ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ଵ ଗ୍ରହଣ 

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ଵ ଗ୍ରହଣ 

ଡାବୁଗାଁ, ୧/୭(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଶିକ୍ଷା ବିଭାଗ ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି | ପୂର୍ବରୁ ଥିବା ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ଜୁନ ୩୦ ତାରିଖ ଦିନ ଅବସର ଗ୍ରହଣ କରିଥିଲେ | ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଙ୍କ କାର୍ଯ୍ୟ|ଳୟ ଚିଠି ନଂ ୬୮୨୫ ତା ୨୬.୬.୨୪ ରିଖ ଅନୁସାରେ ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ ଦାୟିତ୍ଵ ଗ୍ରହଣ କରିଛନ୍ତି | ଏହି ଅବସରରେ ନୂତନ ଅଧ୍ୟକ୍ଷ ଙ୍କୁ କର୍ମଚାରୀ ଓ ଛାତ୍ରୀ ଛାତ୍ର ମାନେ ସମ୍ବର୍ଦ୍ଧିତ କରିଥିଲେ | ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର ଗନ୍ତାୟତ, ସମ୍ମାନୀତ ଅତିଥି ମର୍ଦ୍ଦକ୍ୟ ନାୟକ, ଅଧ୍ୟାପିକା ଖୁଲଣାବତୀ ପୂଜାରୀ, ରଶ୍ମିତା ପାଢୀ, ଅଧ୍ୟାପକ ଶିବପ୍ରସାଦ ସାହୁ, ନବୀନ କୁମାର ନାଗେଶ, ସୁନୀଲ କୁମାର ପରିଚ୍ଛା, ପଦମ ଭତ୍ରା, ଲିପୁ ଚନ୍ଦ୍ର ମାଝି, ସରୋଜ କୁମାର ବଡକିଆ, କର୍ମଚାରୀ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିକ୍ରେତା ଗତୀଶୀଳତା ଅଭିଯାନ ଓ ଜ୍ଞାନ ବିନିମୟ ପଦକ୍ଷେପ କର୍ମଶାଳା

masiha

ରାଇରଙ୍ଗପୁରରେ ଜଙ୍ଗଲ ଅଧିକାର ଆଇନ ଉପରେ ତାଲିମ ଶିବିର 

Sunil Chandra Nayak

ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!