ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାଉରକେଲା/ ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ର ୧୧ତମ ବାର୍ଷିକ ଉତ୍ସବ ଭଞ୍ଜଭଵନ ଠାରେ ଅନୁଷ୍ଠିତ ହୋଇଯାଇଛି l ପଞ୍ଚମ ରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସନ୍ଧ୍ୟା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି, ପି.ଏମ.ଏସ.ଆଇ (ସମ୍ବଲପୁର) ର ପ୍ରାକ୍ତନ ଅଧକ୍ଷା ଡ଼ କିଶୋରୀ ଦାଶ ମୁଖ୍ୟ ବକ୍ତା ଓ ସାମ୍ବାଦିକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ର ଉଦଘାଟନ କରିଥିଲେ l ବିଦ୍ୟାଳୟ ର ଅଧକ୍ଷ ଜଳଧର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ ସହ ସ୍କୁଲ ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ମୁଖ୍ୟ ଅତିଥି ଡ଼ ମିଶ୍ର ନିଜ ଅନୁଭୂତି ସମ୍ପର୍କରେ ଆଲୋକ ପାତ କରିଵା ସହ ପିଲା ମାନେ ଉଚ୍ଚ ଆକାଂକ୍ଷା ଓ ପ୍ରଗାଢ଼ ନିଷ୍ଠା ବଳରେ ସଫଳତାର ଶୀର୍ଷ କୁ ପହଂଚି ପାରିବେ ବୋଲି କହିଥିଲେ l ତେଣୁ ଶୈଶବ ରୁ ପିଲାମାନଙ୍କୁ ଉଚିତ ଶିକ୍ଷା, ସଂସ୍କାର ଓ ମାର୍ଗ ଦର୍ଶନ କରାଗଲେ ଭବିଷ୍ୟତ ରେ ସେମାନେ ନିଜକୁ ଜଣେ ସୁନାଗରିକ ଭାବେ ଗଢି ତୋଳି ପାରିବେ ବୋଲି ସେ ମତ ରଖିଥିଲେ। ମୁଖ୍ୟବକ୍ତା ଡ଼ଃ ଦାଶ ଓ ସମ୍ମାନିତ ଅତିଥି ଶ୍ରୀ ଦାସ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ହେବା ସହ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଓ ସଂସ୍କାରୀ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ ପାଠ ପଢା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ପିଲା ମାନଙ୍କ ପକ୍ଷରୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସେହିପରି ପୂର୍ବାହ୍ନ ରେ ପ୍ରଥମ ରୁ ଚତୁର୍ଥ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ରେ ବିଶ୍ରା ବି.ଇ.ଓ ବେଣୁଧର ସ୍ୱାଇଁ ମୁଖ୍ୟ ଅତିଥି ଓ ଡ଼ କିଶୋରୀ ଦାଶ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟ ରେ କହିଲେ ଯେ ଶିକ୍ଷା ସହ ପିଲା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ରୁଚି ରଖୁଥିବା ଉତ୍ତମ ଲକ୍ଷଣ ଓ ଏହାଦ୍ୱାରା ସେମାନଙ୍କ ସୃଜନଶୀଳତା ବୃଦ୍ଧି ପାଇବ l ଉତ୍ତମ ନାଗରିକ ଭାବେ ଦେଶ ଗଠନ ରେ ବ୍ରତୀ ହେବାକୁ ସେ ଆହ୍ୱାନ କରିଥିଲେ l ଏଥିରେ ଶିକ୍ଷୟତ୍ରୀ ଶୁଭ୍ରା ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ସରିତା l ସନ୍ଧ୍ୟା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ସ୍କୁଲ ର ଶିକ୍ଷୟତ୍ରୀ ନମ୍ରତା ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ସୁଷମା l ସ୍କୁଲ ର ସେକ୍ରେଟାରୀ ସମ୍ବିଧାନ ଷଡ଼ଙ୍ଗୀ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l ସ୍କୁଲର ଖେଳ ଶିକ୍ଷକ ସୁଜିତ ତନ୍ତୀ ଓ ଦେଵୀ ପ୍ରସାଦ ସ୍ୱାଇଁ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ l