ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ବ୍ୟକ୍ତିଙ୍କ ଶବ ଦାହ କଲେ ମହିଳା ସମାଜସେବୀ

ଅସହାୟ ବ୍ୟକ୍ତିଙ୍କ ଶବ ଦାହ କଲେ ମହିଳା ସମାଜସେବୀ

ଖଇରା,୧୯/୫/୨୫ – ପଶ୍ଚିମ ବଙ୍ଗ ରାଜ୍ୟ ମେଦିନିପୁର ଅଞ୍ଚଳର କ୍ରିଷ୍ଣାରାଓ ଯିଏକି ଓଡିଶା ରାଜ୍ୟ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁରୁ ପଞ୍ଚାୟତ ପଳାଶପୁରୁ ଗ୍ରାମରେ ପ୍ରାୟ ୭/୮ ବର୍ଷ ହେବ ସବିତା ଜେନାଙ୍କ ଘରେ ରହି ଦିନମଜୁରିଆ ଭାବେ କାମ କରୁଥିଲେ । ସ୍ୱାମୀଙ୍କ ଦେହାନ୍ତ ପରେ ଶ୍ରୀମତୀ ଜେନା ଦିଲ୍ଲୀରେ ତାଙ୍କ ଝିଅ ପାଖରେ ରହୁଥିଲେ । ଗତକିଛି ଦିନ ହେବ କ୍ରିଷ୍ଣାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା, ଗତ ଶନିବାର ୧୭/୫/୨୫ରିଖ ଦିନ ଜୟନ୍ତୀ ବେହେରା ଫୁଲତୋଳି ବାକୁ ଆସି କ୍ରିଷ୍ଣା ରାଓଙ୍କୁ ଡାକିଲେ ହେଲେ ସେ ଶୁଣି ନଥିଲେ । ବାହାରେ ଲାଇଟ ଜଳୁଥିଲା ଭିତର ପଟୁ ଝରକା, ଦରଜା ବନ୍ଧ ଥିଲା, ସେଇ ବାଟଦେଇ କୌଣସି ଜରୁରୀ କାର୍ଯ୍ୟରେ ସମାଜସେବୀ କୁଞ୍ଜଲତା ମାହୁଁନ୍ତ ଖଇରା ଅଭିମୁଖେ ଯାଥିଲା ବେଳେ ଜୟନ୍ତୀ ତାଙ୍କୁ ସବୁ କଥା କହିଥିଲେ, ଶ୍ରୀମତୀ ମାହୁଁନ୍ତ ୱlର୍ଡ ସଭ୍ୟା ସବିତା ନାୟକ ସହିତ ଯାଇ ଦେଖନ୍ତେ ଘରୁ ପଚା ଦୁର୍ଗନ୍ଧ ବାହାରୁଛି । ସଙ୍ଗେ ସଙ୍ଗେ ଶ୍ରୀମତୀ ମାହୁଁନ୍ତ ସରପଞ୍ଚ, ସମିତିସଭ୍ୟଙ୍କୁ ଫୋନ୍ ମାଧ୍ୟମରେ ଜଣାଇଲେ କ୍ରିଷ୍ଣା ରାଓଙ୍କ କଥା । ପରେ ପରେ ଅନନ୍ତ ପ୍ରସାଦ ବାରିକି ଖଇରା ଥାନାଙ୍କୁ ଜଣାଇଲେ । ଖଇରା ଥାନା ଆଇଆଇସି କହିଲେ କେହିଜଣେ ରିପୋର୍ଟ କରନ୍ତୁ, ତୁରନ୍ତ ଶ୍ରୀମତୀ ମାହୁଁନ୍ତ ଗାଁର କିଛି ବ୍ୟକ୍ତିଙ୍କୁ ଜଣାଇ ପ୍ରଫୁଲ୍ଲ ସାମଲ ଏବଂ ଉପେନ୍ଦ୍ର ଭୂୟାନଙ୍କ ଜରିଆରେ ରିପୋର୍ଟ ଲେଖି ଶନିବାର ରାତିରେ ଥାନରେ ଜମା କଲେ, ଆଇଆଇସି ତଦନ୍ତ କରି ମୃତ୍ୟୁ ବୋଲି ସନ୍ଦେହ କଲେ ଏବଂ ତା ୧୮/୫/୨୫ ରିଖ ରବିବାର ସକାଳେ ଶବଟିକୁ ମାଜିଷ୍ଟ୍ରେଟ ଗଦାଧର ସେଠୀ ଏବଂ ଖଇରା ପୋଲିସଙ୍କ ଉପସ୍ଥିତରେ କ୍ରିଷ୍ଣା ରାଓ ମୃତ ଦେହକୁ ଉଧାର କରି ଶବ ବ୍ୟବଛେଦ ପାଇଁ ସୋର ମେଡିକାଲକୁ ପଠାଇଲେ । କ୍ରିଷ୍ଣାଙ୍କର କେହିନଥିବାରୁ ଜନହିତ ଯୁବକ ସଂଘର ଉପଦେଷ୍ଟା ସମାଜସେବୀ କୁଞ୍ଜଲତା ମାହୁଁନ୍ତ କ୍ରିଷ୍ଣାଙ୍କ ମୃତ ଶରୀରକୁ ବ୍ଯବଛେଦ କରି ସୋର ସ୍ୱର୍ଗଦ୍ୱାରାରେ ନିଜେ ମୁଖାଗ୍ନି ଦେଲେ । ଗୋବିନ୍ଦପୁରୁ ପଞ୍ଚାୟତରେ କାର୍ଯ୍ୟରତ ଅନ୍ତପ୍ରସାଦ ବାରିକ, ରବୀନ୍ଦ୍ର ବେହେରା, ସୋର ଅଞ୍ଚଳରେ ମସାଲୁଦିନୀ ନାମକ ଜଣେ ସହହୃଦୟ ବ୍ୟକ୍ତି ସହଯୋଗ କରିଥିଲେ । ଶ୍ରୀମତୀ ମାହୁଁନ୍ତଙ୍କର ଏପରି ସାହାସିକତା ପାଇଁ ଅଂଚଳବାସୀ ଖୁବ୍ ପ୍ରଶଂସା କରୁଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୨୫ ତମ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ର ଅନ୍ତିମ ଦିବସ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦାନବୀର ଜଗତଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

masiha

ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ 

Sunil Chandra Nayak

Leave a Comment

error: Content is protected !!