ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

୫-ଟି ସ୍କୁଲର ରକ୍ଷାଣବେକ୍ଷଣ କରିବେ ମିଶନ ଶକ୍ତି ମହିଳା

ଆଗାମୀ ୩ ବର୍ଷରେ ୫୦ ହଜାର ଏସଏଚଜିଙ୍କୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ

ଆସନ୍ତା ତିନି ବର୍ଷ ମଧ୍ୟରେ ରାଜ୍ୟର ୫୦୦୦୦ ଏସଏଚଜିଙ୍କୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ଓ ୫-ଟି ସ୍କୁଲର ଦାୟିତ୍ୱ ନେବେ ମିଶନ ଶକ୍ତି ମହିଳା । ସ୍କୁଲର ରକ୍ଷାଣବେକ୍ଷଣ କରିବେ ମିଶନ ଶକ୍ତିର ମାଆ ମାନେ। ପୁନଶ୍ଚ ସେମାନେ ଜଙ୍ଗଲ ବିଭାଗର ବିଭିନ୍ନ ଦାୟିତ୍ୱ ନେବା ସହ ନିଆଁ ଲିଭାକାର୍ଯ୍ୟରେ ବି ନିୟୋଜିତ ହେବେ । ଆସନ୍ତା ତିନି ବର୍ଷ ମଧ୍ୟରେ ରାଜ୍ୟର ୫୦୦୦୦ ଏସଏଚଜିଙ୍କୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏନେଇ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।ଜିଲ୍ଲାପାଳ ସମ୍ମିଳନୀରେ ଆସନ୍ତା ଦୁଇ ତିନି ବର୍ଷରେ ମିଶନ ଶକ୍ତିର ଭିଜନ ନେଇ ଆଲୋଚନା ହୋଇଛି। ଏବେସୁଦ୍ଧା ୭୦ଲକ୍ଷ ମହିଳାଙ୍କ ଦ୍ବାରା ୬ଲକ୍ଷ ଗ୍ରୁପ୍ ହୋଇସାରିଛି ବୋଲି ସେ ପ୍ରକାଶ କରିଛନ୍ତି।

ଏହାସହ ମିଶନ ଶକ୍ତି ମହିଳାଙ୍କ ପାଇଁ ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ ହେବ ଇଣ୍ଡରଷ୍ଟ୍ରିଆଲ ପାର୍କ । ଆସନ୍ତା ତିନି ବର୍ଷ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଜିଲ୍ଲାପାଳ ମାନଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଶନ ଶକ୍ତି ମହିଳାଙ୍କୁ ନୂଆ ସରକାରୀ କାମ ଦିଆଯାଉଛି । ବର୍ତ୍ତମାନ ୧୫ ଟି ବିଭାଗରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା।

ସେହିଭଳି ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, ଏବେ ଓଡ଼ିଶାରେ ମିଶନ ଶକ୍ତିର ମହିଳା କେବଳ ବଡି ଆଚାର ପାମ୍ପଡରେ ସୀମିତ ନୁହଁନ୍ତି, ବରଂ ସମସ୍ତେ ଉଦ୍ୟୋଗୀ ହେଲେଣି । ଦେଶ ବିଦେଶରେ ଓଡ଼ିଶାର ମିଶନ ଶକ୍ତି ମା’ ମାନଙ୍କ ହାତ ତିଆରି ସାମଗ୍ରୀ ପହଞ୍ଚୁଛି । ଆଗକୁ ମହିଳାଙ୍କୁ କିଭଳି ଅଧିକ ମାତ୍ରାରେ ଉଦ୍ୟୋଗୀ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେଉଛୁ ।

 ଆସନ୍ତା ୩ବର୍ଷ ଭିତରେ ପ୍ରତି ଜିଲ୍ଲାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଶିଳ୍ପ ପାର୍କ ହେବ। ଚଳିତ ଆର୍ଥିକ ବର୍ଷରେ ଗୋଟିଏ ଦୁଇଟି ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପାଇଁ ଜମି ଚିହ୍ନଟ କରାଯିବ। ରାଜ୍ୟସ୍ତରରେ ମହିଳାଙ୍କୁ ନେଇ ଇଣ୍ଡଷ୍ଟ୍ରିଆଲ୍ ପାର୍କ କରିଥିବା ଟେକ୍ନିକାଲ ପାର୍ଟନରଙ୍କୁ ଏଥିରେ ନିୟୋଜିତ କରାଯିବ। ଫ୍ଲାଏ ଆସ ଇଟା ପ୍ରସ୍ତୁତ କରୁଥିବା କୋରାପୁଟ ବୋରିଗୁମ୍ମାର ଏସଏଚଜିକୁ ପ୍ରଶଂସା କରିଛନ୍ତି ମିଶନ ଶକ୍ତି ସଚିବ ।

ଗ୍ରୁପର ଟର୍ଣ୍ଣ ଓଭର ୫କୋଟିରୁ ଅଧିକ ହୋଇଛି। ସେଠାରେ ଇଣ୍ଡଷ୍ଟ୍ରିଆଲ୍ ପାର୍କ ହୋଇସାରିଛି। ସବୁ ଫାଇଭ୍-ଟି ସ୍କୁଲର ତଦାରଖ, ରକ୍ଷଣାବେକ୍ଷଣ ଦାୟିତ୍ବ ଏସଏଚଜିକୁ ହସ୍ତାନ୍ତର କରାଯାଉଛି। ଜଙ୍ଗଲ ବିଭାଗରେ ଏସଏଚଜିର ସହଭାଗିତାକୁ ଫୋକସ୍ କରାଯାଉଛି। ବିଶେଷ କରି କୋରାପୁଟ, କେନ୍ଦ୍ରାପଡ଼ାରେ ବହୁତ ଭଲ କାମ ହୋଇଛି । ୭୦ ଲକ୍ଷ ମହିଳା କେମିତି ପରିଚୟ ପାଇବେ ସେନେଇ ଗୁରୁତ୍ବ ଦିଆଯାଉଥିବା ମିଶନ ଶକ୍ତି ସଚିବ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାକୁ କେବେ ବି ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Sunil Chandra Nayak

ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!