ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟରେ (କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗୀ)ସଚେତନତା ବୈଠକ ପାଳିତ

ରାଉରକେଲା ମହାବିଦ୍ୟାଳୟରେ (କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗୀ)ସଚେତନତା ବୈଠକ ପାଳିତ

ରାଉରକେଲା/ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ବରେ ଏମ୍ଏସ୍ଏମ୍ଇ( କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗ) ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଷୁଦ୍ର ଅଣୁ ମଧ୍ୟମ ଉଦ୍ୟୋଗୀ ବିଭାଗର ଶିଳ୍ପ ଉଦ୍ୟୋଗ ଅଧିକାରୀ ପୁଷ୍ପଲତା ସାହୁଙ୍କ ଦ୍ଵାରା କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ତାତ୍ପର୍ଯ୍ୟ,ସରକାରୀ ପ୍ରୋତ୍ସାହନ,ଋଣ ଯୋଜନା ମାଧ୍ୟମରେ ଜନସାଧାରଣ କିଭଳି ସ୍ୱାବଲମ୍ବନଶୀଳ ,ସ୍ବରୋଜଗାର ସକାଶେ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ବରିଷ୍ଠ ପ୍ରାଧ୍ୟାପକ ଡଃ ରବୀନ୍ଦ୍ରକୁମାର ଜେନା ଉପସ୍ଥିତ ଆଲୋଚ୍ୟ ବିଷୟରେ ବିଭିନ୍ନ ଉଦାହରଣ ମାଧ୍ୟମରେ ପିଲା ମାନଙ୍କୁ ବୁଝାଇଥିଲେ। ପ୍ରାଧ୍ୟାପକ ବନବିହାରୀ କିସାନ,ପ୍ରାଧ୍ୟାପିକା ବନ୍ଦନା ସୋରେଙ୍ଗ, ରଶ୍ମିପ୍ରଭା ମଥାନ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ। ପ୍ରାଧ୍ୟାପକ ରଶ୍ମି ରଂଜନ ରାଉତ ସଭା ପରିଚାଳନା କରିଥିବାବେଳେ ବନବିହାରୀ କିସାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ 

Sunil Chandra Nayak

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯୋଗ ଦିବସ ପାଳିତ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ପୁଟିଆଚୁରା ରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

masiha

Leave a Comment

error: Content is protected !!