ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠାକୁରାଣୀ ଯାତ୍ରା ଆୟବ୍ୟୟ ବୈଠକ 

ଠାକୁରାଣୀ ଯାତ୍ରା ଆୟବ୍ୟୟ ବୈଠକ 

ବନ୍ଧୁଗାଁ ତା, ୧୬/୪/୨୬,ନିକଟରେ ସରିଛି ମା’ ବୁଢୀ ଠାକୁରାଣୀ ଓ ମାଁ ଚୈତ୍ରାଇଙ୍କ ଘଟଯାତ୍ରା। ଯାତ୍ରାର ଆୟବ୍ୟୟକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରେ ଥିବା ମା’ ଚୈତ୍ରାଇ କଲ୍ୟାଣ ମଣ୍ଡପରେ ଏହାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ୍ ଅଧ୍ଯକ୍ଷ ଗାଲାଦି ତ୍ରି ନାଥ, ସମ୍ମାନିତ ଅତିଥି ଭାବେ ବିଡି ଓ ବିକ୍ରମ କୁ ମାର ଦୋରା, ଥାନା ଆଇଆଇସି ମାମତା ପଣ୍ଡା, ଯାତ୍ରା କମିଟି ଉପଦେଷ୍ଟା ତ‌ଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲଳିତ ନାରାୟଣ ପରିଡ଼ା, ଯାତ୍ରା କମିଟି ସଭାପତି ଦୟାନିଧୂ ପ୍ରଦାନୀ, କୋଷାଧ୍ୟକ୍ଷ ରମେଶ ଦାସ, ଯାତ୍ରା କମିଟି ଆୟୋଜକ ସଭାପତି ପି.ନବୀନ ସୁବୁଦ୍ଧି, ଉପସଭାପତି ପାଲଶୁ ରାମ ତାଡିଙ୍ଗି, ଉପସଭାପତି ରାଜସ୍ୱ ନିରୀକ୍ଷକ ଜଗନ୍ନାଥ ସାଉତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ସମ୍ପାଦକ ଏସ୍.ତ୍ରିନାଥ ଘଟଯାତ୍ରାରଆୟବ୍ୟୟ ସମ୍ପର୍କିତ ବିବରଣୀ ପାଠ କରିଥିଲେ। ଯାତ୍ରା ପାଇଁ ମୋଟ ୧୦ ଲକ୍ଷ ୯୮ ହଜାର ୬୧୯ ଟଙ୍କା ଗ୍ରାମବାସୀଙ୍କଠାରୁ ଆଦାୟ କରାଯାଇଥିଲା। ୯ ଲକ୍ଷ ୪୮ ହଜାର ୮୮୦ ଟଙ୍କା ଖର୍ଚ୍ଚ ହୋଇଛି। ୧ ଲକ୍ଷ ୪୮ ହଜାର ୭୩୯ ଟଙ୍କା ବଳିଛି । ଠାକୁରାଣୀଙ୍କ ହୁଣ୍ଡିରୁ ୨୭ହଜାର ୧୯୦ ଟଙ୍କା ଆଦାୟ ହେଇଥିମ୍ବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗାଁର ବୁଦ୍ଧିଜୀବୀ, ବ୍ୟବସାୟୀ, ବ୍ଳକ୍‌ର ସମସ୍ତ ବିଭାଗୀୟ ଅଧିକାରୀ, ଗ୍ରାମବାସୀଙ୍କ ସମେତ ପୂଜା କମିଟିର ପି.ବୁଲା, କୁ ନିପିଲି ବୁଜ, ଭି.କ୍ରିଷ୍ଣା, କାଳିଆ ରାଉତ, ଶ୍ୟାମ ସେଠୀ, ରାମ ସେଠୀ, ଯାମି ବୁଲା, ଗାଲାଦି ଶଙ୍କର, ଶିବାଜୀ ପଟ୍ଟନାୟକ, ଯାମି ପାବନ, ପ୍ରମୋଦ ତୁଲ, ସଞ୍ଜୀବ, ଗୋକୁଳା ରାଉତଙ୍କ ସମେତ ୩୦ରୁ ଅଧିକ ଯୁବକ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥ୍ ଲା।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଉପଖଣ୍ଡ ସ୍ତରୀୟ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ : ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ 

ଅନାସ୍ଥା ପ୍ରସ୍ତାବ ଡ୍ରାମା… ପୁଣି ସ୍ଥଗିତ ହେଲା ଜୁନାଗଡ଼ ଏନ୍‌ଏସିରେ ଅନାସ୍ଥା ଭୋଟ୍‌

masiha

ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!