ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବି ଦଶ ଦିନ ମଧ୍ୟରେ ଦାବି ପୂରଣ ନହେଲେ ରାସ୍ତାରୋକ ଚେତାବନୀ

ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବି

ଦଶ ଦିନ ମଧ୍ୟରେ ଦାବି ପୂରଣ ନହେଲେ ରାସ୍ତାରୋକ ଚେତାବନୀ

ଲାଞ୍ଜିଗଡ଼, ୧୨/୦୯(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ଅନ୍ତର୍ଗତ ୧୭ଗୋଟି ଗାଁ ଲୋକଙ୍କ ପାଇଁ ଗତ ୨୦୧୯-୨୦ ବର୍ଷରେ ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ହୋଇଥିଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ଏହି ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବାବେଳେ ଟେଣ୍ଡର ନେଇଥିବା ଠିକାଦାର ନିଜର ପାଞ୍ଚବର୍ଷ ଅବଧି ମଧ୍ୟରେ ରକ୍ଷଣାବେକ୍ଷଣ ତ ଦୂରର କଥା ଏହାର ସାମାନ୍ୟ ମରାମତି ମଧ୍ୟ କଲେ ନାହିଁ। ଫଳରେ ରାସ୍ତା ନିର୍ମାଣ ହେବାର ବର୍ଷକ ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିଲା। ସେଇଦିନଠୁ ଆଜିକୁ ଛଅବର୍ଷ ହେଲା ଏହି ରାସ୍ତାରେ ଯାତାୟତ କରିବା ମୁସ୍କିଲ ହୋଇପଡିଛି। ଏପରିକି ସାତ କିମି ଦୂର ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ଖାଲଖମା ଭରି ରହିଥିବାବେଳେ ବର୍ଷା ଦିନରେ ଜୀବନ ଦୁର୍ବିସହ ହୋଇପଡିଛି। ରାସ୍ତାରେ କୌଣସି ଯାନବାହନ ଯିବା ଅସମ୍ଭବ ହୋଇଯାଉଥିବାବେଳେ ରୋଗୀ, ଗର୍ଭବତୀ ମହିଳାଙ୍କୁ ନେବା ଆଣିବା ପାଇଁ ଅଞ୍ଚଳକୁ ଆମ୍ବୁଲାନ୍ସଟିଏ ଆସି ପାରୁନାହିଁ। ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜ ଯିବାକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାକୁ ନେଇ ଅଞ୍ଚଳର ୧୭ ଗୋଟି ଗାଁର ପ୍ରାୟ ପାଞ୍ଚ ହଜାର ଲୋକେ ମରଣ ଯନ୍ତ୍ରଣା ଭୋଗୁଥିବାବେଳେ ବାରମ୍ବାର ଦାବି ଓ ଅଭିଯୋଗ ପରେ ବି ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦୌ ଦୃଷ୍ଟିପାତ କରୁନାହିଁ। ରାସ୍ତା ସମସ୍ୟାକୁ ନେଇ ତା. ୦୬. ୦୬. ୨୦୨୫ ରିଖ ଓ ତା. ୨୧. ୦୭. ୨୦୨୫ରିଖରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ ଲୋକେ। ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିଲା ନାହିଁ। ଏହାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେଉଥିବାବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା ଦଶ ଦିନ ମଧ୍ୟରେ କୌଣସି ପଦକ୍ଷେପ ନିଆନଗଲେ ଭବାନୀପାଟଣା- ରାୟଗଡା ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧ ଛକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ। ଏହି ସମୟରେ କୌଣସି ଅଘଟଣ ଘଟିଲେ ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ରହିବ ବୋଲି ସେମାନେ ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅଞ୍ଚଳର ଶତାଧିକ ଲୋକେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେରଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଲାଞ୍ଜିଗଡ଼ ବିଡିଓଙ୍କ ଅନୁପସ୍ଥିତିରେ ବ୍ଲକ ଅର୍ଥ ଅଧିକାରୀ ନୀଳାମ୍ବର ଜାନୀ ଓ ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

BIKAS PADHI ENTERS ETERNITY 

Sunil Chandra Nayak

ମୁଣ୍ଡରା ଗୁଡା ଛକରେ ଘଟୁଛି ଦୁର୍ଘଟଣା ହମ୍ପସ ଦାବି କଲେ ଲୋକେ

Sunil Chandra Nayak

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିର ରେ ଗାନ୍ଧୀ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!