ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ 

ନବରଙ୍ଗପୁର ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ 

ନବରଙ୍ଗପୁର:(୧୪|୨)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ଙ୍କୁ ଭେଟି ଜିଲ୍ଲା ଦୌରା ଜଜ ଅଦାଲତ ପରିସରରେ ଏକ ଏ ଟି ଏମ ସୁବିଧା ଯୋଗାଇଦେବା ପାଇଁ ଦାବୀ କରିଛନ୍ତି। ଦାବୀ ପତ୍ର ଅନୁସାରେ ଅଦାଲତ ପରିସରରେ କାର୍ଯ୍ୟ ଦିବସ ରେ କୋର୍ଟ କର୍ମଚାରୀଙ୍କ ସମେତ, ପୋଲିସ, ଆଇନଜୀବୀ, ମୁଦୁଲା ଏବଂ ସାକ୍ଷ୍ୟ ମାନଙ୍କ ଭିଡ ଜମିଥାଏ। ସହର ଠାରୁ ଅଦାଲତ ବେଶ ଦୂରରେ ଥିବାରୁ ଏ ଟି ଏମର ଆବଶ୍ୟକତା ରହିଛି। ତେଣୁ ଯଥା ଶୀଘ୍ର ଏ ଟି ଏମ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି। ସେହିପରି ଜିଲ୍ଳାର ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟ ପରିସରରେ ଆଇନଜୀବି ମାନଙ୍କ କାର୍ଯ୍ୟ ପାଇଁ ବାର ରୁମ୍ ସୁବିଧା ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି। ଏହି ଦାବୀ ପତ୍ର ପ୍ରଦାନ ସମୟରେ ସଂଘର ସମ୍ପାଦକ ତପନ ସିଂ, ସଶିଗିରି ରାଓ, ସନ୍ତୋଷ ମିଶ୍ର, ଦେବୀ ପ୍ରସାଦ ସିଂ, ଶ୍ୟାମ ପ୍ରସାଦ ମାଝୀ, ଗଜେନ୍ଦ୍ର ଦାସ, ଅଶୋକ ନାୟକ, ସୁଦାମ ସରାବୁ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ ଡ ମହାପାତ୍ର ଦାବୀ ପତ୍ର ଗ୍ରହଣ କରି ଏ ଟି ଏମ ସ୍ଥାପନ ଓ ତହସିଲ ପରିସରରେ ବାର ରୁମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ଏଥି ପୂର୍ବରୁ ସହରରୁ ଅଦାଲତ ପର୍ଯ୍ୟନ୍ତ ବସ୍ ଯୋଗାଇବା ଏବଂ ଅଦାଲତ ସମ୍ମୁଖରେ ବାର କାର୍ଯ୍ୟାଳୟ ନିର୍ମାଣ ପାଇଁ ଖାଲି ସ୍ଥଳ ଯୋଗାଇବା ସଂକ୍ରାନ୍ତରେ ଦାବୀ ଗୁଡ଼ିକୁ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ସମ୍ପାଦକ ଶ୍ରୀ ସିଂ ସୂଚନା ପ୍ରଦାନ କରିଛନ୍ତି। 

( ମ ନି ସ )

Related posts

ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଶିକ୍ଷଣ ଶିବିର

Sunil Chandra Nayak

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ପାଳିତ 

Sunil Chandra Nayak

ବୁଢ଼ୀପଦର ଓ ପଣ୍ଡକୁଳ ଗ୍ରାମର ଭୁଲିଆ ପାଇଲେ ନିଜସ୍ୱ ଅଧିକାର 

masiha

Leave a Comment

error: Content is protected !!