ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର,୦୧/୧୦/୨୩ – ଗତକାଲି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟକୁ ନେଇ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋଈ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୧୭ଟି କ୍ଲଷ୍ଟର ସାମିଲ ହୋଇଥିଲେ । ସେଥିମଧ୍ୟରୁ ସମ୍ଭୁସୀତା ସରକାରୀ ପ୍ରାଥମିକ ବିଦ୍ୟାଳୟ ମିଟୁଆଣୀ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସିଆରସି, ଲକ୍ଷ୍ମଣ କୁମାର ସେଣ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଖଇରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ରାଉତ, ମୁଖ୍ୟ ବକ୍ତା ଭାବେ ଏବିଇଓ ଗୌରାଙ୍ଗ ମହାପାତ୍ର, ଅନ୍ୟତମ ଅତିଥି ଭାବେ ସାରୁଗାଁ ସରପଞ୍ଚ ଦୟାନିଧି ନାୟକ, ଶିକ୍ଷାବିତ୍ ଜିତେନ୍ଦ୍ର କୁମାର ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ପ୍ରସାଦ ନାୟକ, ପରିଚାଳନା ସମିତିର ସଭାପତି ନମିତା ବେହେରା, ପ୍ରଶାନ୍ତ କୁମାର ଜେନା, ସାରକୋଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ, ମଞ୍ଚାସୀନ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଚିତ୍ରାଙ୍କନ, ବକୃତା, ସୃଜନଶୀଳ ଲିଖନ, ସଙ୍ଗୀତ ଗାନ ପ୍ରଭୃତି ପ୍ରତିଯୋଗୀତାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦନାର୍ଦ୍ଦନ ସାମଲ, ଉମେଶ କୁମାର ମହାପାତ୍ର, ଅଞ୍ଜନ କୁମାର ମହାପାତ୍ର, ସିନସାଇମନ ସାମଲ, ସନ୍ଧ୍ୟାରାଣୀ ଓ ପ୍ରଶାନ୍ତ କୁମାର ପ୍ରଧାନ କୃତକାର୍ଯ୍ୟ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଖଇରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖଇରାର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ସେହିପରି ପଳସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ବାରିକଙ୍କ ସଭାପତିତ୍ବ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଖଇରା ବ୍କକର ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସିଆରସି ଭାଗବତ ଦାସ, ଅର୍ଜୁନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୀତାରାଣୀ ଦାସ, ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓଡ଼ିଶା ମିଲେଟସ ପ୍ରତିଯୋଗୀତା ୨୦୨୩ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି କୁପାରୀ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଜୟକୃଷ୍ଣ ମହାପାତ୍ରଙ୍କ ସଭାପତିତ୍ବ ସଭା ଅନୁଷ୍ଠିତ ହୋଇଥିଲା । କୁପାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେହେରା, କବର ମା ବାସନ୍ତୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ପଣ୍ଡା, ସିମୁଳିଆ ମା ଅମ୍ବିକା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସେବତୀ ପଣ୍ଡା, ଗେଙ୍ଗୁଟିଆ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦକ୍ଷିଣରାୟ, କୁପାରୀ ସେକ୍ଟର ସିଆରସି ରଘୁନାଥ ଦଳେଇ, ସିମୁଳିଆ ମା ଅମ୍ବିକା ସରକାରୀ ବିଦ୍ୟାଳୟର ସୁଚିସ୍ମିତା ଷେଣ୍ଢଙ୍କ ଉପସ୍ଥିତରେ କ୍ରଷ୍ଟର ସ୍ତରୀୟ ଶିଶୁ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ଗୋବିନ୍ଦପୁର ପଞ୍ଚାୟତର ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଧନା କେନ୍ଦ୍ର ଅଧିନ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ୨୦୨୩ ଓ ଓଡ଼ିଶା ମିଲେଟସ ପ୍ରତିଯୋଗୀତା ଗୋବିନ୍ଦପୁର ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ସିଆରସି, ଏବିଇଓ ପାର୍ବତୀ ପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷକ ସଭାପତିତ୍ବ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧିନ ସମସ୍ତ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳତା ଲିଖନ, ବକୃତା, ସଙ୍ଗୀତ, ଶ୍ରୁତ୍ରଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଭାଗ ନେଇ ସେମାନଙ୍କର କୃତିତ୍ୱ ପ୍ରଦର୍ଶନ ପୂର୍ବକ ପ୍ରମାଣପତ୍ର ହାସଲ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୁନାଗଡ଼ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

masiha

ଗୁହାଳ ଘରେ ନିଆଁ ଲାଗି ଦଶରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ, ଦୁଇ ଆହତ 

masiha

ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

masiha

Leave a Comment

error: Content is protected !!