ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନନ୍ଦ ଉତ୍ସବ ଅବସରରେ ଶାସ୍ତ୍ରୀୟ ନୃତ୍ୟରେ ପ୍ରକମ୍ପିତ ହେଲା ରବୀନ୍ଦ୍ର ମଣ୍ଡପ

ଆନନ୍ଦ ଉତ୍ସବ ଅବସରରେ ଶାସ୍ତ୍ରୀୟ ନୃତ୍ୟରେ ପ୍ରକମ୍ପିତ ହେଲା ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ଵର:-ରାଜ୍ୟର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ କଳିଙ୍ଗାୟନ ତୋର୍ଯ୍ୟତ୍ରିକମ ଦ୍ବାରା ଆୟୋଜିତ ଅନନ୍ଦ ଉତ୍ସବ-୨୦୨୫ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ପ୍ରାରମ୍ଭରେ ଅନୁଷ୍ଠାନର ଶିଳ୍ପୀଙ୍କ ସହ ଅତିଥ୍ ଶିଳ୍ପୀ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଶଣ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲା।

ଅତିଥିଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଯୋଗଦେଇ ଶିଳ୍ପୀଙ୍କୁ ସମ୍ବଦ୍ଧନା ସହ ଗୁରୁ ପୁଷ୍ପିତା ମିଶ୍ରଙ୍କ ପ୍ରୟାସର ପ୍ରଶଂସା କରିଥିଲେ ଏହି ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ମିନାକ୍ଷୀ ବେହେରା ଓ ଗୁରୁ ଶରତ ଦାସଙ୍କୁ ‘ଆନନ୍ଦଶ୍ରୀ ସମ୍ମାନ’ ପ୍ରଦାନ ପୂର୍ବକ ଗୁରୁ ଦ୍ବୟଙ୍କୁ ପୁଷ୍ପ ଅଭିଷେକ ପୂର୍ବକ ଅର୍ଜନା କରାଯାଇଥିଲା । ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଛାତ୍ରୀ ବିଦୁସ୍ମିତା ଓଝାଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ରାଜ କିଶୋର ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଅଭିଭାବକ ଭାବେ ବାଦଲ ପଟ୍ଟନାୟକଙ୍କୁ ଅନୁଷ୍ଠାନର ଗୌରବ ସମ୍ମାନ ପ୍ରଦାନ କାରାଯାଇଥିଲା।

ଅପରାହ୍ନ ଅଧିବେଶନରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମୁଖ୍ୟ ଟ୍ରଷ୍ଟି ଅଂଶୁମାନ ମିଶ୍ର ପ୍ରମୁଖ ଯୋଗଦେଇ ଶିଳ୍ପୀଙ୍କୁ ପ୍ରମାଣ ପତ୍ର ଓ ସ୍ମୃତି ସନ୍ତକ ପ୍ରଦାନ କରିଥଲେ।ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ ଗୁରୁ ପୁଷ୍ପିତା ମିଶ୍ର ଧନ୍ୟବାଦ ଦେଇଥିଲେ | 

ସତୀଶ କୁମାର ଦାସ ଙ୍କ ରିପୋର୍ଟ୍ 

Related posts

କିଆଜୋଡି ଠାରେ ପୋଲ ନାଳରେ କାର ଲେଉଟି ଅଳ୍ପକେ ବର୍ତ୍ତିଲେ ତିନିଜଣ ଯାତ୍ରୀ

masiha

Rayagada Division Observes Constitution Day at DRM Camp Office

Sunil Chandra Nayak

ଆଇ.ସି.ଏସ.ଇ ପରୀକ୍ଷାରେ ୨ୟ ସ୍ଥାନ ଅଧିକାରକରି ବାଜିମାତ କଲେ ପ୍ରୀତିକା ମିଶ୍ର

Sunil Chandra Nayak

Leave a Comment

error: Content is protected !!