ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମିବିକ୍ରୀକୁ ଅନୁମୋଦନ କରୁ ନାହାନ୍ତି ଖଇରା ଉପ-ନିର୍ବନ୍ଧକ ଅଧିକାରୀ,୮୮ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ 

ଜମିବିକ୍ରୀକୁ ଅନୁମୋଦନ କରୁ ନାହାନ୍ତି ଖଇରା ଉପ-ନିର୍ବନ୍ଧକ ଅଧିକାରୀ,୮୮ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ 

 ଖଇରା,୨୦/୫/୨୫ – ବାଲେଶ୍ଵର ଜିଲ୍ଲା ଖଇରା ଉପ-ନିବନ୍ଧକଙ୍କ ଅଧିନ ସାରକୋଣା ଗ୍ରାମର ନିଶାକର ଦାସ ଜମି ବିକ୍ରୀ ପାଇଁ ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ଗତ ତା ୧୭/୪/୨୦୨୫ ରିଖ ଦିନ ଶେଷ କରିଥିଲେ ମଧ୍ୟ ଖଇରା ଉପ- ନିବନ୍ଧକ ଅଧିକାରୀ ଅମିତ୍ ରଞ୍ଜନ ହୋତା ଦଲିଲକୁ ଅନୁମୋଦନ ନ କରିବାରୁ ବିକ୍ରେତା ଶ୍ରୀ ଦାସ ନିରାଶ ହୋଇ ଫେରିଛନ୍ତି । ପ୍ରାୟ ୧ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଆଜି କାଲି କହି ଚାଲିଛନ୍ତି । ଏ କାଗଜପତ୍ର ଆଣ, ସେ କାଗଜପତ୍ର ଆଣ ବୋଲି କହି ବାହାନା କରିଚାଲିଛନ୍ତି ।

 ଅଭିଯୋଗକାରୀ ଶ୍ରୀ ଦାସ ଜଣେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗୁଥିବା ରୋଗୀ ମଣିଷ । ସେ ମଧ୍ୟ ଜଣେ ପକ୍ଷାଘାତ ରୋଗୀ । ବାରମ୍ବାର ଅଫିସକୁ ଯିବା ଆସିବା ତା’ ପାଇଁ କଷ୍ଟସାଧ୍ୟ । ଅନ୍ୟର ସହାୟତା ଏକାନ୍ତ ଆବଶ୍ୟକ । ଏ ଵିଷୟରେ ୮୮ ବର୍ଷ ଵୟସର ବୃଦ୍ଧ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜସ୍ବ କମିଶନର, ଆରଡିସି କଟକ, ଜିଲ୍ଲାପାଳ ବାଲେଶ୍ଵର, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଉପ-ନିବନ୍ଧକଙ୍କୁ ମେ ମାସ ୧ ତାରିଖରେ ଇ-ମେଲ୍ ମାଧ୍ୟମରେ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯଦି ସାତ ଦିନ ମଧ୍ୟରେ ତାଙ୍କ ଦଲିଲ ଅନୁମୋଦନ ନକରାଯାଏ, ତେବେ ଖଇରା ଉପ-ନିବନ୍ଧକ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ଶ୍ରୀ ଦାସ । ଏହାପରେ ଯଦି ନ୍ଯାୟ ନମିଳେ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟରେ ଉପ-ନିବନ୍ଧକ ଦ୍ବାୟିତ୍ବରେ ଥିବା ଶ୍ରୀ ହୋତାଙ୍କ ବିରୋଧରେ ବ୍ଯାକ୍ତିଗତ ଭାବେ କେସ୍ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ପ୍ରକାଶ ଥାଉକି- ନିଶାକର ଦାସଙ୍କ ନାମରେ କେନ୍ଦୁଭଦଳୀ ମୌଜାରେ ଥିବା ୭୩ ଡିସିମିଲ ଜମିକୁ ସାରକୋଣା ଗ୍ରାମର ନିବେଦିତା ମହାନ୍ତିଙ୍କୁ ବିକିବା ପାଇଁ ଜମିର ଇସ୍ ସହ ସମସ୍ତ କାଗଜପତ୍ର ପ୍ରଦାନ କରିଥିଲା ବେଳେ ଅନ୍ ଲାଇନରେ ପଞ୍ଜିକରଣ ଦଲିଲ୍ ଆଇଡି ନମ୍ବର ସହ ବିକ୍ରେତା ଓ କେତ୍ରାଙ୍କ ଫୋଟୋ ଉଠାଣ ଏବଂ ଉଭୟଙ୍କ ଆଧାର କାର୍ଡ ଓ ପାନ୍ କାର୍ଡ ନିଜେ ଉପ-ନିବନ୍ଧକ ଅଧିକାରୀ ଶ୍ରୀ ହୋତା ତଦନ୍ତ କରିବା ପରେ କେଉଁ କାରଣରୁ ଦଲିଲକୁ ଅନୁମୋଦନ ନକରି କାର୍ଯ୍ୟାଳୟରେ ପକାଇ ରଖିଛନ୍ତି, ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ’ଣ ରହିଛି ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡୁ ନାହିଁ, ଯଦି ଗତ ତା ୧୭/୪/୨୦୨୫ ରିଖ ଠାରୁ ଦଲିଲ ଅନୁମୋଦନ ହୋଇ ଥାଆନ୍ତା କ୍ରେତାଙ୍କ ନାମରେ ଖତିଆନ ହୋଇ ସାରିଥାଆନ୍ତା ।ଦାୟିତ୍ବାଧିକାରୀଙ୍କୁ ଏ ବାବଦରେ ଯୋଗାଯୋଗ କରିବାରୁ ଜମି ବିକ୍ରୀ ପାଇଁ ଜମିର ପୂର୍ବ ନାମଜାରୀ କାଗଜପତ୍ର ସମେତ ଅନ୍ୟ କିଛି ରେକର୍ଡ ସୋର ଓ ଖଇରା ତହସିଲରୁ ଆଣିବା ପାଇଁ ଗତ ୧୭ ତାରିଖରେ ଏକ ନୋଟିସ ଶ୍ରୀ ଦାସଙ୍କୁ କରିଥିଲେ । ହେଲେ ଶ୍ରୀ ଦାସ ଖଇରା ଓ ସୋର ତହସିଲ କାର୍ଯ୍ୟାଳୟରୁ ସମସ୍ତ କାଗଜପତ୍ର ଆଣି ଧାର୍ଯ୍ୟ ତାରିଖ ପୂର୍ବରୁ ଜମା କରିଥିଲେ ମଧ୍ୟ ଶ୍ରୀ ହୋତା ଦଲିଲକୁ ଅନୁମୋଦନ କରୁନାହାନ୍ତି । ଏ ବିଷୟରେ ଜିଲ୍ଲା ଉପ-ନିବନ୍ଧକ ବାରମ୍ବାର ଦଲିଲ ଅନୁମୋଦନ ପାଇଁ କହିଥିଲେ ମଧ୍ୟ ଶ୍ରୀ ହୋତା ନକରି ପକାଇ ରଖିଛନ୍ତି । ଯଦି ଆପଣ ମୋ ଦଲିଲ ଅନୁମୋଦନ କରୁ ନାହାନ୍ତି, ତାହାଲେ କାରଣ ଦର୍ଶାଇ ଦଲିଲ ରଦ୍ଦ କରି ଫେରାଇବାକୁ ଉପ-ନିବନ୍ଧକଙ୍କୁ ଅନୁରୋଧ କରିଛନ୍ତିି ଶ୍ରୀ ଦାସ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗାଁକୁ ନାହିଁ ପକ୍କା ରାସ୍ତା,ଲୋକେ ହନୁସନ୍ତ

Sunil Chandra Nayak

କଳାକାରମାନେ କାହାରି ଅବଜ୍ଞାର ପାତ୍ର ନୁହନ୍ତି : କଣ୍ଠଶିଳ୍ପୀ ଶୈଳଭାମା 

Sunil Chandra Nayak

ଜିଲା ସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ 

masiha

Leave a Comment

error: Content is protected !!