ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁ ମନ୍ଦିରରେ ସଂକୁଳ ସ୍ତରୀୟ ବୈଦିକ ଗଣିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

କୋକସରା,୨୨/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମାର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି ଓଡିଶା ଆନୁକୂଲ୍ୟରେ ଶନିବାର ସଂକୁଳ ସ୍ତରୀୟ ମାନସାଙ୍କ ପ୍ରସୂନ ଗଣିତ କର୍ମଶାଳା ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ଶିଶୁ ମନ୍ଦିର ସଭାପତି ବରିଷ୍ଠ ଶିକ୍ଷାବିତ ମିନିକେତନ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ଜୟପାଟଣା ସରସ୍ୱତୀ ଶିଶୁ ମନ୍ଦିର ବିଶ୍ୱଜୀବନ ପାଢ଼ୀ, ପ୍ରଧାନ ଆଚାର୍ଯ୍ୟ ବିଜମରା ସରସ୍ୱତୀ ଶିଶୁ ମନ୍ଦିର  ରଘୁନାଥ ଶବର ଉପସ୍ଥିତ ରହିଥିବା ବେଳେ ବୈଦିକ ଗଣିତ ପ୍ରଶିକ୍ଷକ ଭାବେ ଆଚାର୍ଯ୍ୟ ଧର୍ମଗଡ ସରସ୍ୱତୀ ଶିଶୁ ମନ୍ଦିର ବଟକୃଷ୍ଣ ପଣ୍ଡା, ଆଚାର୍ଯ୍ୟ ଜୟପାଟଣା ସରସ୍ୱତୀ ଶିଶୁ ମନ୍ଦିର ଅଜୟ କୁମାର ପଣ୍ଡା, ଆଚାର୍ଯ୍ୟ ମୁଖୀଗୁଡା ସରସ୍ୱତୀ ଶିଶୁ ମନ୍ଦିର ଶ୍ରୀମତୀ ସୁଜାତା ଶତପଥୀ ଯୋଗଦାନ କରି ବୈଦିକ ଗଣିତ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।କାର୍ଯ୍ୟକ୍ରମକୁ କୋକସରା ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ, ଗୁରୁମା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ପଞ୍ଚାୟତ ଉନ୍ନୟନ ସୂଚକାଙ୍କ ଉପରେ ତାଲିମ 

masiha

ରାୟଗଡା :- ଚାନ୍ଦିଲି ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

Sunil Chandra Nayak

ରକ୍ତ ଅଭାବରୁ ଶିଶୁ ମୃତ୍ୟୁ ଘଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ନୋଟିସ  ୭ ଦିନ ମଧ୍ୟରେ ରିପୋର୍ଟ ତଲବ….

Leave a Comment

error: Content is protected !!