ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁ ମନ୍ଦିରରେ ସଂକୁଳ ସ୍ତରୀୟ ବୈଦିକ ଗଣିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

କୋକସରା,୨୨/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମାର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି ଓଡିଶା ଆନୁକୂଲ୍ୟରେ ଶନିବାର ସଂକୁଳ ସ୍ତରୀୟ ମାନସାଙ୍କ ପ୍ରସୂନ ଗଣିତ କର୍ମଶାଳା ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ଶିଶୁ ମନ୍ଦିର ସଭାପତି ବରିଷ୍ଠ ଶିକ୍ଷାବିତ ମିନିକେତନ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ଜୟପାଟଣା ସରସ୍ୱତୀ ଶିଶୁ ମନ୍ଦିର ବିଶ୍ୱଜୀବନ ପାଢ଼ୀ, ପ୍ରଧାନ ଆଚାର୍ଯ୍ୟ ବିଜମରା ସରସ୍ୱତୀ ଶିଶୁ ମନ୍ଦିର  ରଘୁନାଥ ଶବର ଉପସ୍ଥିତ ରହିଥିବା ବେଳେ ବୈଦିକ ଗଣିତ ପ୍ରଶିକ୍ଷକ ଭାବେ ଆଚାର୍ଯ୍ୟ ଧର୍ମଗଡ ସରସ୍ୱତୀ ଶିଶୁ ମନ୍ଦିର ବଟକୃଷ୍ଣ ପଣ୍ଡା, ଆଚାର୍ଯ୍ୟ ଜୟପାଟଣା ସରସ୍ୱତୀ ଶିଶୁ ମନ୍ଦିର ଅଜୟ କୁମାର ପଣ୍ଡା, ଆଚାର୍ଯ୍ୟ ମୁଖୀଗୁଡା ସରସ୍ୱତୀ ଶିଶୁ ମନ୍ଦିର ଶ୍ରୀମତୀ ସୁଜାତା ଶତପଥୀ ଯୋଗଦାନ କରି ବୈଦିକ ଗଣିତ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।କାର୍ଯ୍ୟକ୍ରମକୁ କୋକସରା ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ, ଗୁରୁମା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଚେନାଇରାଧା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ଡ଼.ଶିବରାମ ନାୟକ ପାଇଲେ  ଓଡିଶା ପ୍ରତିଭା ସମ୍ମାନ 2023

Sunil Chandra Nayak

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଗ ଶିକ୍ଷା

masiha

Leave a Comment

error: Content is protected !!