ଦୀକ୍ଷାନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟନ
ମ.ରାମପୁର,୦୧/୧୦(ମସୀହା):ଓଡିଶା ସଙ୍ଗୀତ ନାଟକ ଏକାଡୋମୀ ଭୁବନେଶ୍ୱର ଙ୍କ ସହାୟତା ରେ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ମ.ରାମପୁର ତରଫରୁ ସ୍ଥାନୀୟ ଶ୍ରୀରାମ କଲ୍ୟାଣ ମଣ୍ଡପ ଠାରେ ଅଞ୍ଚଳ ର ୧୦ ଗୋଟି କାମନା ଦଣ୍ଡ ଦଳ ର ବାଦ୍ୟ କଳାକାର ମାନଙ୍କ ୬ ମାସିଆ ତାଲିମ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ,ସମ୍ମାନିତ ଅତିଥି ଧ୍ୟାନ ରଞ୍ଜନ ପଣ୍ଡା( ସଦସ୍ୟ ଓଡ଼ିଶା ସଙ୍ଗୀତ କଳା ଏକଡୋମୀ) ଦିକ୍ଷାନ୍ତ ତାଲିମ କାର୍ଯ୍ୟକ୍ରମ ର ତାଲିମ ଦାତା ପ୍ରାଧ୍ୟାପକ ତଥା ନାଟ୍ୟ ନିର୍ଦ୍ଦେଶକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ପରିଷଦ ର ସଭାପତି ରୁଦ୍ର ପ୍ରତାପ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ l ପରିଷଦ ର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।