ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ ମହୋସବ ପାଳିତ

ବନ ମହୋସବ ପାଳିତ

ଜୁନାଗଡ଼ତା-୦୧୦/ ୦୭,(ମନିସ) ଜୁନାଗଡ ସମ୍ବାଦ ସାହିତ୍ୟ ଘର, ପ୍ରଚେଷ୍ଟାରେ ମଟିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପରିସରରେ ବନ ମହୋତ୍ସବ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୈନିକ ସମ୍ବାଦର ଜୁନାଗଡ ବ୍ଲକ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆଙ୍କ ଆବାହନ କ୍ରମେ ଏକ ସଚେତନ ସଭା ପ୍ରଧାନ ଶିକ୍ଷକ ଲକ୍ଷୀକାନ୍ତ ଦଣ୍ଡସେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟବକ୍ତା କବି ଅଜୟ ଦାସ, ସମ୍ମାନିତ ବକ୍ତା ଶିକ୍ଷାବିତ ରାଧେଶ୍ୟାମ ପଣ୍ଡା, ମୁଖ୍ୟ ଅତିଥି ଜୁନାଗଡ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ସମ୍ମାନୀତ ଅତିଥି ଆଡଭୋକେଟ୍ ବିଶ୍ବନାଥ କର, ସମ୍ବାଦ ସାହିତ୍ୟ ଘରର ସଦସ୍ୟା କବୟିତ୍ରୀ ପଲ୍ଲବୀ ଦାସ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମଂଚାସୀନ ସମସ୍ତ ଅତିଥିଙ୍କ ସହିତ ଯୁବ ଶିଳ୍ପୀ ହିମାଂଶୁ ନାୟକ, ବିଜ୍ଞାନ ଶିକ୍ଷକ ରାହାସ ବିହାରୀ ଦଣ୍ଡେସେନା ଏହି ପରି କାର୍ଯ୍ୟକ୍ରମର ଉପାଦେୟତା ବର୍ଣ୍ଣନା କରି, ଛାତ୍ରଛାତ୍ରୀମାନେ ବୃକ୍ଷରୋପଣକୁ ଜୀବନର ଏକ ବ୍ରତ ଭାବରେ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ।ଯୁବକବି କିରଣମୟ ସେନାପତି, ମନୋଜ ମେହେର, ଚନ୍ଦ୍ର ମୋହନ ମେହେର, ଶରତ ଚନ୍ଦ୍ର ମେହେର, ବେଣୁପାଣି ,ଜଙ୍ଗଲ ସୁରକ୍ଷା ଆଧରିତ ସ୍ବରଚିତ କବିତା ପାଠ କରିବା ପରେ ନବଘନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜୁନାଗଡ ବନଖଣ୍ଡର ଅଧିକାରୀ ଶ୍ରୀକାନ୍ତ ପଟ୍ଟନାୟକଙ୍କ ପ୍ରେରଣାପ୍ରଦ ବକ୍ତବ୍ୟ ପ୍ରଦାନ ପରେ ସ୍କୁଲ ପରିସରେ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିରେ ସହଯୋଗ କରିଥିଲେ ଯୁବ ସମାଜ ସେବୀ ଭିକାରୀ ମହାଲିକ, ଦିବ୍ୟଶଙ୍କର ମେହେରଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ। ବିଦ୍ଯୀଳୟର ଶତାଧିକ ଛାତ୍ରଛାତ୍ରୀ ଉତ୍ସାହ ଉଦ୍ଦୀପନାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶ୍ରୀ ରାମେଶ୍ଵର ମହାଦେବ ମନ୍ଦିର ର ୧୦ମ ରୁଦ୍ର ମହାଯଜ୍ଞ ଆସନ୍ତା ୧୮ରୁ…

masiha

ଧର୍ମଗଡ କଳାହାଣ୍ଡି ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ପ୍ରବଳ ଜନ ସମାଗମ

Sunil Chandra Nayak

ଭାରତୀୟ ସାମ୍ବାଦିକ କର୍ମଜୀବି ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!