ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁସୂଚିତ ଜାତିର ଉନ୍ନୟନ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି , ପାଣ୍ଡିୟାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍‌

ଲାଞ୍ଜିଗଡ଼,୨୦/୦୫(ମନିସ)-ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ତରଫରୁ ଆଜି ଏକ ପ୍ରତିନିଧି ଦଳ ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଓ ୫-ଟି ସଚିବ ଭି. କେ. ପାଣ୍ଡିୟାନଙ୍କୁ ସାକ୍ଷାତ କରି ଏକ ୧୨ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ସ୍ୱାଧୀନତାର ଦୀର୍ଘ ଦଶନ୍ଧୀ ପରେ ବି ଶୋଷିତ ଓ ଅବହେଳିତ ଜାତି ହୋଇ ରହିଯାଇଥିବା ଅନୁସୂଚିତ ଜାତିର ଉନ୍ନତିି ପାଇଁ ପାଣ୍ଡିୟାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସେସବୁର ଆଶୁ ସମାଧାନ ଦାବି କରିଛନ୍ତି । ଫେଡେରେସନ ତରଫରୁ ଦିଆଯାଇଥିବା ଦାବିଗୁଡିକ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଦେଢ଼ ଏକର ଜାଗା ଯୋଗାଇଦେବା ସହ ଅତ୍ୟାଧୁନିକ ବହୁମୁଖୀ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ପଦକ୍ଷେପ ନେବା । ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ଭଳି ଅନୁସୂଚିତ ଜାତିଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ସଂସ୍ଥା (ଆଇଟିଡିଏ ଭଳି ଆଇଏସ୍‌ସିଡିଏ, ଏସ୍‌ସିଡିଏ) ଗଠନ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗକୁ ଅଲଗା କରି ସ୍ୱତନ୍ତ୍ର ଭାବେ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଗଠନ, ନବଗଠିତ ଓ ପ୍ରସ୍ତାବିତ ଅନୁସୂଚିତ ଜାତି ବିଭାଗ ଅଧୀନରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ଓ ଛାତ୍ରୀ/ ଛାତ୍ରାବାସ ନିର୍ମାଣ ନଚେତ୍ ଏସ୍‌ସିଏସ୍‌ଟି ଉନ୍ନୟନ ବିଭାଗ ଅଧୀନରେ ଥିବା ସ୍କୁଲ ଓ ହଷ୍ଟେଲରେ ଅନୁସୂଚିତ ଜାତି-ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ ଥିବା ଅନୁପାତ ୯୦-୧୦ ବଦଳରେ ୫୦-୫୦ କରାଯିବାକୁ ପଦକ୍ଷେପ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୩୦ ଡେସିମିଲ ଜମି ଯୋଗାଇଦେବା ସହ ବହୁମୁଖୀ ଆମ୍ବେଦକର ଭବନ ନିର୍ମାଣ ପାଇଁ ୫୦ କୋଟି ଟଙ୍କାର ଆର୍ôଥକ ଅନୁଦାନ, ରାଜ୍ୟରେ ଅନୁସୂଚିତ ଜାତିଙ୍କ ଉପରେ ବଢ଼ୁଥିବା ଏଟ୍ରୋସିଟି ବିରୁଦ୍ଧରେ ତ୍ୱରିତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ କଠୋର ଦଣ୍ଡ ବିଧାନର ପ୍ରାବଧାନ, ରାଜ୍ୟରେ ଅନୁସୂଚିତ ଜାତି କମିଶନ ଗଠନ, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଓ ବୃତିଗତ, ବୈଷୟିକ ଶିକ୍ଷାରେ ଜନସଂଖ୍ୟା ଅନୁପାତରେ ୧୬.୨୫ ପ୍ରତିଶତ ସଂରକ୍ଷଣ, ନିଯୁକ୍ତି ଓ ପଦୋନ୍ନତିରେ ସଂରକ୍ଷଣ ନିୟମକୁ କଡ଼ାକଡ଼ି ଲାଗୁ କରିବା, ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ଉଦ୍ୟୋଗୀ କରିବାକୁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା, ରାଜ୍ୟରେ ତିନିବର୍ଷରୁ ଅଧିକ ସମୟ ଧରି ବକେୟା ଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ କୃଷି ଋଣକୁ ସଂପୂର୍ଣ୍ଣ ଛାଡ଼ କରାଯିବା ଏବଂ ଦୀର୍ଘ ବର୍ଷ ଧରି ଋଣଯନ୍ତାରେ ପଡ଼ିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବକେୟା ଋଣ ମଧ୍ୟ ଛାଡ଼ କରାଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ଅପେକ୍ଷାରେ ଥିବା ହିତାଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ ସହିତ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଦ୍ ପଡିଥିବା ଲୋକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ପଦକ୍ଷେପ ନେବା ସଂପର୍କରେ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବିପତ୍ର ଗ୍ରହଣ ପରେ ପାଣ୍ଡିୟାନ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଆଜିର ଦାବିପତ୍ର ପ୍ରଦାନ ସମୟରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ଉପଦେଷ୍ଟା ମଣ୍ଡଳୀର ବିଶ୍ୱନାଥ କର, ଋଷିସୂଦନ ଛତ୍ରପାଲ, ଆଶିଷରଞ୍ଜନ ନାଏକ, ମନୋହର ହରପାଲଙ୍କ ସମେତ ବିଭୀଷଣ ନାଏକ, ଜଗଦୀଶ ବେନିଆଁ, ପରୀକ୍ଷିତ ନାଏକ, ମୂରଲୀ ନାଏକ, ପାଇକୁ ବାଗ, ରୂପେନ୍ଦ୍ର ଛତ୍ରିଆ, ଚନ୍ଦ୍ର ନାଏକ, ଦିଲିପ ହରିଜନ, ମଳୟ ବେନୁଆଁ, ଗୋପାଳଦାସ ମହାନନ୍ଦ, ସୁଶୀଲ କୁମାର ବାଗ ପ୍ରମୁଖ ପାଣ୍ଡିୟାନଙ୍କୁ ସାକ୍ଷାତ କରି ଉପରୋକ୍ତ ଦାବି ଗୁଡିକ ସଂପର୍କରେ ଆଲୋଚନା କରିଥିଲେ ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଆଦିତ୍ୟ ଆଲୁମିନା ପକ୍ଷରୁ କଂସାରୀଗୁଡା ଅଞ୍ଚଳରେ ‘ନିରୋଗଶାଳା’ ଉଦ୍‌ଘାଟିତ

masiha

ଖଣି ଅଞ୍ଚଳର ଲୋକଙ୍କ ବିକାଶ ପଥକୁ ଅନ୍ଯ ଅଞ୍ଚଳର ଲୋକେ କଣ୍ଟା ସାଜୁଛନ୍ତି: ବ୍ଳକ କଂଗ୍ରେସ

masiha

ବନ୍ଧୁଗାଁ ସରସ୍ୱତୀ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା

masiha

Leave a Comment

error: Content is protected !!