁରୁ ଲାକୋ ଚନ୍ଦ୍ରାଙ୍କ ପ୍ରତିମୁର୍ତ୍ତି ସ୍ଥାପନ  ନିମନ୍ତେ ପ୍ରସ୍ତୁତି ଜୋରଦାର

Sunil Chandra Nayak

ଖଡଗ ନଦୀ ଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ

Sunil Chandra Nayak

ନୂଆପଡା ଜିଲ୍ଲାପାଳ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ପ୍ରକାଶିତ କଲେ ଚୁଡାନ୍ତ ଭୋଟର୍ ତାଲିକା

Sunil Chandra Nayak

Leave a Comment

error: Content is protected !!