ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ତପୋବନ ପୀଠ – ମହିମା ସ୍ୱାମୀଙ୍କ ସାଧନାପୀଠ , ୨- ନିଖିଳ ଉତ୍କଳ ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ଓଡ଼ିଶା ତରଫରୁ ଶିକ୍ଷକ ଗୈ।ରବ ବନମାଳୀ ବ୍ରହ୍ମଚାରୀ ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ , ୩- ସନ୍ଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ , ୪- ବିଧାରପୁର ଗ୍ରାମ ପଂଚାୟତ ଅଧୀନ 3ନଂ ୱାର୍ଡ ବାସି ପାନୀୟ ଜଳରୁ ବଂଚିତ  , ୫- ଢେଙ୍କାନାଳରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୬ ଅନ୍ତର୍ଗତ ପିପିଟି ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ , ୬- ଢେଙ୍କାନାଳରେ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍-୨୦୨୭’ ଜିଲ୍ଲାସ୍ତରୀୟ ପାୱାରପଏଣ୍ଟ ଉପସ୍ଥାପନା ପ୍ରତିଯୋଗିତା , ୭-ବେଲବସନ୍ତ ମଠରେ ଅଖଣ୍ଡ ଧୂନି ଓ ନାମଯଜ୍ଞ, ଯୋଗଦେଲେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ , ୮- ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାରେ ଚକ୍ଷୁ ଚିକିତ୍ସା ଶିବିର , ୯- ନୂତନ ଅଧ୍ୟକ୍ଷଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା , ୧୦- ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ , ୧୧-   ମନଭଙ୍ଗା ପର୍ଯ୍ୟଟନସ୍ଥଳୀରେ ୨୦ ଲକ୍ଷ ଟଙ୍କାର କାମକୁ ନେଇ ବିବାଦ  , ୧୨- ଭାପୁର ଗ୍ରାମର ଗୋବିନ୍ଦେଇ ସାହିରେ ଗିରି ଗୋବର୍ଦ୍ଧନ ପୂଜାର ଭସାଣି ଉତ୍ସବ ଅନୁଷ୍ଠିତ ,୧୩- ଜନଜାତୀୟ ଗୌରବ ଦିବସ, ବିର୍ସାମୁଣ୍ଡା ଜୟନ୍ତୀ ପାଳିତ , ୧୪-ବାଘମୁଣ୍ଡା ଆଶ୍ରମ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ, ବିର୍ସାମୁଣ୍ଡା ଜୟନ୍ତୀ ଓ ପିତାମାତା ସହାଭାଗିତା ବୈଠକ 

ତପୋବନ ପୀଠ – ମହିମା ସ୍ୱାମୀଙ୍କ ସାଧନାପୀଠ

ଢେଙ୍କାନାଳ – ଢେଙ୍କାନାଳ-କପିଳାସ ରାସ୍ତାରେ ପଡେ ପ୍ରସିଦ୍ଧ ତପୋବନ ପୀଠ। ମୁଖ୍ୟ ରାସ୍ତାରୁ ମାତ୍ର ୪ କି.ମି ଦୂର କପିଳାସ ପାହାଡ ଉପରେ କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଏହି ପୀଠ ଅବସ୍ଥିତ। ଢେଙ୍କାନାଳ ଠାରୁ କପିଳାସ ଆଡକୁ ଗଲେ ମାତ୍ର ୨ କି.ମି ପୂର୍ବରୁ ପଡେ କାଦୁଆ ଗ୍ରାମ। ସେଇଠୁ ଡାହାଣକୁ ଲମ୍ବି ଯାଇଛି ଅଙ୍କାବଙ୍କା ରାସ୍ତା। ଘଞ୍ଚ ଅରଣ୍ୟର ଛାତିଚିରି ଉପରକୁ ଉପରକୁ ଉଠି ଯାଇଥିବା ରାସ୍ତାଟି ଯେଉଁଠି ହଠାତ୍ ସରିଯାଏ ସେଠି ଆପଣ ଏକ ଦିବ୍ୟାନୁଭୂତିରେ ବିମୋହିତ ହୋଇଯିବେ। ପାହାଡ ଓ ଜଙ୍ଗଲ ମଧ୍ୟ ଦେଇ ପ୍ରବାହିତ ଝରଣାର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକଙ୍କ ମନ ଆନମନା କରିଥାଏ। ଏଠାରେ ସ୍ୱୟଂ ମହିମାସ୍ୱାମୀ ୩୬ ବର୍ଷ ତପସ୍ୟା କରିଥିଲେ। ମହିମାଧର୍ମ ଉତ୍କଳ ମାଟିର ନିଜସ୍ୱ ଧର୍ମ ମତବାଦ। ମହିମାଧର୍ମର ପ୍ରବର୍ତ୍ତକ ଯୋଗେଶ୍ୱର ମହିମା ସ୍ୱାମୀ ୧୮୩୬ ମସିହା ବେଳକୁ ଢେଙ୍କାନାଳର କପିଳାସ ପର୍ବତ ମାଳାରେ ପହଞ୍ଚିଥିଲେ ଏବଂ ଏହି ତପୋବନ ଗିରି କନ୍ଦରକୁ ତପସ୍ୟା ପାଇଁ ଚୟନ କରିଥିଲେ। କୁହାଯାଏ ଏହି ସମୟ ମଧ୍ୟରେ କାଦୁଆ ଗ୍ରାମର ଶବର ଜାତିର ସଦାନନ୍ଦ ଶବର ନାମକ ଜଣେ ବ୍ୟକ୍ତି ମହିମା ସ୍ୱାମୀଙ୍କୁ ଦୈନିକ ଫଳ,ଦୁଗ୍ଧ ଓ ଜଳ ଯୋଗାଇ ଦେଉଥିଲେ। ଏହି ଗ୍ରାମରେ ଏବେବି ତାଙ୍କର ୪ର୍ଥ ପୀଢିର ବଂଶଧରମାନେ ବସବାସ କରୁଛନ୍ତି। ମହିମା ଧର୍ମର ମୁଖ୍ୟ ପୀଠ ଜୋରନ୍ଦା ଗାଦି ହୋଇଥିଲେ ମଧ୍ୟ ତପୋବନ ପୀଠର ଗୁରୁତ୍ୱ ଅଧିକ। ପରେ ମହିମା ସନ୍ନ୍ୟାସୀ ଶ୍ରୀମଦ୍ ରଘୁନାଥ ବାବାଙ୍କ ଅକ୍ଳାନ୍ତ ଉଦ୍ୟମରେ ଏଠାରେ ଧୁନି ମନ୍ଦିର ଓ ଆଶ୍ରମ ପ୍ରତିଷ୍ଠା କରାଯାଇଛି। ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ଦଶମୀ ତିଥିରେ ଏଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୁଏ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଅଲେଖ ମହିମା ଧ୍ୱନିରେ ଗଗନ ପବନ ମୁଖରିତ ହୁଏ।

ନିଖିଳ ଉତ୍କଳ ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ଓଡ଼ିଶା ତରଫରୁ ଶିକ୍ଷକ ଗୈ।ରବ ବନମାଳୀ ବ୍ରହ୍ମଚାରୀ ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ

ଢେଙ୍କାନାଳ /ଗଁଦିଆ – ଓଡ଼ିଶା ର ଶିକ୍ଷକ ମାନଙ୍କ‌ ଗୈ।ରବ ତଥା ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଓଡ଼ିଶା, ଝାଞ୍ଜିରମଙ୍ଗଳା ର ପ୍ରତିଷ୍ଠାତା ସଭାପତି ତଥା ଶିକ୍ଷକ ମହାସଂଘ ର ପ୍ରତିଷ୍ଠାତା ନେତା ଶିକ୍ଷକ ଗୈ।ରବ ବନମାଳୀ ବ୍ରହ୍ମଚାରୀ ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଢେଙ୍କାନାଳ ଜିଲ୍ଲା ପବିତ୍ର ଶୈବ ପୀଠ କପିଳାସ ର ପାଦଦେଶରେ ଥିବା ବିଜ୍ଞାନ କେନ୍ଦ୍ର ନିକଟରେ ଏକ ଭକ୍ତିମୟ ପରିବେଶ ରେ ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ଓଡ଼ିଶା ର ସଭାପତି ଭାଗ୍ଯଧର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ନଭେମ୍ବର ମାସ ୧୮ ତାରିଖ ପୂର୍ବାହ୍ନ ରେ ୧୨୨ ତମ ଜୟନ୍ତୀ ପାଳିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଗଁଦିଆ ବ୍ଳକ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଏସ୍ ନୈବେଦ୍ୟ ଲଲାଟେନ୍ଦୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷକ ଗୈ।ରବ ବନମାଳୀ ବ୍ରହ୍ମଚାରୀ ଙ୍କ ତୈଳ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି ରାଜ୍ୟ ସ୍ତରୀୟ ଜୟନ୍ତୀ କୁ ଉଦ୍ ଘାଟନ କରିଥିଲେ ଏବଂ ଶିକ୍ଷକ ଶିକ୍ଷା ଓ ଶିକ୍ଷାୟତନ ର ଉନ୍ନତି ପାଇଁ ବନମାଳୀ ବ୍ରହ୍ମଚାରୀ ଙ୍କ ତ୍ୟାଗପୂତ ଜୀବନ ଉପରେ ଆଲୋକପାତ କରି ତାଙ୍କ ଆଦର୍ଶ ରେ ଅନୁପ୍ରେରିତ ହେବା ପାଇଁ ଶିକ୍ଷକ ସମାଜ ଙ୍କୁ ନିବେଦନ କରିଥିଲେ। ଜଣେ ଆଦର୍ଶ ଇଂରାଜୀ ଶିକ୍ଷକ ଭାବରେ ଓ ଲେଖକ ଭାବରେ ସେ ଓଡ଼ିଶା ରେ ସୁପରିଚିତ ହୋଇ ଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ଢେଙ୍କାନାଳ ର ପୂର୍ବତନ ସମ୍ପାଦକ ବିଭୁତି ସାମଲ, ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ର କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟ ଶିକ୍ଷକ ଗୈ।ରବ ବନମାଳୀ ବ୍ରହ୍ମଚାରୀ ଙ୍କ ଓଡ଼ିଶା ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରତ୍ୟକ୍ଷ‌ ଅନୁଦାନ ପାଇଁ ଚେଷ୍ଟା ଚିରସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।

ପ୍ରତିଷ୍ଠାତା ମାଧବ ବିଶ୍ବାଳ, ଉପଦେଷ୍ଟା ଅଶୋକ ରାଏ ସଭ୍ଯ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ରାଜ୍ୟ ର ବିଭିନ୍ନ ଜିଲ୍ଲାର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ହୋଇଥିଲେ। ଅବସର ପ୍ରାପ୍ତ ଶିକ୍ଷକ ନେତା ଭଗବାନ ସାହୁ,ତପନ କୁମାର ତ୍ରିପାଠୀ, ସଚ୍ଚିଦାନନ୍ଦ ପରିଡା, ପ୍ରଫୁଲ୍ଲ ମହାପାତ୍ର,ଆଶାତରୁ ନାୟକ , ବସନ୍ତ ଖୁଣ୍ଟିଆ, କଲ୍ୟାଣୀ ନାୟକ, ଶତୃଘ୍ନ ଦାସ, ବିଭୂତି ବିଶ୍ବାଳ , ଗୋଲକ ବିହାରୀ ମହାନ୍ତି,ଅଭିଭାଷଣ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ପରିଚାଳନା କରିଥିବା ବେଳେ ଗଁଦିଆ ବ୍ଳକ ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ ର ସମ୍ପାଦକ ଉମେଶ ଚନ୍ଦ୍ର ଧୀର ସହଯୋଗ କରିଥିଲେ। ଶିକ୍ଷକ ନେତା କୈଳାସ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।

ସନ୍ଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ସନ୍ଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିପ୍ତୀରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁଶାନ୍ତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଏହି ମେଳାରେ ଛାତ୍ରଛାତ୍ରୀମାନେ ନିଜର ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ଉଦ୍ଭାବନୀ ଶକ୍ତିର ପରିଚୟ ଦେଇ ମୋଟ ୧୦୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ବିଜ୍ଞାନର ବ୍ୟବହାରିକ ଜ୍ଞାନ, ନୂତନ ଉଦ୍ଭାବନ ଓ ସମାଜର ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପିଲାମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଅତିଥିମାନେ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।ଗଣିତ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ମନୋଜ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ଦୀପାଲି ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ମେଳାର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ବିଧାରପୁର ଗ୍ରାମ ପଂଚାୟତ ଅଧୀନ 3ନଂ ୱାର୍ଡ ବାସି ପାନୀୟ ଜଳରୁ ବଂଚିତ 

ଢେଙ୍କାନାଳ – ଗଁଦିଆ ବ୍ଲକର ବିଧାରପୁର ଗ୍ରାମ ପଂଚାୟତରେ ପାନୀୟ ଜଳ ଯୋଗାଣରେ ଦେଖାଦେଇଛି ସମସ୍ୟା ସୂଚନାରୁ ଜଣାଯାଏ ଜେ ଉକ୍ତ ଗ୍ରାମ ପଂଚାୟତ ଅଧୀନ ବିଧାରପୁର ଗ୍ରାମର 3ନଂ ୱାର୍ଡ ବାସି ଦୀର୍ଘ ଦିନ ଧରି ପାନୀୟ ଜଳ ଟିକିଏ ପାଇବା ପାଇଁ ଚାତକ ପରୀ ଚାହିଁ ରହିଛନ୍ତି ଗ୍ରାମ ପରିମଳ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରତି ଗ୍ରାମ କୁ ପାନୀୟ ଜଳ ଯୋଗାଇ ଦିଆ ଯାଇଥାଏ କିନ୍ତୁ ଉକ୍ତ ୱାର୍ଡ ବାସି ଦୀର୍ଘ ଦିନ ଧରି ପାଣି ନପାଇବା ଯୋଗୁ ସ୍ଥାନୀୟ ସରପଞ୍ଚ ଓ ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଭାବରେ ଜଣାଇଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ୱାର୍ଡ ବାସି ଙ୍କ ପକ୍ଷରୁ ଲିଖିତ ଭାବରେ ଅମର କୁମାର ପ୍ରଧାନ ଓ ସନାତନ ସ୍ୱାଇଁ ଙ୍କର ନେତୃତ୍ୱରେ ୱାର୍ଡ ବାସି ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ୱାର୍ଡ ବାସି କୁହନ୍ତି ଯଦି ଆମ ୱାର୍ଡ କୁ ତୁରନ୍ତ ପାନୀୟ ଜଳଯୋଗାଣ ସୁନିଶ୍ଚିତ କରା ନଯାଏ ଆଗାମୀ ଦିନରେ ବାଧ୍ୟ ହୋଇ ବ୍ଲକ କାର୍ଯ୍ୟାଳୟ ଠାରେ ଧାରଣା ଦିଆଯିବ।

ଢେଙ୍କାନାଳରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୬ ଅନ୍ତର୍ଗତ ପିପିଟି ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ-  ଢେଙ୍କାନାଳ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ବି.ବି. ହାଇସ୍କୁଲ ପରିସରରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ -୨୦୨୬ ଅନ୍ତର୍ଗତ ପିପିଟି ରାଉଣ୍ଡ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଯୋଗଦେଇ ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ନବସୃଜନ ଚିନ୍ତାଧାରା ଓ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମାଇ ଭାରତ, ଢେଙ୍କାନାଳର ଉପନିର୍ଦ୍ଦେଶକ ଶକ୍ତି ସ୍ୱରୂପ ସିଂ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସ୍ୱସ୍ତିକ ସ୍ୱସ୍ତିରଞ୍ଜନ ସାହୁ, ଅନୁଗୁଳର ଡିଆଇସି ପ୍ରେମଚାନ୍ଦ ମିଶ୍ର ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଦୟାନିଧି ପାତ୍ରଙ୍କ ସମେତ ଅନ୍ୟାନ୍ୟ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ବିଭିନ୍ନ ବିଷୟବସ୍ତୁ ଉପରେ ପିପିଟି ମାଧ୍ୟମରେ ନିଜର ମତାମତ ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ଏଥିସହ ସେମାନେ ନିଜର ଜ୍ଞାନ, ସୃଜନଶୀଳତା, ଆତ୍ମବିଶ୍ୱାସ ଓ ନେତୃତ୍ୱ ଦକ୍ଷତାର ପରିଚୟ ଦେଇଥିଲେ।

ଢେଙ୍କାନାଳରେ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍-୨୦୨୭’ ଜିଲ୍ଲାସ୍ତରୀୟ ପାୱାରପଏଣ୍ଟ ଉପସ୍ଥାପନା ପ୍ରତିଯୋଗିତା

ଢେଙ୍କାନାଳ -bଢେଙ୍କାନାଳସ୍ଥିତ ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍-୨୦୨୭’ର ଜିଲ୍ଲା ଚାମ୍ପିୟନସିପ୍ ରାଉଣ୍ଡ ପାୱାରପଏଣ୍ଟ ଉପସ୍ଥାପନା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ବହୁ ସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରି ବିଭିନ୍ନ ବିଷୟରେ ନିଜସ୍ୱ ଚିନ୍ତାଧାରା, ଜ୍ଞାନ ଓ ସୃଜନଶୀଳତାକୁ ପାୱାରପଏଣ୍ଟ ମାଧ୍ୟମରେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ।ମାଇଁ ଭାରତର ନିର୍ଦ୍ଦେଶକ ଶକ୍ତି ସ୍ୱରୂପ ସିଂହଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଦୟାନିଧି ପାତ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସ୍ୱାତୀରଞ୍ଜନ ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ପ୍ରେମାନନ୍ଦ ମିଶ୍ର, ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ ଏବଂ ସନ୍ଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ମନୋଜ କୁମାର ମହାନ୍ତି ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କ ଉପସ୍ଥାପନାର ମୂଲ୍ୟାୟନ କରିଥିଲେ।ପ୍ରତିଯୋଗିତାରେ ହରିଶ କୁମାର ଜେନା ପ୍ରଥମ ସ୍ଥାନ ସହ ଆର୍ଥିକ ରାଶି ୩୦୦୦ ଟଙ୍କା, ଅଲିଶା ରାଉତ ଦ୍ୱିତୀୟ ସ୍ଥାନ ସହ ୨୦୦୦ ଟଙ୍କାଏବଂ ବିଷ୍ଣୁପ୍ରିୟା ପଣ୍ଡା ତୃତୀୟ ସ୍ଥାନ ସହ ୧୦୦୦ ଟଙ୍କା ପ୍ରାପ୍ତ କରିଥିଲେ। ଏହି କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହେବେ।କାର୍ଯ୍ୟକ୍ରମ ପରିଚାଳନାରେ ମାଇଁ ଭାରତର କର୍ମଚାରୀ ବିପ୍ରବର ବେହେରା, ସ୍ମୃତିରଞ୍ଜନ ସାହୁ ଓ ସ୍ୱର୍ଣ୍ଣଲିପି ବିଶ୍ୱାଳ ସହଯୋଗ କରିଥିଲେ। ଢେଙ୍କାନାଳ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଏହି ପ୍ରତିଯୋଗିତା ଯୁବପିଢ଼ିଙ୍କ ନେତୃତ୍ୱ ଦକ୍ଷତା, ଆତ୍ମବିଶ୍ୱାସ, ସୃଜନଶୀଳତା ଓ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକାକୁ ଉତ୍ସାହିତ କରିବାର ଏକ ଉତ୍କୃଷ୍ଟ ମଞ୍ଚ ସାଜିଥିଲା।

ବେଲବସନ୍ତ ମଠରେ ଅଖଣ୍ଡ ଧୂନି ଓ ନାମଯଜ୍ଞ, ଯୋଗଦେଲେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ

କାମାକ୍ଷାନଗର – ପରଜଙ୍ଗ ବ୍ଲକ ବେଲବସନ୍ତ ଗ୍ରାମସ୍ଥିତ ମଠ ପରିସରରେ ଆୟୋଜିତ ହୋଇଥିଲା ଏହି ଧାର୍ମିକ କାର୍ଯ୍ୟକ୍ରମ। ସଞ୍ଜୟ ଦାସ ବାବାଙ୍କ ତତ୍ତ୍ୱାବଧାନରେ ଅଖଣ୍ଡ ଧୂନି ଓ ନାମଯଜ୍ଞ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବାବା ଖଗେଶ୍ୱର ଦାସ ଯୋଗଦେଇଥିଲେ। ଏହି ଅବସରରେ ଦୂରଦୂରାନ୍ତରୁ ବହୁ ସାଧୁସନ୍ଥ ଓ ଭକ୍ତଙ୍କ ସମାଗମ ହୋଇଥିଲା। ମହିମା ଧର୍ମର ପରମ୍ପରା, ନୀତିନିୟମ ଓ ଆଧ୍ୟାତ୍ମିକ ଭାବଧାରା ଅନୁଯାୟୀ ବିଭିନ୍ନ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିଲା।ଏଭଳି ଧାର୍ମିକ ଆୟୋଜନ ମାଧ୍ୟମରେ ଅଲେଖ ମହିମା ଧର୍ମର ଭାବଧାରା ଓ ପରମ୍ପରାକୁ ଆଗକୁ ବଢ଼ାଇବା ସହ ଭକ୍ତିମୟ ହୋଇଉଠିଥିଲା ବେଲବସନ୍ତ ମଠ ପରିସର।

ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାରେ ଚକ୍ଷୁ ଚିକିତ୍ସା ଶିବିର

ଢେଙ୍କାନାଳ – ଢେଙ୍କାନାଳ ଶିକ୍ଷା ଜିଲ୍ଲା ଗନ୍ଦିଆ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଆନୁକୁଲ୍ୟରେ ବିଦ୍ୟାଳୟ ସ୍ତରୀୟ ଛାତ୍ରୀଛାତ୍ରଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି ଏଠାରେ ସୂଚନାଯୋଗ୍ୟଯେ ଦିର୍ଘଦିନ ଧରି ବିଭିନ୍ନ ବିଦ୍ୟାଳୟରେ ଏହି ଶିବିର କରାଯାଇ ମୋଟ ୬ଗୋଟି ଶିବିରରେ ୧୨୬୦ ଜଣ ପିଲାଙ୍କୁ ଚକ୍ଷୁ ସମସ୍ୟା ପାଇଁ ଚିହ୍ନଟ କରାଯାଇଅଛି । ୫୭୦ ଜଣଙ୍କୁ ଚଷମା ପାଇଁ ଓ ୧୮ଜଣଙ୍କୁ ଉଚ୍ଚତର ଚକ୍ଷୁ ପରୀକ୍ଷା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁପ୍ରେରଣ କରାଯାଇଛି । ଚକ୍ଷୁ ପରୀକ୍ଷକ ଭାବରେ ଅତନୁ କୁମାର ନାଥ ଓ ପ୍ରବୀର କୁମାର ସାମଲ ସହାୟତା କରିଥିଲେ । ଗୋଷ୍ଠୀ ସଂବଳ କେନ୍ଦ୍ର ଅଧିକାରୀ ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଏହି କାଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗଁଦିଆ ଗୋଷ୍ଠୀ ସଂବଳ ଶିକ୍ଷକ ବିଜୟ କୁମାର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ରାଉତ ଓ ଗୋବିନ୍ଦ ଚନ୍ଦ୍ର ନାୟକ ଓ ଅନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ସତ୍ୟନାରାୟଣ ନନ୍ଦ ଯୋଗଦାନ କରି କାୟକ୍ରମକୁ ଆଗେଇ ନେଇଥିଲେ ।

ନୂତନ ଅଧ୍ୟକ୍ଷଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

କାମାକ୍ଷାନଗର – କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ବରିଷ୍ଠ ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ପ୍ରଧାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ ଏବଂ ନୂତନ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଅନୁଷ୍ଠାନର ଉନ୍ନତି ଓ ସଫଳତା କାମନା କରିଥିଲେ । ନୂତନ ଅଧ୍ୟକ୍ଷ ମଧ୍ୟ ସମସ୍ତଙ୍କ ସହଯୋଗରେ ଅନୁଷ୍ଠାନ କୁ ଆଗକୁ ନେବା ସହ ନିଜର ଦାୟିତ୍ୱ କୁ ନିଷ୍ଠାର ସହ ପାଳନ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ ।

ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ସଙ୍ଘ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ଶୁଭମୟ ନନ୍ଦ ଅଧ୍ୟକ୍ଷତା କରି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକ ମାନେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଉପସଭାପତି ଚିତ ରଞ୍ଜନ ଦିବେଦୀ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ଓ ଗଣମାଧ୍ୟମ ପ୍ରତିନିଧି ମାନେ ସଂ ମ୍ପ୍ରତିକ ପରିସ୍ଥିତିରେ ସତ୍ୟ ଘଟଣା କୁ ଲୋକଲୋଚନ କୁ ଆଣିବାରେ ଗୁରୁତ୍ୱ ଦେବାକୁ ପ୍ରକାଶ କରିଥିଲେ l ଉପସ୍ଥିତ ସଦସ୍ୟମାନେ ଲୋକମାନଙ୍କର ସମସ୍ୟା କୁ ଗୁରୁତ୍ୱ ଦେବା ସମ୍ପର୍କ ରେ ଆଲୋଚନା କରିଥିଲେ l ସାଧାରଣ ସମ୍ପାଦକ ପ୍ରକାଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ l

ମନଭଙ୍ଗା ପର୍ଯ୍ୟଟନସ୍ଥଳୀରେ ୨୦ ଲକ୍ଷ ଟଙ୍କାର କାମକୁ ନେଇ ବିବାଦ 

ନିମ୍ନମାନର ନିର୍ମାଣ ଅଭିଯୋଗ , ତଦନ୍ତ କେବେ?

କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ବନଖଣ୍ଡ ଅଧୀନରେ ଥିବା ପାକଟମୁଣ୍ଡା ମନଭଙ୍ଗା ପର୍ଯ୍ୟଟନସ୍ଥଳୀର ନିର୍ମାଣ କାର୍ଯ୍ୟକୁ ନେଇ ଏବେ ଉଠିଛି ଗୁରୁତର ପ୍ରଶ୍ନ।ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ହୋଇଥିବା କୁହାଯାଉଛି। କିନ୍ତୁ ଏହି କାର୍ଯ୍ୟର ମାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶ୍ନ ଉଠୁଛି – ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ନିର୍ମାଣ କାର୍ଯ୍ୟର ଏଭଳି ଅବସ୍ଥା କାହିଁକି ?ପର୍ଯ୍ୟଟନ ସ୍ଥଳୀରେ ନିର୍ମିତ ଭୋଜନ ମଣ୍ଡପ ଓ ବିଶ୍ରାମ ଗୃହ ଭଳି କାର୍ଯ୍ୟର ଗୁଣବତ୍ତାକୁ ନେଇ ଅଭିଯୋଗ ଆସୁଥିବା ବେଳେ ଏହାର ବୈଷୟିକ ଯାଞ୍ଚ କରାଯାଇଛି କି ନାହିଁ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ।ଏହି କାର୍ଯ୍ୟର ଅଟକଳ ମୂଲ୍ୟ କେତେ ଥିଲା, କାର୍ଯ୍ୟ କେଉଁ ଠିକାଦାରଙ୍କ ଜରିଆରେ କରାଯାଇଥିଲା, କାର୍ଯ୍ୟର ତଦାରଖ ଦାୟିତ୍ୱରେ କେଉଁ ଅଧିକାରୀ ଥିଲେ ,ଏବଂ କେତେ ଟଙ୍କାର ବିଲ୍ ପୈଠ କରାଯାଇଛି, ଯଦି ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏଥିପାଇଁ ଦାୟୀ କିଏ,ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୨୦ ଲକ୍ଷ ଟଙ୍କାର ଏହି କାର୍ଯ୍ୟର ନିରପେକ୍ଷ ତଦନ୍ତ କେବେ ହେବ,ସମ୍ପୃକ୍ତ ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏହି ଘଟଣାକୁ ଗୁରୁତ୍ୱ ଦେଇ ନିର୍ମାଣ କାର୍ଯ୍ୟର ବୈଷୟିକ ଯାଞ୍ଚ କରିବା ସହିତ ଖର୍ଚ୍ଚ ହୋଇଥିବା ଅର୍ଥର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ କରିବାକୁ ଦାବି ହେଉଛି।ଏଥିସହ ଅଭିଯୋଗ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମଧ୍ୟ ଜରୁରୀ। ତଦନ୍ତରେ ଯାହାର ଦୋଷ ପ୍ରମାଣିତ ହେବ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବାପାଇଁ ସାଧାରଣରେ ଦାବି ହେଉଛି ।

ଭାପୁର ଗ୍ରାମର ଗୋବିନ୍ଦେଇ ସାହିରେ ଗିରି ଗୋବର୍ଦ୍ଧନ ପୂଜାର ଭସାଣି ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ – ଭାପୁର ଗ୍ରାମର ଗୋବିନ୍ଦେଇ ସାହିରେ ମହା ଆଡ଼ମ୍ବରରେ ଗିରି ଗୋବର୍ଦ୍ଧନ ପୂଜାର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ଗତ ତା ୧୦/୧୧/୨୦୨୬ ରିଖ ମଙ୍ଗଳବାର ଦିନ ଠାରୁ ପ୍ରଭୁଙ୍କ ପୂଜା ପାଠ ରୀତି ନୀତି ଅନୁସାରେ ଆରମ୍ଭ ହୋଇ ଶନିବାର ଦିନ ସମ୍ପନ୍ନ ହୋଇଛି। ଆଜି ତା ୧୫/୧୧/୨୦୨୬ ରିଖ ରବିବାର ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ୟାଣ୍ଡ,ବାଜାର ଗୀତର ତାଳେ ତାଳେ ସାହି ପିଲାଙ୍କ ମତୁଆଲ ନାଚରେ ଗାଁ ଦୁଲୁକିଥିଲା,ପରେ ସ୍ଥାନୀୟ ପୋଖରୀରେ ବିସର୍ଜନ କରାଯାଇଥିଲା।

ଜନଜାତୀୟ ଗୌରବ ଦିବସ, ବିର୍ସାମୁଣ୍ଡା ଜୟନ୍ତୀ ପାଳିତ 

କାମାକ୍ଷାନଗର – କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଆଲୁଅଝରଣ ଠାରେ ଜନଜାତୀୟ ଗୌରବ ଦିବସ ଓ ବିର୍ସା ମୁଣ୍ଡାଙ୍କର ୧୫୨ ତମ ଜନ୍ମ ଜୟନ୍ତୀ ଆଲୁଅଝରଣ ଆଶ୍ରମ ବିଦ୍ୟାଳୟ ପରିସରରେ ସମାରୋହରେ ପାଳିତ ହୋଇଯାଇଛି l ବିବିଦ୍ୟାଳୟର ପ୍ରଧାନ ସେବକ ଦୋଳଗୋବିନ୍ଦ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଲ୍ୟାଣ ସଂପ୍ରସାରଣ ଅଧିକାରୀ ପ୍ପଙ୍କଜିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନଜାତି ଗୌରବ ଦିବସ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ସ୍ବର୍ଗତ ବିର୍ସାମୁଣ୍ଡାଙ୍କ ଜୀବନୀ ଉପରେ ସୂଚନା ପ୍ରଦାନ କରିଥିଲେ l କୁସୁମଯୋଡ଼ି ପଞ୍ଚାୟତ ସରପଞ୍ଚ ରାଧାନାଥ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସି ଆର୍ ସି ସି ସୁଶାନ୍ତ କୁମାର ନାଏକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିବପ୍ରସାଦ ଜେନା, ପରଜଙ୍ଗ ବିଧାୟକଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ବିଦ୍ୟାଳୟର ସହକାରୀ ଶିକ୍ଷକ ମିହିର ରଞ୍ଜନ ଧୀର ସ୍ୱାଗତ ଭାଷଣ ଦେଇଥିଲେ l ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷୟିତ୍ରୀ ନିକିତା ଷେଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଲିଲିଲତା ଦାଶ, ଟୁନି ଗଉଡ଼ୁ, ସିଗ୍ମା ଭାରତୀ ପରିଡା, ରୁନୁ ଦେହୁରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l

ବାଘମୁଣ୍ଡା ଆଶ୍ରମ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ, ବିର୍ସାମୁଣ୍ଡା ଜୟନ୍ତୀ ଓ ପିତାମାତା ସହାଭାଗିତା ବୈଠକ 

କାମାକ୍ଷାନଗର- କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କୁଟୁରିଆ ପଞ୍ଚାୟତ ର ଆଦିବାସୀ ଗ୍ରାମ ବାଘମୁଣ୍ଡା ଠାରେ ଆଶ୍ରମ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ, ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଓ ପିତାମାତାଙ୍କ ସହାଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନସେବକ ଆଡେଇତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସାମ୍ବାଦିଜ ସଙ୍ଘ ର ସଭାପତି ଶୁଭମୟ ନନ୍ଦ ଯୋଗଦେଇ ସ୍ବର୍ଗତ ବିରାସମୁଣ୍ଡାଙ୍କ ଜୀବନୀ ଉପରେ ଆଲୋକପାତ କରି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ l କୁଟୁରିଆ କ୍ଲଷ୍ଟର ର ସିଆରସିସି ପ୍ରିୟରଞ୍ଜନ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଆଦିବାସୀ ଅନୁଷ୍ଠାନ ରେ ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ବିଦ୍ୟାର୍ଥୀମାନେ ସମୟନୁବର୍ତ୍ତିତା ଭାବେ ଅଧ୍ୟୟନ କରିବା ସହିତ ସ୍ବର୍ଗତ ବିର୍ସାମୁଣ୍ଡାଙ୍କ ସାହସକୁ ପାଥେୟ କରିବା ନେଇ ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧବାନନ୍ଦ ସିଂ,ଉପସଭାପତି ମାନିନୀ ସିଂ,ୱାର୍ଡ ମେମ୍ବର ଧ୍ରୁବ ଚରଣ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସହକାରୀ ଶିକ୍ଷୟତ୍ରୀ ବବିତା ସିଂ, ମୋନାଲିସା ପାତ୍ର, ଶିକ୍ଷକ ଅନୁପ ଦାସ, ଅର୍ଜିତ ବେହେରା, ମାଟ୍ରନ ସୁଷମା ବେହେରା ଶିଶୁ ସେବିକା ଟୁନି ସିଂ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l ଏଇ ଅବସରରେ ଅନୁଷ୍ଠିତ ବିଭିର୍ନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା l ସହକାରୀ ଶିକ୍ଷକ ଅନୁପ ଦାସ ଧନ୍ୟବାଦ ଦେଇଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି

Sunil Chandra Nayak

୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ -୨୦୨୬ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

Sunil Chandra Nayak

ବଡ଼ ପୋଡ଼ାଗୁଡା ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!