ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀରରେ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଇ ଟି ଆଇ ଠାରେ ସଚେତନତା କାଯ୍ୟକ୍ରମ 

ବଲାଙ୍ଗୀର, ୧୪/୦୧ ଦିନ କୁ ଦିନ ସଡକ ଦୁର୍ଘଟଣା ର ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଆହୁରି ମଧ୍ୟ ନିଶାସକ୍ତ ଅବସ୍ଥା ରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବି ବଢ଼ି ଚାଲିଛି। ଦେଖିଲେ , ମନେ ହୁଏ ଜନ ସଚେତନତା ତଥା ଟ୍ରାଫିକ ନିୟମର କଡାକଡି ପାଳନ ମାଧ୍ୟମ ରେ ହିଁ କେବଳ ଧନ ଜୀବନ ହାନିକୁ ରୋକା ଯାଇ ପାରିବ ।

ଜନ ସାଧାରଣଙ୍କ ମଧ୍ୟରେ ସଚହେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ, ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି ଙ୍କ ନେତୃତ୍ୱରେ ସଡ଼କ ସୁରକ୍ଷା ସଚେତନତା ବଲାଙ୍ଗିର ଆଇ ଟି ଆଇ କଲେଜ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଚେତନତା କାଯ୍ୟାକ୍ରମ ହୋଇଥିଲା । ଟ୍ରାଫିକ ନିୟମ, ସହିତ ଦୁର୍ଘଟଣା କିପରି ରୋକା ଯାଇପାରିବ ସେ ଉପରେ ଭିଡିଓ ମାଧ୍ୟମ ରେ ବୁଝା ଯାଇଥିଲା । ଜାନୁୟାରୀ ୧୧ ତାରିଖରୁ ଆସନ୍ତା ୧୭୍ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ସଡକ ସୁରକ୍ଷା ସଚେତନତା ସପ୍ତାହର ଏକ ସଚେତନତା ରଥ ସାରା ଜିଲ୍ଲା ରେ ବୁଲିବାର କାଯ୍ୟାକ୍ରମ୍ ରହିଛି। ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି, ଅତିରିକ୍ତ ପରିବହନ ଅଧିକାରୀ ପ୍ରଭାସ କୁମାର ବାଘଲା , ଅତିରିକ୍ତ ଏମ୍ଭିଆଇ କାହୁଁ ଚରନ ବାନହରା ଓ ଟି ଆଇ ଯୋଷବନ୍ତ ଚିନରା ପ୍ରମୁଖ ଉପସ୍ଥିତ ଥିଲେ। ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ବଲାଙ୍ଗୀର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ପୋଖରୀ ରେ ବୁଡି ନାବାଳକର ମୃତ୍ୟୁ

masiha

ରିଷିଡା ଏକଳ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ବିଶ୍ଵ ଯୁବକେନ୍ଦ୍ର ଦ୍ଵାରା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!