ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲା ଉପକଣ୍ଠ ରେ ଥିବା ସାଇ ଲକ୍ଷ୍ମୀ ନଗର ଅଞ୍ଚଳ କୁ ରାୟଗଡା ବିଧାୟକ ଅପୁଲୁ ସ୍ୱାମୀ କାଡ୍ରକା ଙ୍କ ପରିଦର୍ଶନ 

ରାୟଗଡା ଜିଲ୍ଲା ଉପକଣ୍ଠ ରେ ଥିବା ସାଇ ଲକ୍ଷ୍ମୀ ନଗର ଅଞ୍ଚଳ କୁ ରାୟଗଡା ବିଧାୟକ ଅପୁଲୁ ସ୍ୱାମୀ କାଡ୍ରକା ଙ୍କ ପରିଦର୍ଶନ 

ରାୟଗଡା. ରାୟଗଡା ଜିଲ୍ଲା ର ସଦର ବ୍ଲକ ଅନ୍ତର୍ଗତ ହାଲୁଆ ପଂଚାୟତ ର ବାରିଝୋଲା ଅଞ୍ଚଳ ରେ ଥିବା ସାଇ ଲକ୍ଷ୍ମୀ ନଗର ଟି ହାଲୁଆ ପଂଚାୟତ ରେ ଅଛି ସତ କିନ୍ତୁ ରାୟଗଡା ମୁନିସିପାଲିଟି ର ସୀମା ରେ ରହିଅଛି ଏହି ଅଞ୍ଚଳ ବାସି ନୂତନ ଭାବେ ଗଢି ଉଠିଥବା ବେଳେ ଏହି ଅଞ୍ଚଳ ଟି ନା ପଂଚାୟତ ନା ମୁନିସିପାଲିଟି ନଜର କୁ ଆସୁଅଛି କାରଣ ପଂଚାୟତ କହୁଛି ଅଞ୍ଚଳ ମୋର କିନ୍ତୁ ଭୋଟର ମୋର ନାହାନ୍ତି ବୋଲି କହୁଥିବା ବେଳେ ଏହି ଅଞ୍ଚଳ ବାସିନ୍ଦା ମାନଙ୍କର ଭୋଟର କାର୍ଡ ମୁନିସିପାଲିଟି ରେ ରହିଅଛି।କାରଣ ଏହି ଅଞ୍ଚଳ ବାସି ପ୍ରାୟ ମୁନିସିପାଲିଟି ର ବାସିନ୍ଦା ମାନେ ଆସି ନୂତନ ଘର କରି ରହିଅଛନ୍ତି. ଏଣୁ ଏହି ଅଞ୍ଚଳ ବାସି ପ୍ରଶାସନ କୁ କେତେ ଗୁହାରି କଲେ ମଧ୍ୟ ନା ପଂଚାୟତ ନା ମୁନିସିପାଲିଟି ବିଭାଗ ଦୃଷ୍ଟି ଦେଉନଥିବାରୁ ଏହି ଅଞ୍ଚଳ ର ବାସିନ୍ଦା ମାନେ କୌଣସି ମୌଳିକ ସୁବିଧା ଯଥା ପକ୍କା ରାସ୍ତା, ପାନୀୟ ଜଳ ଓ ଷ୍ଟ୍ରୀଟ ଲାଇଟ ପାଇ ପାରୁନାହାନ୍ତି. ଫଳରେ ଏହି ଅଂଚଳ ରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ, ଚୋରି, ରାହାଜାନି ଭଳି ବିଭିନ୍ନ ଘଟଣା ଘଟୁ ଥିବା ଦେଖିବାକୁ ମିଳିଛି ଏହି ଅସୁବିଧା ସମ୍ମୁଖୀନ ହେଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳ ବାସି ମିଳି ମିଶି ଏକା ସାଇ ଲକ୍ଷ୍ମୀ ନଗର ଏକତା ମଞ୍ଚ ଗଠନ କରି ନିଜ ନିଜର ପରିଶ୍ରମିକ ପ୍ରଦାନ କରି କିଛି କିଛି ରାସ୍ତା ମରାମତି ଓ ଆଲୁଅ ବ୍ୟବସ୍ଥା କରିଥିଲେ. ଏହି ଅଞ୍ଚଳ ବାସି ସ୍ଥାନୀୟ ସରପଞ୍ଚ, ବିଡ଼ିଓ ଓ ବିଧାୟକ ଙ୍କୁ ଆମନ୍ତ୍ରଣ କରି ଅଞ୍ଚଳ ପରିଦର୍ଶନ କରାଇଥିଲେ। ସରପଞ୍ଚ ଏହି ଅଞ୍ଚଳ ସମସ୍ୟା କୁ ଦୃଷ୍ଟି ଗୋଚର କରି ବା ସହ ପ୍ରଥମ ପର୍ଯ୍ୟାୟ ରେ ମୁଖ୍ୟ ରାସ୍ତା ର ଆଲୁଅ ପାଇଁ 12 ଗୋଟି ସୌର ଚାଳିତ ବିଦୂତ ଲଗାଇଲେ ଏବଂ ମୁଖ୍ୟ ରାସ୍ତା ଟିକୁ ପକା ରାସ୍ତା କରିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି. ସେହିପରି ପରି ଆମର ଅଞ୍ଚଳ ର ଅତିପ୍ରିୟ ବିଧାୟକ ଶ୍ରୀ ଆପଲ୍ଲା ସ୍ୱାମୀ କାଡ୍ରକା ସେ ଜିଲ୍ଲା ବାସି ସହର ବାସୀଙ୍କ ସୁଖ ଓ ଦୁଃଖର ବନ୍ଧୁ, ସେ ମହାଶୟ ପରିଦର୍ଶନ ସମୟ ରେ ଅଂଚଳ ବାସି ଙ୍କ ସମସ୍ୟା କୁ ଦେଖିବା ଓ ସେମାନଙ୍କ ଦୁଃଖ ଓ ଦୁର୍ଦଶା କୁ କିଛି ମାତ୍ରା ରେ ଦୂର କରିବା ପାଇଁ ପ୍ରଥମ ପର୍ଯ୍ୟାୟ ରେ ନିଜ ବିଧାୟକ ପାଣ୍ଠି ରୁ 10 ଗୋଟି ସୌର ଚାଳିତ ବିଦୂତ ପ୍ରଦାନ ନିମନ୍ତେ ନିର୍ଦେଶ ଦେଇଥିଲେ. ଏବଂ ରାସ୍ତା ନିମନ୍ତେ ରାୟଗଡା ସଦର ବିଡ଼ିଓ ଶ୍ରୀ ମିଶ୍ର ସାର ଙ୍କୁ ମଧ୍ୟ ସାଥି ନେଇ ଅଞ୍ଚଳ କିପରି ଉନ୍ନତି ହୋଇପାରିବ ଚେଷ୍ଟା କରିବାକୁ କହିଥିଲେ ସଦର ବିଡ଼ିଓ ଏହି ଅଞ୍ଚଳ ପାଁଇ ବିଶେଷ ଧ୍ୟାନ ଦେବା ପାଁଇ ଅଂଚଳ ବାସି ଙ୍କୁ ପ୍ରତିଶୃତି ଦେଇ ଥିଲେ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରଶାସନ ସହ ଆଲୋଚନା କରି କିପରି ପାନୀୟ ଜଳ ଏହି ଅଂଚଳ ବାସି ଯଥାଶୀଘ୍ର ପାଇଁ ପରିବେ ସେଥି ପାଇଁ ପ୍ରୟାସ କରାଯିବ ବୋଲି ଆମ ଅଂଚଳ ର ସରପଞ୍ଚ ଶ୍ରୀ ତାମିଆ ବାବୁ, ବିଡିଓ ସାର ଓ ଆମ ପ୍ରିୟ ବିଧାୟକ ପ୍ରତିଶୃତି ଦେଇ ଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଛାତ୍ର-ଶିକ୍ଷକ ବିରୋଧୀ ଅଗଣତାନ୍ତ୍ରିକ ଆଦର୍ଶ ଆଚରଣ ସଂହିତା ଲାଗୁ କରିବା ବିରୁଦ୍ଧରେ ଛାତ୍ର ବିକ୍ଷୋଭ 

Sunil Chandra Nayak

ନିଃଶୁଳ୍କରେ ଶିକ୍ଷା ଦାନ କରି ଆସୁଥିବା ଟ୍ୟୁସନ ଶିକ୍ଷକ ଙ୍କ ପରଲୋକ 

masiha

ଖଟଖୁରା -ଭଏରପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

masiha

Leave a Comment

error: Content is protected !!