ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର

ନର୍ଲା (ମନିସ)ଗତ ୨୫ ରୁ ୨୮ ଅପ୍ରେଲ ୨୦୨୩ ରିଖ ପର୍ଯ୍ୟନ୍ତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବ୍ରଜବିହାର, ଭବାନୀପାଟଣା ଠାରେ,ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଭବାନୀପାଟଣା ସଂକୁଳ ଅନ୍ତର୍ଗତ ଆଠଗୋଟି ଶିଶୁ ବିଦ୍ୟା ମନ୍ଦିରର ସର୍ବମୋଟ ୧୧୨ ଜଣ ଗୁରୁଜୀ ଗୁରୁମାଙ୍କର ଏକ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣର ଶୁଭ ଉଦ୍ଘାଟନ ହୋଇଯାଇଛି।

ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆସନ ଅଳଙ୍କୃତ କରି ସଭାର ଗୌରବ ବର୍ଦ୍ଧନ କରିଥିଲେ ଭବାନୀପାଟଣା ପୌରପାଳିକାର ମାନନୀୟା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା। ମୁଖ୍ୟ ବକ୍ତା ଭାବେ ପୂଜନୀୟ ସ୍ବାମୀ ପରମାନନ୍ଦ ସରସ୍ଵତୀ ଗୁରୁଜୀ ଗୁରୁମାଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।

ସଭାରେ ସଂକୁଳ ପ୍ରମୁଖ ମାନନୀୟ ଅଶୋକ ସିଂହ ଅଧ୍ୟକ୍ଷତା କରିଥିବାବେଳେ ସଂକୁଳ ସଂଯୋଜକ ଶ୍ରୀ କୁଞ୍ଜ ବିହାରୀ ଦାଶ ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ପିଏମ୍ ସ୍ୱନିଧି ମହୋତ୍ସବ ଅନୁଷ୍ଠିତ 

Sunil Chandra Nayak

ବଢୁଛି ବାଘ ଭୟ ନାମରେ କୁକୁଆ ଭୟ ଆତଙ୍କିତ ଲୋକ

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ସରକାରଙ୍କ ‘ ସୁନେତ୍ର’ ଯୋଜନାରେ ୧୪୨ ଛାତ୍ରଛାତ୍ରୀମାନଙ୍କୁ ଚଷମା ବଣ୍ଟନ 

masiha

Leave a Comment

error: Content is protected !!