ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ସେବା ଫାଉଣ୍ଡେସନ ତରଫରୁ ପୁରୀ ବଡ ଦାଣ୍ଡ ରେ ସେବା କାର୍ଯ୍ୟ ଅନୁଷ୍ଠିତ

ଜୀବନ ସେବା ଫାଉଣ୍ଡେସନ ତରଫରୁ ପୁରୀ ବଡ ଦାଣ୍ଡ ରେ ସେବା କାର୍ଯ୍ୟ ଅନୁଷ୍ଠିତ

ପୁରୀ :- ପବିତ୍ର ରଥ ଯାତ୍ରା ଅବସରରେ ଜୀବନ ସେବା ଫାଉଣ୍ଡେସନ ତରଫରୁ ପୁରୀ ବଡ ଦାଣ୍ଡ ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ , ଦହି ପଣା ବଣ୍ଟନ, ORS ବଣ୍ଟନ ଓ ବଡଦାଣ୍ଡ ସଫେଇ, ଭିଡ ନିୟନ୍ତ୍ରଣ, ଆମ୍ବୁଲାନ୍ସ ସେବା, ଜଳ ସିଞ୍ଚନ, ଆମ୍ବୁଲାନ୍ସ ଗ୍ରୀନ କରିଡର ସେବା ରେ ନିୟୋଜିତ ହୋଇଥିଲେ । ଜୀବନ ସେବା ଫାଉଣ୍ଡେସନ ପରିବାର ତରଫରୁ ୭୦ ଜଣ ରୁ ଉର୍ଦ୍ଧ୍ବ ସଦସ୍ୟ ଓ ସଦସ୍ୟା ଯୋଗ ଦେଇ ଛଅଗୋଟି ଭାଗରେ ବିଭକ୍ତ ହୋଇ ସେବା କାର୍ଯ୍ୟକ୍ରମ କରି ଥିଲେ! ଜୀବନ ସେବା ଫାଉଣ୍ଡେସନ ପରିବାର ର ସତ୍ୟବାଦୀ ମହାରଣା,ସ୍ଵାତି ମହାନ୍ତି, ମନୀଷା ବେହେରା, ତାରାପ୍ରସାଦ ପାତ୍ର, ଦେବାଶିଷ ପଟ୍ଟନାୟକ,ସମ୍ବିତ୍ ମହାପାତ୍ର, ସୁଜିତ ନାୟକ ଟିମ କୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ଜୀବନ ସେବା ଫାଉଣ୍ଡେସନ ର ସଭାପତି ହରିଶ୍ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସହଯୋଗ ଓ ସାହାଯ୍ୟ କରିଥିବା ସଦସ୍ୟ/ସଦସ୍ୟା ଓ ବ୍ଯକ୍ତି ବିଶେଷ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ପ୍ରତିନିଧି ସମୀର କୁମାର ପ୍ରଧାନ ରିପୋର୍ଟ ମସିହା ନିୟୁଜ!

Related posts

ଓଡିଶା ବ୍ରାହ୍ମଣ ମହାସଭା ଵାମନଘାଟୀ ଶାଖା ତରଫରୁ ରେଳ ଦୁର୍ଘଟଣାରେ ମୃତକଙ୍କ ଉଦେଶ୍ଯରେ ଜଗନ୍ନାଥ ମନ୍ଦିରରେ ଦୀପଦାନ

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୩ ପାଳିତ 

Sunil Chandra Nayak

ବିଷ ଖାଇ ଯୁବକର ଆତ୍ମହତ୍ୟା, ହତ୍ୟା ସନ୍ଦେହ

Sunil Chandra Nayak

Leave a Comment

error: Content is protected !!