ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାଭିମାନ ଦିବସ ପାଳିତ

ଜୁନାଗଡ଼/ଚିଲିଗୁଡା ୨୮/୪ ( ମ ନି ସ ) ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମ ଦିନକୁ ଜୁନାଗଡ଼ ଓ ମୁଣ୍ଡରାଗୁଡା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁ ଥ ଅର୍ଗନାଇ ଜେସନ ତରଫରୁ ସ୍ୱାଭିମାନ ଦିବସ ପାଳିତ ହୋଇଥିଲା।ସମ୍ବାଦ ଆମ ଓଡ଼ିଶା ତରଫରୁ ସ୍ଥାନୀୟ ଆର ଏମସି ସଭାଗୃହ ଠାରେ ସମ୍ବାଦ ପ୍ରତିନିଧି ବିଭୁପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷ ତାରେଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିସମ୍ବର ମିଶ୍ର, ମୁଖ୍ୟବକ୍ତା ଭାବେ ଓକିଲସଙ୍ଘ ସଭାପତି ଅଶୋକ ପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ ,ରଶ୍ମିରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଜୀବନୀ ଏବଂ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସ୍ବେଚ୍ଛାସେବୀ ଅଶୋକ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରି ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ ଓ ସାମ୍ବାଦିକ ଉପସ୍ଥିତ ରହି ଥିଲେ।ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ଙ୍କ ତତ୍ୱ।ବଧାନରେ ମୁଣ୍ଡରାଗୁଡା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ। ସବିତା ମେହେର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ୱତନ୍ତ୍ର ଓଡିଶା ଗଠନରେ ମଧୁବାବୁଙ୍କ ବଳିଷ୍ଠ ନେତୃତ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ।ମୁଖ୍ୟ ବକ୍ତା ଭାବେ ଜୁନାଗଡ଼ ପଞ୍ଚାୟତ ସମିତି ଉପାଧକ୍ଷ ପ୍ରମୋଦ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ,ଶିକ୍ଷାବିତ ନରେନ୍ଦ୍ର ନ।ଏକ ,ପ୍ରବୀଣ କୁମାର ପଣ୍ଡା ଯୋଗଦାନ କରି ମଧୁବାବୁଙ୍କ ତ୍ୟାଗ ପୂତ ଓ ଆଦର୍ଶ ମୟ ଜୀବନୀ ଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମ କୁ ଯୁବ ସଂଗଠକ ଅବିନାଶ ମୁଣ୍ଡ ସଂଯୋଜନା କରିଥିଲେ। ମୁଣ୍ଡରା ଗୁଡା ସ୍ୱୟଂ ସହାୟକ ସଂଘର ସଭ୍ୟ। ,ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀ ମାନେ ସକ୍ରିୟ ଭାବେ ଯୋଗଦାନ କରି ମଧୁବାବୁଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମୋହରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରକୃତି ମିତ୍ର ପୁରସ୍କାର

ସେବା ସଂକଳ୍ପ ଅଭିଯାନ”-୨୦୨୬ ର ଶୁଭାରମ୍ଭ। କୁଆରମୁଣ୍ଡା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସାଂସଦଙ୍କ ସଫେଇ ଅଭିଯାନ 

Sunil Chandra Nayak

ଦଶହରା ଚାନ୍ଦା ଆଦାୟକୁ ନେଇ ଶିକ୍ଷକଙ୍କ ଅଭିନବ ପ୍ରତିବାଦ ଚାନ୍ଦା ମାଗିବାକୁ ସ୍କୁଲରେ ପହଞ୍ଚିଥିବା ସାମ୍ବାଦିକଙ୍କୁ ଦାନ ପେଡ଼ି ଦେଖାଇଲେ ଶିକ୍ଷକ

Sunil Chandra Nayak

Leave a Comment

error: Content is protected !!