ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଲମ ଫାଉଣ୍ଡେସନର ବିଶ୍ବଶାନ୍ତି ମହାଯଜ୍ଞ

ରାଉରକେଲା/ ରାଉରକେଲା ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ କଟକ ସ୍ଥିତ ଗଡଚଣ୍ଡୀ ପୀଠରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ତଥା ଆହତ ଙ୍କ ଆରୋଗ୍ଯ କାମନା କରାଯାଇ ବିଶ୍ବ ଶାନ୍ତି ଯଜ୍ଞ ଆୟୋଜନ କରାଯାଇଥିଲା । ଏହି ଯଜ୍ଞରେ ଦଶ ମହାବିଦ୍ୟା ପୂଜା, ନବଗ୍ରହ, ବାସ୍ତୁ ଶାନ୍ତି, ହୋମ, ଚଣ୍ଡିପାଠ ଆଦି କରାଯାଇ ଏକହଜାର ଆହୁତୀ ଦିଆଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରତିମା ସାହୁ ମୁଖ୍ୟ କର୍ତ୍ତା ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମନ୍ଦିରର ମୁଖ୍ୟ ପଣ୍ଡିତ ଜଗନ୍ନାଥ ଶର୍ମା,ପରାମର୍ଶ ଦତ୍ତ, ବିଷ୍ଣୁ ପ୍ରସାଦ ଗୁରୁ, ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ପୂଜାପାଠ ଯଜ୍ଞରେ ସହାୟତା କରିଥିଲେ । ପରେ ଶ୍ରୀମତୀ ସାହୁ ଏସସିବି ମେଡିକାଲ କଲେଜ କୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟି ଫଳ ଓ ଓଆରଏସ ବଣ୍ଟନ କରିବା ସହ ସେମାନଙ୍କ ଭଲମନ୍ଦ କଥା ବୁଝିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ଏମ୍ ସି ଏଲ ପ୍ରତିନିଧି ହେଲେ ରାଜେଶ ରାୟ 

କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ,ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ୧୧୧ କୋଟି ସହାୟତା ଘୋଷଣା,ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କଲେ ରାଜ୍ୟସଭା ସାଂସଦ

ଧର୍ମପାରାୟଣ ମହିଳାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!