ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିପଡା ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ରେ ସାମିଲ ହେବ କେବେ?

ତେନ୍ତୁଳିପଡା ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ରେ ସାମିଲ ହେବ କେବେ?

୬୫ ପରିବାରଙ୍କ ଯାତାୟତ ବାଧାପ୍ରାପ୍ତ
ବର୍ଷା ଦିନେ ଅଧାବାଟରେ ଯାନବାହନ, ଆମ୍ବୁଲାନ୍ସ ଅପହଞ୍ଚ

ଥୁଆମୂଳ ରାମପୁର:୧୬/୧୦ – (ମନିସ) – ସରକାରଙ୍କ ପକ୍ଷରୁ ଗାଁରୁ ମୁଖ୍ଯାଳୟକୁ ଗମନାଗମନର ସୁଗମ କରିବା ପାଇଁ ଯୋଗାଯୋଗରେ ସୁବ୍ୟବସ୍ଥା କରିବା ନେଇ କୁହାଯାଉଛି, କିନ୍ତୁ ତାହା କେତେ ଦୂର ସଫଳ ରୂପାୟନ ହୋଇଛି ଜାଣିବା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଏଭଳି ଅନେକ ଗାଁ ମଧ୍ୟରୁ ଏକ ଗାଁ ଅଛି ଆଜି ମଧ୍ୟ ସେ ଗାଁକୁ ସବୁଦିନିଆ ରାସ୍ତା ଖଣ୍ତେ ନାହିଁ। ଯାହାକି ବିରିକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଡା ଗାଁ, ଏହି ଗାଁରେ ପ୍ରାୟ ୬୫ ପରିବାର ବସବାସ କରୁଛନ୍ତି ସେମାଙ୍କର ଦୀର୍ଘଦିନ ଧରି ଯାତାୟତରେ ଅନେକ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି। ବଡଛତ୍ରଙ୍ଗ ପଞ୍ଚାୟତ ମୁଖ୍ୟାଳୟ ଠାରୁ ପ୍ରାୟ ୨.୫ କିଲୋମିଟର ଓ ବର୍ତ୍ତମାନ ନିଜ ଗ୍ରାମପଞ୍ଚାୟତ ବିରିକୋଟ ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ରହିଛି ଏହି ତେନ୍ତୁଳିପଡା ଗାଁ । ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛିଗାଁରେ ଥଗବା ପ୍ରାଥମିକ ଶିକ୍ଷା ପର୍ଯ୍ୟନ୍ତ ପିଲାମାନେ ଗାଁରେ ହିଁ ପାଠ ପଢନ୍ତି। ତାପରବର୍ତ୍ତି ସମୟରେ ଉଚ୍ଚଶିକ୍ଷା ପାଇଁ ବଡଛତ୍ରଙ୍ଗ ହାଇସ୍କୁଲ ଓ ଥୁଆମୂଳ ରାମପୁର କଲେଜ କୁ ପାଠପଢିବା ପାଇଁ ଯିବାକୁ ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ରାସ୍ତା ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ଏତେ ଗୋଟିଏ ସମସ୍ୟା କିନ୍ତୁ ବର୍ଷା ଦିନ ଆସିଗଲେ ରାସ୍ତାର ସ୍ଥିତି ଆହୁରି ଶୋଚନୀୟ ରାସ୍ତାରେ କାଦୁଅ ପଚପଚ ସହିତ ପାଣି ଜମିବା ଯାଏ ସେତେବେଳେ ଯାନବାହନ ଚଳାଚଳ କରିବା ସମୟରେ ଆହୁରି କଷ୍ଟକର ହେବା ସହିତ ପଥଚାରୀଙ୍କୁ କାଦୁଅ ଛିଟା ପଡିଥାଏ ଏପରିସ୍ଥଳେ ଯାନବାହନ ମଧ୍ୟ ଅଧାବାଟରେ ଅଟକିବା ଭଳି ଘଟଣାକୁ ନେଇ ଗ୍ରାମବାସୀ ପ୍ରକାଶ କରନ୍ତି। ଏହାଛଡା ଏହାର ପ୍ରତ୍ୟକ୍ଷ ପ୍ରଭାବ ରୋଗୀ, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ଛାତ୍ରଛାତ୍ରୀଙ୍କ ଉପରେ ପଡୁଥିବା ଜଣାପଡିଛି। ଏହିଭଳି କି ଜରୁରୀକାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ଅପହଞ୍ଚ ରହୁଥିବା ଅଭିଯୋଗ ରହିଛି। ଯାହାଫଳରେ ଗର୍ଭବତୀ ହେଉ ଅବା ଜରୁରୀ ଥିବା ରୋଗୀ ହୁଅନ୍ତୁ ସେମାନଙ୍କୁ ଅଧାବାଟ ଠାରୁ ଅନ୍ୟ ଗାଡିମଟରରେ ନେବା ସହିତ ଏହି ଶୋଚନୀୟ ରାସ୍ତାକୁ ଅତିକ୍ରମ କରିସରିବା ପରେ ମୁଖ୍ୟ ରାସ୍ତାରେ ଡାକ୍ତରଖାନ ନେବାକୁ ପଡୁଛି ବୋଲି ଗ୍ରାମବାସୀଙ୍କର ଅଭିଯୋଗ ହୁଏ। ହଁ ଆଜ୍ଞା ଖାଲି ରାସ୍ତା ନୁହେଁ ତେନ୍ତୁଳିପଡାର ଆଉ ଏକ ବଡ଼ ସମସ୍ୟା ରହିଛି ମୋବାଇଲ ନେଟୱର୍କ। ଦେଶ ୮୦ ବର୍ଷ ଅତିକ୍ରମ କରି ଆଜି ଡିଜିଟାଲ ଯୁଗରେ ଆସି ପହଞ୍ଚି ଯାଇଛି ପ୍ରତ୍ୟେକ ଯୁବକ ଯୁବତୀଙ୍କ ହାତରେ ଦେଖିଲେ ମୋବାଇଲ ହେଲେ ଗାଁରେ ନିୟମିତ ମୋବାଇଲ ନେଟୱର୍କ ଉପଲବ୍ଧ ହୋଇପାରୁନହିଁ ଏହାଯୋଗୁଁ ମୋବାଇଲ ଯୋଗାଯୋଗରେ କ୍ଷେତ୍ରରେ ମଧ୍ୟ ବଡ ଅସୁବିଧା ରହିଛି। ଜରୁରୀ କାମ ସମୟରେ ପରିବାର ଲୋକେ ବାହାର ଲୋକଙ୍କ କିମ୍ବା ନିଜ ଆତ୍ମୀୟ ପରିଜନଙ୍କ ସହ ଯୋଗାଯୋଗ କରିବାରେ ମଧ୍ୟ ପ୍ରତିବନ୍ଧକ ସାଜୁଛି। ଗାଁର ଏହି ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିବା ସ୍ବତ୍ବେ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରୁନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ତେବେ ତେନ୍ତୁଳିପଡା ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ସହ ଗାଁରେ ସବୁଦିନ ପାଇଁ ମୋବାଇଲ ନେଟୱର୍କ ସେବା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନାରେ ତେନ୍ତୁଳିପଡା ଗାଁକୁ ସାମିଲ କରି ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି । ପ୍ରାୟ ୬୫ ପରିବାରଙ୍କ ଦୈନନ୍ଦିନ ଜୀବନ, ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଜରୁରୀକାଳୀନ ସେବା ଗୁଡିକକୁ ଦୃଷ୍ଟିରେ ରଖି କରାଯାଇଥିବା ଦାବି ଗୁଡିକ ପ୍ରତି ପ୍ରଶାସନ ପକ୍ଷରୁ କେବେ ଗୁରୁତ୍ୱ ଦେଇ ଏହାର ସମାଧାନ କରୁଛନ୍ତି ତାହା ଆଗକୁ ଦେଖିବାକୁ ବାକିରହିଲା। 

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଳାହାଣ୍ଡିର ଲୋକ ମହୋତ୍ସବ ଘୁମୁରା ୨୦୨୪ ଉପଲକ୍ଷେ କଳାହାଣ୍ଡିରେ ଜମିଲା ରାହାଗିରି

masiha

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୩୨ ଟି ଅଭିଯୋଗର ଶୁଣାଣି 

masiha

ଧର୍ମଗଡ଼ ଦେଇ ଗଡ଼ିବ ରେଳ! ଜୁନାଗଡ଼–ନବରଙ୍ଗପୁର ରେଳପଥ ପାଇଁ ୭୬୮.୭୪ ଏକର ଜମି ଅଧିଗ୍ରହଣ; ସହର ନିକଟରେ ଷ୍ଟେସନ୍ ହେବ, ବିଧାୟକ ଙ୍କ ଉଦ୍ୟମ କୁ ସାଧୁବାଦ୍…. 

Sunil Chandra Nayak

Leave a Comment

error: Content is protected !!