ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାର କ୍ରୀଡ଼ାବିତ୍ ମାନଙ୍କ ପାଇଁ ” ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର” ଆବେଦନ 

ନବରଙ୍ଗପୁର ଜିଲ୍ଲାର କ୍ରୀଡ଼ାବିତ୍ ମାନଙ୍କ ପାଇଁ ” ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର” ଆବେଦନ 

ନବରଙ୍ଗପୁର:( ତା ୨୭.୫.୨୦୨୬)(ରବି ନାରାୟଣ ମହାନ୍ତି) ୨୦୨୫ ବର୍ଷ ପାଇଁ “ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର” ନିମନ୍ତେ ଆବେଦନ/ନାମାଙ୍କନ ଆହ୍ୱାନ କରାଯାଉଛି।କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୫ ବର୍ଷ ପାଇଁ “ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର” ପ୍ରଦାନ କରାଯିବ। ଏହି ପୁରସ୍କାର ନିମନ୍ତେ ଯୋଗ୍ୟ ବ୍ୟକ୍ତି/ସଂସ୍ଥାଙ୍କଠାରୁ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ/ନାମାଙ୍କନ ଆହ୍ୱାନ କରାଯାଇଛି।ଜିଲ୍ଲାପାଳ , ନବରଙ୍ଗପୁରଙ୍କ କାର୍ଯ୍ୟାଳୟ ପକ୍ଷରୁ ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା କ୍ରୀଡା ସଂଘର ସଚିବଙ୍କୁ ଏହି ସୂଚନାର ବ୍ୟାପକ ପ୍ରଚାର ପାଇଁ ଅନୁରୋଧ କରାଯାଇଛି, ଯାହାଦ୍ୱାରା ଯୋଗ୍ୟ କ୍ରୀଡ଼ାବିତ୍, ପ୍ରଶିକ୍ଷକ ଓ କ୍ରୀଡ଼ା ସଂଗଠକମାନେ ଆବେଦନ କରିପାରିବେ।ଏହି କ୍ରୀଡ଼ା ପୁରସ୍କାର ୮ଟି ବର୍ଗରେ ପ୍ରଦାନ କରାଯିବ: କ୍ରୀଡ଼ା ଓ ଖେଳର ପ୍ରଚାର ପ୍ରସାରରେ ଆଜୀବନ ସାଧନା ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର , ବର୍ଷର ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର , ପ୍ରଶିକ୍ଷଣରେ ଉତ୍କର୍ଷତା ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ,କ୍ରୀଡ଼ା ପ୍ରଚାର ପ୍ରସାରରେ ଶ୍ରେଷ୍ଠ ଅବଦାନ ପାଇଁ ପୁରସ୍କାର ,କ୍ରୀଡ଼ା ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ପୁରସ୍କାର , ବର୍ଷର ଶ୍ରେଷ୍ଠ ପାରା-କ୍ରୀଡ଼ାବିତ୍ ପୁରସ୍କାର ,ବର୍ଷର ଶ୍ରେଷ୍ଠ ଉଦୀୟମାନ ଜୁନିଅର ଆଥଲେଟ୍ ପୁରସ୍କାର , ବର୍ଷର ଶ୍ରେଷ୍ଠ କ୍ରୀଡ଼ା ବୈଷୟିକ ଅଧିକାରୀ/ସହାୟକ କର୍ମଚାରୀ ପୁରସ୍କାର ଏଭଳି ପୁରସ୍କାର ବିତରଣ କରାଯିବ। ଏଣୁ ଜିଲ୍ଲାର ଯୋଗ୍ୟ କ୍ରୀଡ଼ାବିତ୍ ମାନଙ୍କୁ ବିଭିନ୍ନ ବର୍ଗରେ ଆବେଦନ କରିବାକୁ ଅନୁରୋଧ କରାଯାଇଛି। https://sports.odisha.gov.in ୱେବ୍ ସାଇଟ୍ ରେ ନିର୍ଧାରିତ ଫର୍ମ ରେ ଆବେଦନ କରିପାରିବେ।ଏହି ଆବେଦନ ର ଶେଷ ତାରିଖ ୧୦.୬.୨୦୨୬ ପର୍ଯ୍ୟନ୍ତ ରହିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ

masiha

ପ୍ରଗତି ଉତ୍କଳ ସଂଘରେ ନୀଳକଣ୍ଠ ଜୟନ୍ତୀ ପାଳିତ

masiha

ରାଷ୍ଟ୍ରପତିଙ୍କୁ ରମେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଜନ୍ମଦିନର ଉପହାର

Sunil Chandra Nayak

Leave a Comment

error: Content is protected !!