ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବୌଦ୍ଧ ଜିଲ୍ଲା ନଗର ମଣ୍ଡଳ ତରଫରୁ ବିଜେଡି ଶାସନରେ ରାଜନେତାଙ୍କ ଅପରାଧର ଚରା ଭୁଇଁ ପାଲଟିଛି ଓଡିଶା ବିରୋଧର ସତ୍ୟାଗ୍ରହ

ବୌଦ୍ଧ – ୨୬.୧୨- ( ହୃଦାନନ୍ଦ ମେହେର ) – ବୌଦ୍ଧ ଜିଲ୍ଲା ତରଫରୁ ଆଜି ଆୟୋଜିତ ହୋଇଥିବା ୧୦ ଗୋଟି ମଣ୍ଡଳ ସ୍ତରରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା l ବୌଦ୍ଧ ଜିଲ୍ଲା ନଗର ମଣ୍ଡଳ ତରଫରୁ ବୌଦ୍ଧ ସହର ତହସିଲ ଅଫିସ ପାଖରେ ଥିବା ଡ. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ତଳେ ସମସ୍ତ ବିଜେପି ନେତୃବୃନ୍ଦ ପ୍ରମୁଖ ସକାଳ ସାଢେ଼ ୯.୩୭ ମିନିଟ ଠାରୁ ଅପରାହ୍ନ ୦୧.୩୦ ମିନିଟ ପର୍ଯ୍ୟନ୍ତ ସତ୍ୟାଗ୍ରହରେ ବସି ରହିଥିଲେ । ଓଡ଼ିଶା ସରକାରଙ୍କ ରାଜନେତା ମାନେ ବହୁ ଅପରାଧିକ ମାମଲାରେ ଛନ୍ଦି ହୋଇ ପଡିଥିବା ବେଳେ କୌଣସି ଗୋଟିଏ ବି କେଶ ରେ ଆଜି ପର୍ଯ୍ୟନ୍ତ ଆଇନ ଅନୁସାରେ ଦଣ୍ଡିତ କରାଇବାରେ ସରକ।ର ସଫଳ ହୋଇ ନାହାନ୍ତି l ଯଥା ପରି, ବେବିନା,ମମିତା,କୁଣ୍ଡୁଲି, ଇତିଶ୍ରୀ ମାମଲାରେ ଜଡିତ ଥିବା ରାଜନେତା ମାନେ ଷଡଯନ୍ତ୍ର କରି ସାକ୍ଷୀ ମାନଙ୍କୁ ଟ୍ରକ୍ ଚଢାଇ , ବିଷ ଦେଇ, ଇତ୍ୟାଦି କରି ଓଡ଼ିଶା କୁ ଅପରାଧର ଚରା ଭୂଈ ପାଲଟିଛି l ଏହାର ଜଳନ୍ତ ଉଦାହରଣ ସ୍ୱରୂପ ଜେଲ୍ ଭିତରେ ଥିବା ମମୀତ। ମେହେର ହତ୍ୟାକାରୀ ଗୋବିନ୍ଦ ଚନ୍ଦ୍ର ସାହୁ ହତ୍ୟା ମାମଲା ଦିନକୁ ଦିନ ବଢୁଥିବା ଅପରାଧ ର ଉଦାହରଣ । ଆଜି ଉପରୋକ୍ତ ବିଷୟ କୁ ନେଇ ଜିଲ୍ଲା ର ଅନ୍ୟ ନଅ ଗୋଟି ମଣ୍ଡଳ ସ୍ତରରେ ସତ୍ୟା ଗ୍ରହ ମାନ ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଶ୍ରୀ ବ୍ୟମକେଶ ମହାପାତ୍ର ଙ୍କ ନେତୃତ୍ବରେ ଅନୁଷ୍ଠିତ “ସତ୍ୟା ଗ୍ରହ” ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଶ୍ରୀ ରାଜକିଶୋର ମେହେର, ବିଭୂତି ମେହେର, ଯୁଗଳ ସାହୁ, ତାପସ କୁମାର ପଟ୍ଟନାୟକ, ମନ ରଞ୍ଜନ ଦାସ ,ପ୍ରଭୁ ଦତ ଦଲାଲ, ରାଜୀବ ଦେହୁରୀ,ଶମ୍ଭୁ ପ୍ରଧାନ, ନିରଞ୍ଜନ କର୍ଣ୍ଣ, ନିରଞ୍ଜନ ଦାନୀ ,ପ୍ରେମାନନ୍ଦ ମିଶ୍ର, ଯୁଗଳ କିଶୋର ସାମଲ , ନମିତା ରାଣୀ ଦାସ ଓ ବହୁ ମଣ୍ଡଳ କର୍ମକର୍ତ୍ତା ଙ୍କ ସହିତ ଜିଲ୍ଲା ବିଜେପି ନେତୃବୃନ୍ଦ ପ୍ରମୁଖ ସତ୍ୟା ଗ୍ରହ ରେ ସାମିଲ ହୋଇଥିଲେ ।

Related posts

ମୋଦୀଙ୍କ ଟାର୍ଗେଟରେ ନବୀନ । କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ୧୦ଟି ଗାଁର ନାଁ । ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି, ସ୍ୱପ୍ନ ଜାଣିନାହାଁନ୍ତି

masiha

ସମ୍ବିଧାନ ହତ୍ୟା ଦିବସ ଅନୁଷ୍ଠିତ

Sunil Chandra Nayak

ମହମ୍ମଦ ମୋକିମ ଙ୍କ ବହିଷ୍କାର ଦାବୀ ରେ ଜଗତପୁରଠାରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!