ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଥାନା ରେ ଭାରତୀୟ ନ୍ୟାୟ ସଂଗୀତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜୁନାଗଡ଼ ଥାନା ରେ ଭାରତୀୟ ନ୍ୟାୟ ସଂଗୀତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜୁନାଗଡ଼ ୧./୭(ମ ନି ସ)ଜୁନାଗଡ଼ ଥାନା ପରିସର ମଧ୍ୟରେ ନୂତନ ଭାବେ କାର୍ଯକାରୀ ହୋଇଥିବା ଅପରାଧିକ ଆଇନ କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ ଥାନା ଅଧିକାରୀ ଉଲ୍ଲାସ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ଯେଏମଏଫସି କୋର୍ଟ ରେ କାର୍ଯରତ ସରକାରୀ ଓକିଲ ଅଶୋକ ନାଏକ, ଦିଗାମ୍ବର ନାଏକ ଜୁନାଗଡ ବାର ସଭାପତି କୈଳାସ ଚୌଧୁରୀ, ଏ ସ୍ ଆଇ ପୂର୍ଣଦାଶ ,ଭି. ସୋରେନ,ପ୍ରମୂଖ ମଞ୍ଚାସୀନ ଥିଲେ l ଏହି କାର୍ଯ୍ୟକ୍ରମରେ ଜୁଲାଇ ପହିଲା ରୁ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ନ୍ୟାୟ ସହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଲୋକେ ଏହି ନୂତନ ଆଇନ୍ ଦ୍ଵରା କିପରି ତ୍ଵରିତ ନ୍ୟାୟ ପାଇ ପାରିବେ ଏବ୍ଂ ସାଧାରଣ ନାଗରିକ କିପରି ଉପକୃତ ହୋଇପାରିବେ ଏହାର ବିଭିନ୍ନ ଧାରା ଉପରେ ଆଲୋକ ପାତ କରାଯାଇଥିଲା l ଏହି ନ୍ୟାୟ ସଂହିତା ଉପରେ ଉପସ୍ଥିତ ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା କର୍ମକର୍ତ୍ତା ମାନେ ପ୍ରଶ୍ନ କରିଥିଲେ l କାର୍ଯ୍ୟକରି ହୋଇଥିବା ନ୍ୟାୟ ସଂହିତା ଦ୍ଵାରା ସାଧାରଣ ନାଗରିକ ସଚେତନ ହେବା ସହ ପୋଲିସ ଆଇନଜୀବୀଓ ପ୍ରଶାସକ ଏଥିନେଇ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା l ଏହି ସଚେତନତା କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ ର କର୍ମ କର୍ତ୍ତା ଆଇନ ଯିବି ଓ ଜନସାଧାରଣ ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଗଦା ରେ ଉତ୍କଳ ଦିବସ ଓ ପ୍ରଥମ ଦିନ ଉତ୍ସବ ପାଳିତ 

Sunil Chandra Nayak

ଜି-୨୦ ଜନଭାଗିଦାରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା

ଓଡ଼ିଶାର ବୌଦ୍ଧିକ ସଂପଦର ଅନନ୍ୟ ପରିଚୟ ମହୁରି

Sunil Chandra Nayak

Leave a Comment

error: Content is protected !!