ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେବତୀ ଚିକତ୍ସା ରେ ବାଧକ ଅର୍ଥ : ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରୁ ବଞ୍ଚିତ

 ତେନ୍ତୁଳିଖୁଣ୍ଟି ୨୯/୦୭/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ଗ୍ରାମ ର ରେବତୀ କୁମ୍ଭାର ଙ୍କ ଆଖି ଜନ୍ମ ରୁ ଖରାପ ରହିଛି । ପିଲାବେଳେ ଅଳ୍ପ ଦେଖାଯାଉଥିଲା , ବୟସ ବୃଦ୍ଧି ସହ ଆଖି ର ଦୃଷ୍ଟି ଶକ୍ତି କମିଲା। ଖାତିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯଥାସମ୍ଭବ ପାଠ ପଢିବା ପରେ ପାଠରେ ଡୋରୀ ପକାଇଛି। ଆଖି ର ଡୋଳା ରେ କିଛିଟା ବ୍ୟତିକ୍ରମ ଯୋଗୁଁ ଦୃଷ୍ଟି ଶକ୍ତି କମ ରହିଛି। ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା ରେ ଆଖି ଚିକିତ୍ସା ପାଇଁ ଯାଇ ମା ସୁରେଖା ଓ ବାପା ଗଙ୍ଗାଧର ବିଫଳ ହୋଇଛନ୍ତି। ସେଠାରେ ତାଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ଯିବା କୁ କହିଥିଲେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଭାଗ୍ୟ କୁ ଆଦରି ରହିଛନ୍ତି। ସେ ନିଜର ନିତ୍ୟକର୍ମ ମା ସୁରେଖର ସହଯୋଗ ରେ କରିଥାଏ। କିନ୍ତୁ ଆଖି କୁ କମ ଦେଖାଯାଉଥିବାରୁ ନଦୀରେ ଗାଧୋଉଥିବା ବେଳେ ଥରେ ଭାସି ଯାଉଥିଲା ରେବତୀ ।ତାହା ପାଖରେ ଗାଧାଉଥିବା ଅନ୍ୟ ଜଣେ ସ୍ତ୍ରୀ ଲୋକ ଦେଖିପାରି ତାକୁ ଉଦ୍ଧାର କରିଥିଲେ। ବିଗତ ବର୍ଷ ଜୁନାଗଡ଼ ସ୍ଥିତ ନେତ୍ର ଚିକତ୍ସାଳୟ ର ଚକ୍ଷୁ ଡାକ୍ତର ଓ ଏକ ଟିମ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ରେ କିଛି ଚକ୍ଷୁରୋଗୀ ଙ୍କୁ ପରିକ୍ଷଣ କରିଥିଲେ ,କିଛିଜଣ ଙ୍କୁ ଅସ୍ତ୍ରୋପଚାର ପାଇଁ ଜୁନାଗଡ଼ ନେଇ ଚିକିତ୍ସା କରିଥିଲେ। ରେବତୀ ର ଆଖି ଦ୍ୱୟ ପରୀକ୍ଷା ପରେ ଡାକ୍ତର ଚିକିତ୍ସା ପାଇଁ 50 ହଜାର ଆବଶ୍ୟକ ହେବ ବୋଲି କହିଥିଲେ। ଟଙ୍କା ଯୋଗାଡ ନ କରି ପାରିବା ଯୋଗୁଁ ଝିଅ ରେବତୀ ର ଚିକିତ୍ସା କରି ପାରୁନାହାନ୍ତି ଗଙ୍ଗାଧର ଓ ସୁରେଖା।  

   ଗଙ୍ଗାଧର ଓ ସୁରେଖା ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି। ସେମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିଥିବା ରାସନ କାର୍ଡ ରେ ସ୍ୱାମୀ ସ୍ତ୍ରୀ ଓ ପୁଅ ରୁଦ୍ରମୋହନ ର ନାମ ରହିଥିବା ବେଳେ ଝିଅ ରେବତୀ ର ନାମ ନାହିଁ। ଆଧାର କାର୍ଡ ସହ ରାସନ କାର୍ଡ ସଂଯୋଗ ବେଳେ ରେବତୀ ର ସେତେବେଳେ ଆଧାର କାର୍ଡ ନଥିବାରୁ ତା ନାଁ ରେସନ କାର୍ଡ ରୁ ବାଦ ପଡିଥିବା ରୁ ପରିବାର ମା ବାପା ଓ ଭାଇ ଙ୍କୁ ମୁଣ୍ଡପିଛା 5 କେଜି ହିସାବ ରେ 15 କିଲୋ ଚାଉଳ ପାଉଛନ୍ତି।  

ଭିନ୍ନକ୍ଷମ ଙ୍କ ପାଇଁ ଆଧାର କାର୍ଡ କରିବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଥିଲା ,ସେହି କ୍ୟାମ୍ପ କୁ ଯାଇ ରେବତୀ ରଆଧାର କାର୍ଡ କରାଯାଇଛି। କିନ୍ତୁ ରେବତୀ ର ଆଧାର ନ଼ମ୍ବର ବାପା ମା ଙ୍କ ରାସନ କାର୍ଡ ରେ ସଂଯୋଗ ହୋଇ ପାରୁନି। ରାସନ କାର୍ଡ ରେ ରେବତୀ ର ନାମ ନ ଥିବା ଯୋଗୁଁ ରେବତୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଲାଭ ପାଇ ବାରୁ ବଞ୍ଚିତ ହୋଇଛି।  

 ଧନ୍ୟ ସେ ଯୋଜନା ପରିବାର ସମସ୍ତ ସଦସ୍ୟ ଙ୍କୁ ମୁଣ୍ଡ ପିଛା 5 କେଜି ଚାଉଳ ବ୍ୟବସ୍ଥା କରାଯାଇଛି କିନ୍ତୁ ଗଙ୍ଗାଧର ଙ୍କ ପରିବାର ର ଜ୍ୟେଷ୍ଠ ସନ୍ତାନ ର ନାମ ପଞ୍ଜିକୃତ ହୋଇ ପାରୁନି ଅଥଚ କନିଷ୍ଠ ସନ୍ତାନ ର ନାମ ରହିଛି। ଉକ୍ତ ଯୋଜନା ଖାଦ୍ୟ ସୁରକ୍ଷା ନିଶ୍ଚିତ କରୁଥିବା ଆଇନ ହୋଇଥିବା ବେଳେ ଖାଦ୍ୟ ସୁରକ୍ଷାରୁ ବଂଚିତ ରେବତୀ କା୍ହିଁକି ? ଉକ୍ତ ସାଇଟ ଖୋଳୁନଥିବାରୁ ରେବତୀ ଭଳି ଅନେକ ପରିବାର ର ସଦସ୍ୟ ଙ୍କ ନାମ ଆଧାର କାର୍ଡ ନଥିବା ଓ ପରେ ଆଧାର କାର୍ଡ ହେବା ପରେ ସାମିଲ ହୋଇପାରିନି । କେବଳ ଭିନ୍ନକ୍ଷମ ଭତ୍ତା 500 ଟଙ୍କା ରେ ହିଁ ରେବତୀ ଅନ୍ୟ ର ସହାରା ରେ ଜୀବନ ବିତାଇବ? କଣ ସାମାଜିକ ସୁରକ୍ଷା ବିଭାଗ ରେବତୀ ପାଇଁ କିଛି କରି ପାରିବନି। 

 ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ରେବତୀ ର ଚିକତ୍ସା ପାଇଁ ସରକାରୀ ସହାୟତା ସମ୍ପର୍କରେ ପଚାରିବାରୁ କହିଲେ ରେବତୀ ର ନାମ ବି ଏସ କେ ଯୋଜନା ରେ ସାମିଲ କରିବା ବ୍ୟବସ୍ଥା କରି ଦେବୁ,ତାର ଚିକିତ୍ସା ହୋଇପାରିବ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱ ରେ ଥିବା ରବୀନ୍ଦ୍ର ସାହୁ ଙ୍କୁ ଯୋଗାଯୋଗ କରିବାରୁ ଫୋନ ଉଠାଇ କୌଣସି କାରଣ ପାଇଁ ଭୁଲ ନମ୍ବର କହି କାଟିଦେଲେ । 

ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁରେଶ ପଟ୍ଟନାୟକ ଙ୍କୁ ରେବତୀ ର ଚିକିତ୍ସା ସମ୍ବନ୍ଧରେ କଣ କରା ଯାଇ ପାରିବ ପଚାରିବାରୁ କହିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ଯୋଗାଯୋଗ କରି ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଯୋଜନାରେ ଚିକିତ୍ସା ବ୍ୟବସ୍ଥା କରାଇବା ଚେଷ୍ଟା କରିବା। 

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ 

Sunil Chandra Nayak

ଖାତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନଙ୍କ ପ୍ରତି ଅଙ୍ଗୁଳି ପ୍ରଦର୍ଶନ ଆସମିଚୀନ : ମହାସଚିବ 

masiha

Leave a Comment

error: Content is protected !!