ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଝାରଫଟାମୁଣ୍ଡା କର୍ଲାପଟିଆପଡା ବିଲ ହିଡ ହିଁ ପଡାବାସୀ ଙ୍କ ସାହା ଭରଷା 

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଝାରଫଟାମୁଣ୍ଡା କର୍ଲାପଟିଆପଡା ବିଲ ହିଡ ହିଁ ପଡାବାସୀ ଙ୍କ ସାହା ଭରଷା 

ପାଟଣାଗଡ଼ ସମ୍ପ୍ରତି ସରକାର ଜିଲାର ବିକାଶ ନିମନ୍ତେ ଜିଲା ଖଣିଜ ପାଣ୍ଠି ଅର୍ଥ ଖର୍ଚ୍ଚ କରି ଜିଲାର ଉନ୍ନୟନ କାର୍ଯ୍ୟକରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲାର ଗମନା ଗମନ ଠାରୁ ଆରମ୍ଭ କରି ନଦୀରେ ସେତୁ ନିର୍ମାଣ ,ସ୍କୁଲ ଗୁଡିକର ଉନ୍ନତି କରଣ ପାଇଁ ଜିଲାପ୍ରଶାସନ ଆଗଭର ରହିଥିଲେ ମଧ୍ୟ ବ୍ଲକ ସ୍ତରରେ ରହିଥିବା ଅଧିକାରୀ ମାନେ ଗ୍ରାମାଞ୍ଚଳରେ ରହିଥିବା ସମସ୍ୟା ଗୁଡିକ ଠିକ୍‍ ଭାବରେ ଜିଲା ପ୍ରଶାସନକୁ ଅବଗତ କରିବାରେ ଆଗ୍ରହ ପ୍ରକାଶ କରୁନଥିବାରୁ ଆଜି ମଧ୍ୟ ଅନେକ ଗ୍ରାମ ତଥା ପଡାକୁ ଠିକ୍‍ ଭାବରେ ଗମନା ଗମନର ସୁବିଧା ହୋଇନଥିବା ଦେଖିବାକୁ ମିଳିଛି। ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକରେ ଯାତାୟତ କରିବା ରାସ୍ତାର ଉନ୍ନତି କରଣ ହୋଇପାରୁ ନଥିବା ଦେଖିବାକୁ ମିଳିଛି। ବ୍ଲକ ର ଯୁବା ପଞ୍ଚାୟତ ଅନ୍ତର୍ଗତ ଝାରଫଟାମୁଣ୍ଡା କର୍ଲାପଟିଆ ପଡା କୁ ସବୁ ଦିନିଆ ରାସ୍ତା ନିର୍ମାଣ ହୋଇ ପାରୁନଥିବାରୁ ପଡା ୭୬ ବର୍ଷ ପରେ ମଧ୍ୟ ଆଜି ମଧ୍ୟ ବିଲ ହିଡ ଉପରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଯୁବା ପଞ୍ଚାୟତ ଗଠିତ ହୋଇଛି ଏହି ପଞ୍ଚାୟତ ଅଧିନରେ ରହିଥିବା ଗ୍ରାମ ଗୁଡିକର ଉନ୍ନତି କରଣ ନିମନ୍ତେ। ଏହି ପଞ୍ଚାୟତର ଝାରଫଟାମୁଣ୍ଡା ଗାଁ ବସ୍ତିରୁ ପ୍ରାୟ ୨ କିମି ଦୁରରେ ଥିବା କର୍ଲାପଟିଆ ପଡା । ୧୦ ପରିବାର ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ବସବାସ କରିଆସୁଛନ୍ତି । ପଡ଼ା ରୁ ୪ କିମି ଦୁରରେ ଯୁବା ପଞ୍ଚାୟତ ମୁଖ୍ୟାଳୟରୁ ପଡ଼ାବାସୀ ହିଡ ରାସ୍ତା ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଛାତ୍ରଛାତ୍ରୀ ମାନେ ଗାଁ ପ୍ରାଥମିକ ବିଦ୍ୟାଳୟ,ଯୁବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ,ଓ ଧୁମାଭଟା କଲେଜ କୁ ଶିକ୍ଷା ଗ୍ରହଣ କରିବାକୁ ଯାଇଥାନ୍ତି । , ତା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର, ଡିଜିଟାଲ ସ୍ୱାସ୍ଥ୍ୟ କେନ୍ଦ୍ର, ରାଜସ୍ୱ କାର୍ଯ୍ୟାଳୟ, ପଞ୍ଚାୟତ ଅଫିସ, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରି ଆସୁଛନ୍ତି। ବିଶେଷ କରି ସରକାର ଗରିବ ଲୋକଙ୍କୁ ଯେଉଁ ଟଙ୍କିକିଆ ଚାଉଳ ଯୋଗାଇ ଦେଉଛନ୍ତି ଏହି ଚାଉଳ ଆଣିବା ପାଇଁ ବର୍ଷା ଦିନିଆ ଏହି ରାସ୍ତା ଦେଇ ବହୁ କଷ୍ଟରେ ଚାଉଳ ନେବାକୁ ବାଧ୍ୟ ହେଉଛନ୍ତି।। ପଡ଼ାକୁ ସବୁଦିନିଆ ରାସ୍ତା ପାଇଁ ଆଜକୁ ପ୍ରାୟ ଦୀର୍ଘ ରୁ ଊର୍ଦ୍ଧ୍ବ ହେଲା ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏପରିକି ପୁର୍ତ୍ତ ବିଭାଗର ଅଧିକାରୀ ପାଖରେ କାକୁତି ମିନତୀ ହୋଇ ଆସୁଛନ୍ତି। ପଡାବାସୀ ଙ୍କ ମୌଳିକ ସୁବିଧାରୁ ବଞ୍ଚିତ ନେଇ ଅନେକ ଥର ଖବରକାଗଜ ରେ ଇଲୋକ୍ଟ୍ରୋଟିକ ମିଡ଼ିଆ ଖବର ପ୍ରଶାରଣ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହି ମାଟି ରାସ୍ତାକୁ ସବୁ ଦିନିଆ ରାସ୍ତା ନିର୍ମାଣ କରିବା ନିମନ୍ତେ କିନ୍ତୁ ପ୍ରଶାସନର ଅଧିକାରୀ ମାନେ ରାସ୍ତା ନିର୍ମାଣ କରିବା ନିମନ୍ତେ ପଡାବାସୀଙ୍କୁ ପ୍ରତିଥର ପ୍ରତିଶୃତି ଦେଇ ଚାଲିଛନ୍ତି ହେଲେ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ପଡାବାସୀ ବାରମ୍ବାର ସବୁ ଦିନିଆରାସ୍ତା ନିର୍ମାଣ କରିବା ପାଇଁ ପ୍ରଶାସନକୁ ଅବଗତ କରୁଥିଲେ ମଧ୍ୟ ପ୍ରଶାସନର ଅଧିକାରୀ ମାନେ କାହା ଚାପରେ ପଡ଼ି ରାସ୍ତା ନିର୍ମାଣ କରୁନାହାନ୍ତି ବୋଲି ପଡା ବାସୀ ଅଭିଯୋଗ କରୁଛନ୍ତି। ଝାରଫଟାମୁଣ୍ଡା କର୍ଲାପଟିଆ ପଡା ସବୁ ଦିନିଆ ରାସ୍ତା ନିର୍ମାଣ କରିବା ଦିଗରେ ଜିଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ପଡାବାସୀଙ୍କ ତରଫରୁ ଦାବି ହେଉଛି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟ ଦାନ କେନ୍ଦ୍ରର ନାମ ଓ ସ୍ଥାନ ପରିବର୍ତ୍ତନ ସମ୍ବନ୍ଧରେ ରାଜନୈତିକ ଦଳ ସହିତ ଜିଲ୍ଲାପାଳଙ୍କ ବୈଠକ

masiha

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ଉପରେ ସଚେତନତା ଶିବିର ଅନୁଷ୍ଠିତ

masiha

ପାଞ୍ଚଛକ ଜୟ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ରେ ବାଲ୍ ଗ୍ରାମସଭା ଅନୁଷ୍ଠିତ 

masiha

Leave a Comment

error: Content is protected !!