ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା: ବିଶ୍ୱ ଏଡ୍‌ସ ଦିବସ ପାଳନ ଉପଲକ୍ଷେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍‌ ଏବଂ ରେଡ୍‌ ରିବନ୍‌ କ୍ଲବ୍‌ ପକ୍ଷରୁ ରଙ୍ଗୋଲି ଏବଂ ପ୍ରାଚୀରପତ୍ର ତିଆରି ସହିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଯୁବ ରେଡ୍‌କ୍ରସ୍‌ ଏବଂ ରେଡ୍‌ ରିବନ୍‌ କ୍ଲବ୍‌ର ସଂଯୋଜିକା ତଥା ସହକାରୀ ପ୍ରାଧ୍ୟାପିକା ଡ. ସ୍ମୃତିସ୍ନିଗ୍ଧା ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଏଡ୍‌ସ ରୋଗର ଭୟାବହତା ସହିତ ଏହାର କାରଣ ଓ ନିରାକରଣ ସମ୍ପର୍କରେ ବିଭିନ୍ନ ବାର୍ତ୍ତା ସମ୍ବଳିତ ପ୍ରାଚୀର ପତ୍ର ଓ ରଙ୍ଗୋଲି ତିଆରି କରିଥିଲେ। ଏହା ସହିତ ଏଡ୍‌ସ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଥିଲେ। ଏଥିରେ ଅଧ୍ୟାପକ ମାୟାଧର ବାରିକ, ଅଧ୍ୟାପିକା ଉଷାରାଣୀ ସେଠୀ, କ୍ରିଡ଼ା ଶିକ୍ଷୟିତ୍ରୀ ତଥା ଏନ୍‌ସିସି ଅଧିକାରୀ କ୍ୟାପ୍‌ଟେନ ମୀନା ଦାସଙ୍କ ସମେତ ସୁସ୍ମିତା ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର 

Sunil Chandra Nayak

ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ଜନ୍ମତିଥି ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ 

Sunil Chandra Nayak

ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆୟୋଜିତ

masiha

Leave a Comment

error: Content is protected !!