ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡି ଜି ଅଛି କିନ୍ତୁ ଡିଜିରେ ତୈଳ ନାହିଁ ଏ ସି ଅଛି କିନ୍ତୁ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନାହି : ନାହିଁ ନାହିଁ ରେ ଚାଲିଛି ମାଲଦା ଯାଞ୍ଜ ଫାଟକ 

ଡି ଜି ଅଛି କିନ୍ତୁ ଡିଜିରେ ତୈଳ ନାହିଁ ଏ ସି ଅଛି କିନ୍ତୁ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନାହି : ନାହିଁ ନାହିଁ ରେ ଚାଲିଛି ମାଲଦା ଯାଞ୍ଜ ଫାଟକ 

 ବଡଵିଲ(ମ ସୀ ହା)_ବଡ଼ବିଲ ଖଣି ବିଭାଗର ତଳ ତଳିଆଙ୍କ ବିକଳ ନଗ୍ନ ଚିତ୍ର ଏବେ ସାମନା କୁ ଆସିଛି। କହିବାକୁ ଗଲେ ଡିଜି ମେସିନ ଅଛି ହେଲେ ମେସିନ ଚାଲିବା ନିମନ୍ତେ ତୈଳ ନଥିବାରୁ, ମୂଲ୍ୟବାନ ଡିଜି ମେସିନ ଖତ ଖାଉଛି ।ସେହିପରି ଏ/ସି ଅଛି କିନ୍ତୁ ବିଦ୍ୟୁତ୍ ସଂଯୋଗ ନଥିବାରୁ ଏ/ସି ମଧ୍ୟ ପଡ଼ି ଧୂଳି ଖାଉଛି ।ଆଉ ନିଜ ବିଭାଗୀୟ ସମସ୍ତ ବଡ଼ ବଡ଼ିଆ ଅଫିସରଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ହାତ ପାହାନ୍ତାରେ ଉପଲବ୍ଧ ହୋଇଚାଲିଛି।ତେବେ ସୂଚନାଯୋଗ୍ୟ ରାଜ୍ୟର ପ୍ରମୁଖ ଖଣିକ୍ଷେତ୍ର କୋଇଡା ଠାରେ ଥିବା ଖଣି ଉପନିର୍ଦ୍ଦେଶକଙ୍କ ଅଧୀନର ମାଲଦା ଯାଞ୍ଚ ଫାଟକର ଅବ୍ୟବସ୍ଥା ଏଯାଏ ସମ୍ପୂର୍ଣ୍ଣ ଦୁର ହେବାରେ ବିଫଳ ରହିଛି। । ଉକ୍ତ ଖଣି କ୍ଷେତ୍ରରୁ ଯାଉଥିବା ରାଜସ୍ଵ ଜିଲ୍ଲା ତଥା ରାଜ୍ୟକୁ ସମୃଦ୍ଧ କରିବାରେ ସହାୟକ ହୋଇଥାଏ ହେଲେ ଫାଟକ ନିକଟରେ ନିଯୋଗ କର୍ମଚାରୀ ବିଭିନ୍ନ ସମସ୍ୟା ସମ୍ମୁଖୀନ ହୋଇ ନିଜ ବିଭାଗୀୟ ନିମନ୍ତେ ଗୁରୁ ଦାୟିତ୍ଵ ତୁଲାଇଥାନ୍ତି। ତେବେ ଉକ୍ତ ସମସ୍ୟା ଉପରେ ଗତ କିଛିଦିନ ତଳେ ଗଣ ମାଧ୍ୟମ ରେ ଏ ସମ୍ପର୍କରେ ଖବର ପ୍ରସାରଣ କରିବା ଫଳରେ,ନୂତନ କରି ନିଯୋଗ ଖଣି ଉପନିର୍ଦେଶକ ଶ୍ରୀ ଅସିତ୍ ବେହେରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ସ୍ଥାନରୁ ଛୋଟ କ୍ୟାବିନକୁ ହଟାଇ,ଏକ ଉନ୍ନତ ମାନର କ୍ୟାବିନର ସୁବନ୍ଦବସ୍ତ କରି ଆଲୋକ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ସୋଲାର ଆଲୋକକୁ ମରାମତି କରିଥିବାର ଜଣାଯାଏ lକିନ୍ତୁ ଘଞ୍ଚ ଜଙ୍ଗଲ ଏବଂ ବର୍ଷା ଜନିତ ସମସ୍ୟା ହେଲେ ସୋଲାର ସଠିକ୍ ଭାବ ରେ କାର୍ଯକ୍ଷମ ହେବ କି ନାହିଁ ଅନେକ ଚିନ୍ତାରେ ପଡ଼ି ଯାଇଛନ୍ତି।ଯଦି ଉପନିର୍ଦେଶକ ଶ୍ରୀ ବେହେରା ଯଥା ସମ୍ଭବ ସ୍ଥାୟୀ ବିଦ୍ୟୁତ ସଂଯୋଗ କରିବା ସହ ବିଦ୍ୟୁତ କାଟ ହେଲେ ଡିଜି ଚାଲିବା ନିମନ୍ତେ ତୈଳ ମହଜୁଦ କରିପାରିବେ ତେବେ ନିକଟ କର୍ମଚାରୀମାନେ ଜଙ୍ଗଲ ଜନ୍ତୁଙ୍କ ଠାରୁ ନିଜକୁ ସୁରକ୍ଷିତ ଅନୁଭବ କରିପାରିବେ ବୋଲି ବୁଦ୍ଧିଜୀବୀ ଓ ଅଂଚଳବାସୀ ଆଶାବ୍ୟକ୍ତ କରିଛନ୍ତି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

୩ଏକର ଜମିର ଧାନ ପୋଡି ନଷ୍ଟ: ସରକାରୀ ସହୟତା ଅପେକ୍ଷାରେ ଚାଷୀ

Sunil Chandra Nayak

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

masiha

ନୂଆପଡା ଜିଲ୍ଲା ଗ୍ରସ୍ତ ରେ ନଗର ଓ ଉନ୍ନୟନ ମନ୍ତ୍ରୀ

masiha

Leave a Comment

error: Content is protected !!