ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ କ୍ଯୁଆର୍ କୋଡରେ ଚାଷୀ ଅର୍ଥ ପେମେଣ୍ଟ ସାଜିଛି ଚାଷୀଙ୍କ ସାର ସଙ୍କଟ ; ବାମନଘାଟୀ ଉପଖଣ୍ଡ ସାର ନ ପାଇ ଚାଷୀ ହନ୍ତସନ୍ତ

ସରକାରଙ୍କ କ୍ଯୁଆର୍ କୋଡରେ ଚାଷୀ ଅର୍ଥ ପେମେଣ୍ଟ ସାଜିଛି ଚାଷୀଙ୍କ ସାର ସଙ୍କଟ ; ବାମନଘାଟୀ ଉପଖଣ୍ଡ ସାର ନ ପାଇ ଚାଷୀ ହନ୍ତସନ୍ତ

ରାଇରଙ୍ଗପୁର – ୨୩/୦୬ ସରକାରଙ୍କ ଅଜବ ଗଜଵ ନୀତି ।କୋ – ଅପେରେଟିଭ୍ ସଂସ୍ଥାର କ୍ଯୁଆର୍ କୋଡରେ ଚାଷୀ ଟଙ୍କା ପେମେଣ୍ଟ କଲେ ଲ୍ଯାମ୍ପରୁ ସାର ମିଳିବ ବୋଲି ସରକାର ସୂଚନା ଦେଇଛନ୍ତି।ସୂଚନାଯୋଗ଼୍ଯ ପବିତ୍ର ଅକ୍ଷୀ ତୃତୀୟାରୁ ଚାଷୀମାନେ ହଳ କାମ ଆରମ୍ଭ କରି ଦେଇଛନ୍ତି ।ଆଷାଢ଼ ମାସ ଆରମ୍ଭ ହୋଇଛି ।ଅପରପକ୍ଷରେ ସରକାରଙ୍କ ଅଜବ ଗଜଵ ନୀତି ଯୋଗୁଁ ଚାଷୀ ପାଉ ନାହାଁନ୍ତି ସାର ।ସାର ସମସ୍ଯାରେ ଜର୍ଜରିତ ଚାଷୀ ।ଚାଷୀମାନଙ୍କ ମଧ୍ୟରେ ସରକାରଙ୍କ ଉପରେ ଅସନ୍ତୋଷ ବୃଦ୍ଧି ପାଉଛି ।ସରକାରଙ୍କ ନିର୍ଦେଶ କ୍ଯୁଆର୍ କୋଡରେ ଯେଉଁ ଚାଷୀ ପେମେଣ୍ଟ କରିବ ସେମାନଙ୍କୁ କେବଳ ସାର ଦିଆଯିବ ।ଅପରପକ୍ଷରେ ସରକାର କ୍ଯୁଆର୍ କୋଡ଼ ଦେଇ ନାହାନ୍ତି ।ତେଣୁ ଚାଷୀ କେଉଁଠାରେ ଟଙ୍କା ଡିପୋଜିଟ କଲେ ସାର ପାଇବେ !ବାମନଘାଟୀ ଉପଖଣ୍ଡ ଏକ କୃଷି ବହୁଳ ଅଞ୍ଚଳ ।ଏଠାରେ ଶିଳ୍ପ, କାରଖାନା କିଛି ନାହିଁ ।କେବଳ ଧାନଚାଷ ଉପରେ ଚାଷୀ ନିର୍ଭରଶୀଳ ।ତେଣୁ ଏଭଳି ପରିସ୍ଥିତି ସାର ନ ପାଇ ଚାଷୀ ହନ୍ତସନ୍ତ ହେଉଛନ୍ତି ।ତେଣୁ ସରକାର ଚାଷୀଙ୍କ ଉପରେ ସଦୟ ରଖି ବର୍ତ୍ତମାନ ପାଇଁ କ୍ଯୁଆର୍ କୋଡ଼ କଟକଣା ହଟାନ୍ତୁ ଏଵଂ ଚାଷୀମାନେ କିଭଳି ସହଜରେ ଟଙ୍କା ଡିପୋଜିଟ କରି ସାର ପାଇ ପାରିବେ ତାହାର ବ୍ୟବସ୍ଥା କରନ୍ତୁ ବୋଲି ବାମନଘାଟୀ ଚାଷୀ ସଂଘ ଦାବି କରୁଛି ।ନହେଲେ ଆଗକୁ ଚାଷୀ ଆନ୍ଦୋଳନ ଜାରି ରହିବ ।

ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

କୁତ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

Renounded social worker Ratikanta Paul passed away.

Sunil Chandra Nayak

ବିନ୍ଧାଣୀ-ସାନଡୁଙ୍ଗୁରିଗୁଡା ରାସ୍ତା ମରାମତି ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!