ପଞ୍ଚମ ବାର୍ଷିକ ଶ୍ରୀ ସଚ୍ଚିଦାନନ୍ଦ ପାଇକା ମହୋତ୍ସବ ଉଦ୍ଘାଟନ
କେନ୍ଦ୍ରାପଡ଼ା : (ମସିହା ନିୟୁଜ )କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ବଟିରା ଗ୍ରାମ ପାଇକା ନଦୀ ତଟ ରେ ଉକ୍ତ ମହୋତ୍ସବ ଟି ଦୀର୍ଘ ୫ବର୍ଷ ଧରି ଆୟୋଜନ କରାଯାଉଅଛି। ପାଇକା ନଦୀ ତଟ ରେ ଓ ମହାପୁରୁଷ ସଚ୍ଚିଦାନନ୍ଦ ଉକ୍ତ ସ୍ଥାନ ରେ ବିଜେ କରୁଥିବାରୁ ଏହି ମହୋତ୍ସବ ଟିକୁ ପାଇକା ମହୋତ୍ସବ ନାମ ରେ ନାମିତ କରାଯାଇଅଛି। ଶ୍ରୀ ଶ୍ରୀ ସଚ୍ଚିଦାନନ୍ଦ ସ୍ବେଚ୍ଛାସେବୀ ଯୁବକ ସଂଘ, ବଟିରା ଦ୍ଵାରା ଉକ୍ତ କାର୍ଯକ୍ରମ କୁ ପରିଚାଳିତ କରାଯାଉଅଛି। ପ୍ରଥମ ଦିନ ଉଦ୍ଘାଟନୀ ସନ୍ଧ୍ୟା ର ମୁଖ୍ୟ ଅତିଥି ଭାବରେ ମହାକାଳପଡ଼ା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ପ୍ରସନ୍ନ ନାୟକ, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କେନ୍ଦ୍ରାପଡା ର ପୂର୍ବତନ ସାଂସଦ ଶ୍ରୀମତୀ ଅର୍ଚ୍ଚନା ନାୟକ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚା ଓଡ଼ିଶା ର ବିକ୍ରମ କେଶରୀ ରାଉତରାୟ, BJP ନେତା ଡୁଲୁ ସାମଲ ପ୍ରଭୃତି ଅନ୍ୟାନ୍ୟ Bjp ନେତ୍ରୁ ମଣ୍ଡଳୀ ଯୋଗ ଦେଇଥିଲେ। ପ୍ରଥମ ସଂଧ୍ୟା ର ମୁଖ୍ୟ ଆକର୍ଷଣ କାର୍ଯକ୍ରମ ଥିଲା “ସ୍ମୃତି ର ଓଡ଼ିଶା” ଦ୍ଵାରା ମାତୃ ଶକ୍ତି ର ପୂଜନ । ଵଟିରା ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ ସୁନୀତା ସାହୁ ଉକ୍ତ ସ୍ମୃତି ର ଓଡ଼ିଶା କାର୍ଯକ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଡକ୍ଟର ଦେବସ୍ମିତା ମିଶ୍ର, ମୁଖ୍ୟ ବକ୍ତା ପୂର୍ଣାନନ୍ଦ ମିଶ୍ର, ସମ୍ମାନିତ ଅତିଥି ମନୋଜ ବିଶ୍ବାଳ ସମାଜସେବୀ ସାଲେପୁର,ଯୋଗ ଦେଇଥିଲେ । କାର୍ଯକ୍ରମ ରେ ମା ବୁଢ଼ୀ ଜଞ୍ଜଳି ଫାଉଣ୍ଡେସନ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା ର ସଭାପତି ସମାଜସେବୀ ସୋମୁ , ରମାକାନ୍ତ ମଲ୍ଲିକ, ଓ ନିଶ୍ୱାର୍ଥ ସେବାଫାଉଣ୍ଡେସନ ଆଖୁଆ ର ସଭାପତି ପ୍ରୀତି ରଂଜନ ଦାସ ଙ୍କୁ ମଞ୍ଚ ରେ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ର କର୍ମ କର୍ତ୍ତା ମାନଙ୍କ ମଧ୍ୟରେ ଲିଲୁ ବେହେରା, ସରୋଜ କୁମାର, ପ୍ରଶାନ୍ତ ବେହେରା, ସତ୍ୟବ୍ରତ , ଶ୍ରୀକାନ୍ତ, ସାଗର, ବିଭୁ, ରବି, କାଳିଆ ପ୍ରଭୃତି ବ୍ୟକ୍ତି ମାନେ ସହଯୋଗ କରିଥିଲେ। ଉକ୍ତ ଅନୁଷ୍ଠାନ ର କର୍ମ କର୍ତ୍ତା ମାନଙ୍କ ଦ୍ଵାରା ସମସ୍ତ ଅତିଥି ମାନଙ୍କୁ ମଞ୍ଚ ରେ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି ପାଇକା ମହୋତ୍ସବ ଟି ୭ଦିନ ଧରି ଚାଲୁ ରହିବ ବୋଲି ଅନୁଷ୍ଠାନ ତରପ୍ଫ୍ ରୁ ଘୋଷଣା କରାଯାଇଛି।
କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

