ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେଉଥିବା ରାଜନୀତି ଦୁର୍ଭାଗ୍ୟ ଜନକ – ବିଧାୟକ ଶ୍ରୀ ତନ୍ତୀ

ନିରୀହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେଉଥିବା ରାଜନୀତି ଦୁର୍ଭାଗ୍ୟ ଜନକ – ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା : ନିଟ ପରୀକ୍ଷାକୁ ନେଇ ହୋଇଥିବା ପେପର ଲିକ ଘଟଣାକୁ ବିରୋଧ କରି ଆମ ଦେଶର ଆଗାମୀ ଦିନରେ ଭବିଷ୍ୟତ ରୁପୀ ଆଜିର ଛାତ୍ର ସମାଜ ଦୋଷୀ ମାନଙ୍କୁ ଦଣ୍ଡଦେବା ସହିତ ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଉଚିତ ତଥା ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବି କରିଛନ୍ତି । ଅପରପଟେ କେନ୍ଦ୍ର ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଦୋଷୀ ମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହିତ ନିଟ ପରୀକ୍ଷାରେ ସଂସ୍କାର ପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ନେଇଛନ୍ତି । ଯାହାର ପରିଣାମ ମଧ୍ୟ ଆଗାମୀ ଦିନରେ ନିଶ୍ଚିତ ଭାବେ ଦେଖାଯିବ । ତେବେ ବର୍ତ୍ତମାନ କିଛି ଦେଶ ବିରୋଧୀ ଶକ୍ତିମାନେ ଏକତ୍ରିତ ହୋଇ ନିଜର ନିହିତ ସ୍ବାର୍ଥ ସାଧନ ପାଇଁ ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟବହାର କରି ଯେଉଁ ରାଜନୀତି କରୁଛନ୍ତି ତାହା ଦେଶପାଇଁ ଶୁଭଙ୍କର ନୁହେଁ । ଅପରପଟେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଶୋଦାଗାର କରିବା ପୂର୍ବରୁ ସମସ୍ତ ବିରୋଧୀ ଦଳ ଏବଂ ଆମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ବନ୍ଧରେ ନିଜ ନିଜ ସମୟରେ ହୋଇଥିବା ପେପର ଲିକ ଘଟଣାକୁ ମଧ୍ୟ ସ୍ମରଣ କରିବା ଆବଶ୍ୟକ ବୋଲି ବିଧାୟକ ଦୁର୍ଗାଚରଣ ତନ୍ତୀ କହିବା ସହିତ ଏଭଳି ହୀନ ରାଜନୀତିକୁ ବିଧାୟକ ଶ୍ରୀ ତନ୍ତୀ ନିନ୍ଦା କରିବା ସହିତ ଆଗାମୀ କାଲିର ଭବିଷ୍ୟତ ରୂପୀ ଆଜିର ଛାତ୍ର ସମାଜ ଏଭଳି ଦେଶ ବିରୋଧୀ ଶକ୍ତିମାନଙ୍କୁ ଚିହ୍ନିବା ପାଇଁ ସମସ୍ତ ଆବାଳବୃଦ୍ଧବନିତାଙ୍କୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ତନ୍ତୀ ନିବେଦନ କରିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ସରିଲା ଲାଞ୍ଜିଗଡ଼ ବ୍ଲକ ଆମ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ମହିଳାମାନେ ହଇରାଣ ହେଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଅଣଦେଖା

masiha

ସଚ୍ଚିଦାନନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

masiha

ଜନ୍ମ ମାଟିରେ ସ୍ବର୍ଗତ ନୃସିଂହ ଚରଣ ଦେବତାଙ୍କୁ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!