ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧୪/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଭୈରବ ମନ୍ଦିର ପରିସରରେ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଚଳିତ ବର୍ଷ ମଣ୍ଡେଇ କିପରି ସୁରୁଖୁରୁରେ ପାଳନ ହେବ ସେ ନେଇ ଆଲୋଚନା ହୋଇଥିଲା | ଏଥିରେ ୧୯.୧.୨୩ ଦିନ ଦୁଲାରଦେଇ ବଜାର ଡାକ ହେବ, ୨୬.୧.୨୩ ଦିନ ଦୁଲାର ଦେଇ ହାଟ, ୨.୨.୨୩ ଦିନ ମାଘ ମଣ୍ଡେଇ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି | ଏନେଇ କମିଟି ଗଠନ କରାଯାଇଥିଲା | ଏଥିରେ ସଭାପତି ଭାବ ବିନୋଦ ସୌରା, ଉପସଭାପତି ସତ୍ୟରଞ୍ଜନ ପାତ୍ର, ସମ୍ପାଦକ ରାମକୁମାର ଗଣ୍ଡ, ସହ ସମ୍ପାଦକ ଜଗନ୍ନାଥ ବେହେରା, କୋଷାଧ୍ୟକ୍ଷ ରଞ୍ଜିତ ଘରାଇ ଓ ୧୫ ଜଣ ସଭ୍ୟ ରହିଛନ୍ତି | ଏଥିରେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ଜିଲପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଦିବାନ ସିଂ, ଦେବରାଜ ପାତ୍ର, ବିଶ୍ଵ ରଞ୍ଜନ ପାତ୍ର, ଭୈରବ ରାଓ, କୁନୁ ପାତ୍ର, ପାପନା ରେଲି, ଚନ୍ଦ୍ର ଶେଖର ନିହାଲ ଙ୍କ ସମେତ ଡାବୁଗାଁ ଓ ଡ଼ଙ୍ଗରିଗୁଡାର ବହୁ ଜନସାଧାରଣ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉତ୍କଳ ପରିଷଦର ଉତ୍କଳ ଦିବସରେ କବିତା ପାଠ

masiha

ଚିଲିଗୁଡା ଫାଣ୍ଡି ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ଦିବ୍ୟାଙ୍ଗକୁ ପ୍ରଶାସନ ଦ୍ଵାରା ସ୍କୁଟି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!