ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭଯାତ୍ରା

ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭଯାତ୍ରା

ଜୁନାଗଡ଼,୨୮/୨(ନି.ପ୍ର)ଭିଟା ମାଟି ସୁରକ୍ଷା ମଞ୍ଚ ଜୁନାଗଡ ର ସଭାପତି ତଥା ସମାଜସେବୀ ବିଶ୍ଵନାଥ କର ଙ୍କ ଆହ୍ବାନ ରେ ଜୁନାଗଡର ୧୮ ଗୋଟି ବସ୍ତି ବାସିନ୍ଦାଙ୍କୁ ନେଇ ଏକ ବିଶାଳ ଶୋଭଯାତ୍ରା ସହର ପରିକ୍ରମା କରିବା ସହ ଜାଗା ମିଶନ ଅଧୀନରେ ପଟ୍ଟା ପ୍ରଦାନ ନିମନ୍ତେ ସ୍ଥାନୀୟ ଏନଏସି ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲା। ପ୍ରାୟ ୩୨୦୦ ପରିବାର ବସ୍ତି ଅଞ୍ଚଳରେ ଅବସ୍ଥିତ, ଉକ୍ତ ସଂଗଠନ ର ସଭାପତି ଶ୍ରୀ କରଙ୍କ ଦ୍ଵାରା ଦୀର୍ଘ ୧୦ ବର୍ଷ ତଳେ ତିଆରି ହୋଇଥିବା ଏହି ସଂଗଠନ ଅନେକ ସମୟରେ ସରକାର ଓ ପ୍ରଶାସନକୁ ପଟ୍ଟା ପାଇଁ ଦାବୀ କରିବାରୁ ବିଗତ ଦିନରେ ପ୍ରାୟ ୬୦୦ ଜଣ ହିତାଧିକାରୀ ଭୂମି ଅଧିକାର ପତ୍ର ପାଇଛନ୍ତି, ଅବଶିଷ୍ଟ ପାୟ ୨୬୦୦ ହିତାଧିକାରୀ ଏ ପର୍ଯ୍ୟନ୍ତ ପଟ୍ଟା ପାଇବାରୁ ବଞ୍ଚିତ ହୋଇ ଥିବାରୁ ସଙ୍ଗଠନର ସଭାପତି ଶ୍ରୀ କରଙ୍କ ନେତୃତ୍ୱରେ ସମସ୍ତ ୩୨୦୦ ପରିବାରରୁ ତାଲା ବନ୍ଦ ଓ ଚୁଲି ବନ୍ଦ୍ କରି ଆଜି ପ୍ରାୟ ୪୦୦୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ନିଜର ହକ ଓ ଅଧିକାର ପାଇଁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ପ୍ରଦାନ ଦାବିରେ ଓଡ଼ିଶାର ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଙ୍କ ଜରିଆରେ ଦାବୀ ପତ୍ର ପ୍ରେରଣ କରିଥିଲେ, ଏହା ପୂର୍ବରୁ ହଜାର ହଜାର ଲୋକଙ୍କ ଏକ ବିଶାଳ ଶୋଭାଯାତ୍ରା ରେ ସାପ୍ତାହିକ ବଜାର ପ୍ରାଙ୍ଗଣ ଠାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଜୁନାଗଡ ସମ୍ମୁଖରେ ପହଞ୍ଚି ଶ୍ରୀ କରଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ କଳାହାଣ୍ଡି ଜନମ ମାଟି ସୁରକ୍ଷା ସମିତିର ସଭାପତି ଶ୍ରୀଯୁକ୍ତ ବିଜୟ ସାହୁ, ମାଜସେବୀ ଦାମୋଦର ବେହେରା, ରମେଶ ଚନ୍ଦ୍ର ନାୟକ, ତିକେଶ୍ୱର୍ ବେହେରା,ଧବଳେଶ୍ଵର ଚଣ୍ଡୀ, ଦୁବ୍ୟଚନ୍ଦ୍ର କୈବର୍ତ୍ତ, ଯୋଗେଶ୍ୱର କୁମାର୍, ହିଙ୍ଗୁଲେଶ୍ୱର୍ ଶେଠ୍, ଦମୟନ୍ତୀ ସରାଫ, ତଥା ୧୮ ଗୋଟି ବିସ୍ଥାପିତ ଅଞ୍ଚଳର ସଭାପତି ଓ ସମ୍ପାଦକ ପ୍ରଭୁତି ଉପସ୍ଥିତ ରହି ଦାବୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ ଦାମୋଦର ବେହେରା ଧନ୍ୟବାଦ୍ ଅର୍ପଣ କରି ଦାବୀ ପତ୍ର ପ୍ରଦାନ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ସରକାରୀ ପ୍ରାଥମିକ ବିଦ୍ୟାଳୟ କନର୍ଲାର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ମୁନିଗୁଡାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

“ଏସପାଇଆର ରାଇରଙ୍ଗପୁର” ମାଧ୍ୟମରେ ଫ୍ରି କୋଚିଂ ଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ 

masiha

Leave a Comment

error: Content is protected !!