ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତି ସ୍ତରୀୟ ମିଳିତ ଜନ ଶୁଣାଣି 

ପଞ୍ଚାୟତ ସମିତି ସ୍ତରୀୟ ମିଳିତ ଜନ ଶୁଣାଣି

ଆସିକା, ୩୧/୩/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ସ୍ତରୀୟ ଏମ ଜି ଏନ ଆର ଇ ଜି ଏ,ସମଗ୍ର ଶିକ୍ଷା,ଉଦ୍ୟାନ ବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ ଓ ଜଙ୍ଗଲ ବିଭାଗର ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଉପ ଜିଲ୍ଲାପାଳ ଛତ୍ରପୁର ପାର୍ଥ ସାରଥୀ ହାଁସଦା, ବି ଡି ଓ ସଂଗ୍ରାମ କେଶରୀ ଜେନା, ଏ ବି ଡି ଓ ସୁଶିଲ ପଟନାୟକ, ସହକାରି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,ବି ଇ ଓ ରମେଶ ଚନ୍ଦ୍ର ସାହୁ, ଏ ବି ଇ ଓ ସୌରୀ ଶଙ୍କର ବେହେରା, ଏ ପି ଓ ନନ୍ଦିନୀ ଦାସ, ବି ଏସ ଏ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ 2025-26 ଆର୍ଥିକ ବର୍ଷରେ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରାଯାଇଥିଲା । ଏହି ସମୟସୀମା ମଧ୍ୟରେ ତିନି ଲକ୍ଷ ପଚିଶ ହଜାର ନଅସହ ଷାଠିଏ ଗୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ 135 ଜଣ ଜବକାର୍ଡ ଧରି 100 ଦିନର କାମ ସମ୍ପୂର୍ଣ୍ଣ କରିଥିବା ଜଣାଯାଇଛି । ସେହିପରି ସମଗ୍ରଶିକ୍ଷାର 28 ଗୋଟି ବିଦ୍ୟାଳୟର ସମୀକ୍ଷା କରାଯାଇଥିଲା। ଅନ୍ୟ ଲାଇନ ବିଭାଗ ମଧ୍ୟରେ ମୃତ୍ତିକା ସଂରକ୍ଷଣ,ଉଦ୍ୟାନ ଓ ଜଙ୍ଗଲ ବିଭାଗର କାର୍ଯ୍ୟର ସମୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମରେ ଏ ସି ପି ଅମେସ ବେହେରା,ସଞ୍ଜୀବ ରାଉଳ,ଦୀପକ ପଟ୍ଟନାୟକ ଓ ଆଶୁତୋଷ ପ୍ରଧାନ ସହଯୋଗ ପ୍ରଦାନ କରିଥିଲେ। ଏ ବି ଡି ଓ ସୁଶିଲ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ବିଷ୍ଣୁ ଭାଇଙ୍କ ବିୟୋଗରେ ଆଦର୍ଶ ପାଠାଗାରର ଶୋକ

୨୫ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ସମ୍ପନ୍ନ  ଶ୍ରେଷ୍ଠ ପ୍ରାୟୋଜିତ ନାଟକ ତୋ କଥା ଭାରି ମନେ ପଡେ, ଶ୍ରେଷ୍ଠ ନିର୍ଦ୍ଦେଶକ ଗଙ୍ଗାଧର ରାଉତ, ଶ୍ରେଷ୍ଠ ଅଭିନେତା ଶୁଭେନ୍ଦୁ ସାମଲ ଓ ଶ୍ରେଷ୍ଠ ଅଭିନେତ୍ରୀ ମଧୁମିତା ମହାନନ୍ଦ ସମ୍ବର୍ଦ୍ଧିତ 

Sunil Chandra Nayak

ଜୁନାଗଡ଼ ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!