ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଅବକାଶ ସମୟରେ ୦୧ ରୁ ୧୦ ମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କ ପାଇଁ ଗୃହ କାର୍ଯ୍ୟ ପାଠ ସହାୟତା କେନ୍ଦ୍ର

ଭବାନୀପାଟଣା ତା: ୦୨.୦୫.୨୦୨୩ :- କଳାହାଣ୍ଡି ଜିଲ୍ଲାର ପ୍ରଥମ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଗୃହକାର୍ଯ୍ୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟଳୟ ଦ୍ଵାରା ଆସନ୍ତା ୦୨.୦୫.୨୦୨୩ ତାରିଖରୁ ଏକ ସହାୟତା ଦେୟମୁକ୍ତ ଟୋଲ ଫ୍ରୀ ନଂ 1800 345 7982 ଜାରି କରାଯାଇଛି । ଶୀକ୍ଷାର୍ଥୀମାନଙ୍କ ଦକ୍ଷତା ଓ କୌଶଳର ଅଭିବୃଦ୍ଧିକୁ ଲକ୍ଷ୍ୟରେ ରଖି ଏହି ସହାୟତା କେନ୍ଦ୍ର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ( ପୁରୁଣା ଡି ପି ସି ଅଫିସ ) ମଧ୍ୟରେ ଖୋଲାଯାଇଛି । ଏହି ଗୃହକାର୍ଯ୍ୟ ଦ୍ଵାରା ଶିକ୍ଷାର୍ଥୀ ମାନେ ପୂର୍ବଶ୍ରେଣୀର ଧାରଣାଗୁଡିକ ଦ୍ରୁତ କରିପାରିବେ ଯାହାକି ଗ୍ରୀଷ୍ମଛୁଟି ପରେ ନୂତନ ଶ୍ରେଣୀର ପାଠକୁ ସହାୟକ ହୋଇପାରିବ ବୋଲି ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ଡି ଇ ଓ ଶ୍ରୀ ସୁଶାନ୍ତ କୁମାର ଚୋପଦାର ପ୍ରକାଶ କରିଛନ୍ତି । ଏହି ଅବସରରେ ସମସ୍ତ ଶିକ୍ଷାର୍ଥୀ ଓ ଅଭିଭାବକ ମାନଙ୍କୁ ଅନୁରୋଧ ,ଗୃହ କାର୍ଯ୍ୟ ସମ୍ବନ୍ଧୀୟ ସ୍ସମସ୍ତ ପ୍ରଶ୍ନର ସରଳ ସମାଧାନ ପାଇଁ ତତ୍ପରତା ଦେଖାଇବେ । ଏହି ପାଠ୍ୟକ୍ରମ ସମ୍ବନ୍ଧୀୟ ଅନୁଭୂତ ସମସ୍ୟାର ସରଳ ସମାଧାନ ଓ ସ୍ପଷ୍ଟୀକରଣ ନିମନ୍ତେ 14 ଜଣ ଶିକ୍ଷକଙ୍କୁ ନିଯୋଜିତ କରାଯାଇଛି । ମେ ମାସ 2 ତାରିଖରୁ ସମସ୍ତ ଦିନ ମାନଙ୍କରେ ସକାଳ 6:00 ଘ: ରୁ ସନ୍ଧ୍ୟା 6:00 ଘ: ପର୍ଯ୍ୟନ୍ତ ଟୋଲ ଫ୍ରୀ 1800 345 7982 ମାଧ୍ୟମରେ ଶିକ୍ଷାର୍ଥୀମାନେ ଯୋଗାଯୋଗ କରିପାରିବେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ

masiha

ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ

Sunil Chandra Nayak

କୁମ୍ଭାରୀଠାରେ ପୋଷଣ ମାସ ଉତ୍ସବ ପାଳିତ

masiha

Leave a Comment

error: Content is protected !!