ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ 

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ 

ବାଲିଗୁଡ଼ା, ତା, ୧୪/୦୬: (ମନିସ): ବିଶ୍ବ ରକ୍ତଦାତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ବିପଦର ବନ୍ଧୁ” ର ସମସ୍ତ ସଦସ୍ୟ,ସଦସ୍ୟା ପୂର୍ଣ୍ଣ ସହଯୋଗ କରିବା ସହ ସ୍ବେଛାକୃତ ରକ୍ତଦାନ କରିଥିଲେ । ସ୍ଥାନୀୟ ବିଏସ୍ଏଫ ଜବାନ, ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର, କର୍ମଚାରୀଙ୍କ ସମେତ ଅଞ୍ଚଳର ବହୁ ଯୁବକ ଯୁବତୀ ଏଥିରେ ସାମିଲ ହୋଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ସମୁଦାୟ ୬୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି । ସବୁବେଳେ ଆବଶ୍ୟକ ରୋଗୀଙ୍କୁ ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଉଥିବା ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ,ସଦସ୍ୟା ମାନଙ୍କୁ ଉତ୍ସାହିତ କରିବା ପାଇଁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସମ୍ମାନିତ କରିବା ସହ ମାନପତ୍ର ଦିଆଯାଇଛି । ରୋଗୀ ସେବାରେ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସହଯୋଗ କରୁଛୁ ଏବଂ ଆବଶ୍ୟକ ରୋଗୀଙ୍କୁ ରକ୍ତଦାନ କରିଆସୁଛୁ ଏହି ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି କହିଛନ୍ତି ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ ସୁନିଲ୍ ପାତ୍ର ଓ ସଦସ୍ୟା ତେଜସ୍ବିନି ନାୟକ । ଅନ୍ୟପଟେ ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ,ସଦସ୍ୟା ଆମକୁ ସବୁବେଳେ ସହଯୋଗ କରିବା ସହ ସ୍ବେଛାକୃତ ଭାବେ ରୋଗୀଙ୍କୁ ରକ୍ତଦାନ କରୁଛନ୍ତି ଆମେ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ତାଙ୍କ ସହଯୋଗ କାମନା କରୁଛୁ ବୋଲି ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏସ୍. ରାମ ପାତ୍ର ପ୍ରକାଶ କରିଛନ୍ତି ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ, ନୟନଙ୍କ ୧୧ଜଣିଆ ଟିମ୍‌ର ନାମାଙ୍କନ ଦାଖଲ

Sunil Chandra Nayak

ମନରେଗା ଯୋଜନା ରେ ଘୋଟଲା , ଶ୍ରମିକ ବଦଳ ରେ ମେସିନ କରୁଛି କାମ

ଡବ୍ଲ୍ୟୁଜେୟୁ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!