ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ ମଧ୍ୟରେ ଧକ୍କା, ଦୁଇ ଗୁରୁତର 

ପାପଡାହାଣ୍ଡି ,26/12, ମନିସ :- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଠାରୁ ମାଝୀଗୁଡା ରାସ୍ତାର ଘିକୁଣ୍ଡି ପୋଖରୀର ବୁଲାଣି ନିକଟରେ ସୋମବାର ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଦୁଇ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କୁ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପାପଡାହାଣ୍ଡି ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସୂଚନା ଅନୁସାରେ, ଅପରାହ୍ନରେ ଗାଦବା କତରା ପଂଚାୟତର ଚଚରାଗୁଡା ଗ୍ରାମର ଲକ୍ଷ୍ମଣ ମୁଦୁଲି ଏକ ବାଇକ (CG 23 K 8665)ରେ ଟେମରା ଗ୍ରାମ ଯାଉଥିବା ବେଳେ ମାଝୀଗୁଡା ପଟରୁ ତୁଳା ମୁଦୁଲି (OD 24 F 3015)ବାଇକ ରେ ମୈଦଲପୁର ଆସୁଥିବା ବେଳେ ପୋଖରିର ବୁଲାଣି ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା l ଉଭୟ ଙ୍କ ମୁହଁ ରେ ଗଭୀର ଆଘାତ ଲାଗିଥିବା ବେଳେ ମୈଦଲପୁର ପୋଲିସ ପହଂଚି ଏକ ଅଟ ସାହାଯ୍ୟ ରେ ମୈଦଲପୁର ମେଡିକାଲ ପଠାଇ ପ୍ରାଥମିକ ଚିକିତ୍ସା ପରେ ପାପଡାହାଣ୍ଡି ମେଡିକାଲ କୁ ପଠାଇଥିଲେ l ପୋଲିସ ଉଭୟ ବାଇକ କୁ ଜବତ କରି ତଦନ୍ତ ଚଳାଉଥିବା କହିଛନ୍ତି ଥାନା ଅଧିକାରୀ ଡି. ଦେବି କୁମାର |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପଞ୍ଚଭୂତରେ ଲୀନ ହେଲେ ରାଇରଙ୍ଗପୁର ବିଶିଷ୍ଟ ଆଇନଜୀବୀ ବରୁଣ ଦେ 

Sunil Chandra Nayak

ସାହିତ୍ୟ ସଂସଦର ବର୍ଷା ଆସର ଓ ପୁସ୍ତକ ଉନ୍ମୋଚନ

ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ତାଲିମ ଶିବିର  

Sunil Chandra Nayak

Leave a Comment

error: Content is protected !!