ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡଳ ବିଦେଶୀ ମଦ ଦୋକାନକୁ ଅହେତୁକ ଅନୁକମ୍ପା କାହା ସ୍ୱାର୍ଥରେ ?

ମଣ୍ଡଳ ବିଦେଶୀ ମଦ ଦୋକାନକୁ ଅହେତୁକ ଅନୁକମ୍ପା କାହା ସ୍ୱାର୍ଥରେ ?

କଲମପୁର -୫/୧(ମସିହା ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅବକାରୀ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅଧିନରେ ରହିଥିବା ବିଦେଶୀ ମଦ ଦୋକାନ ମାନଙ୍କ ମଧ୍ୟରୁ କଲମପୁର ଅଞ୍ଚଳରେ ୪ଟି ବିଦେଶୀ ମଦ ଦୋକାନ ଓ ୨ଟି ଦେଶୀ ରନ୍ଧା ମଦଭାଟି ରହିଛି,ସେଥି ମଧ୍ୟରେ ମଣ୍ଡଳ ଠାରେ ଅବସ୍ଥାପିତ ଠିପି ଖୋଲା ବିଦେଶୀ ମଦ ଦୋକାନ ଅନ୍ୟତମ, ଏହି ମଦ ଦୋକାନ ନାମରେ ଦୀର୍ଘ ଦିନ ହେବ ବିଭିନ୍ନ ପ୍ରକାରର ଅନିୟମିତତା ଅଭିଯୋଗ ହୋଇ ଆସୁଛି,ଖାଉଟିଙ୍କ ଅଭିଯୋଗ ଅନୁସାରେ ଏହି ଦୋକାନରେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମ ଖୋଲାଖୋଲି ଭାବେ ନିଆଯାଉଛି, ଗୋଟିଏ ନିବର ଦାମ ୨୧୦ଟଙ୍କା ଧାର୍ଯ୍ୟ ମୁଲ୍ୟ ରହିଥିବା ବେଳେ ସେ ୨୦ଟଙ୍କା ଯୋଗ କରି ୨୩୦ଟଙ୍କାରେ ବିକ୍ରି କରୁଛି, ତେବେ ଏହି ୨୦ ଟଙ୍କା ଯାଉଛି କୁଆଡ଼େ,କାହା କାହା ଭାଗରେ ଏହି ଟଙ୍କା ଭାଗବଣ୍ଟା ହେଉଛି, ଏଥିପାଇଁ ଖାଉଟି କୋଟି କୋଟି ଟଙ୍କା ଶୋଷଣର ଶିକାର ହେଉଛି,ଏହା ସରକାରୀ ନିୟମର ଖୋଲା ଉଲଂଘନ ହୋଇଥିବା ବେଳେ ସଂପୃକ୍ତ ବିଭାଗ ବର୍ଷ ବର୍ଷ ଧରି ନୀରବ ଦ୍ରଷ୍ଟା କେଉଁ ସ୍ଵାର୍ଥରେ ସାଜିଛି,ମଦ ବିକ୍ରୟ ସହିତ ବିଲ ଦେବାର ପ୍ରାବଧାନ ରହିଥିବା ବେଳେ ଏହି ଦୋକାନ ଏହି ନୀୟମକୁ ପାଳନ କରୁନାହିଁ, ଦୋକାନ ଖୋଲିବା ଓ ବନ୍ଧ କରିବା ସମୟ ସରକାରୀ ସ୍ତରରେ ନିର୍ଘଣ୍ଟ ହୋଇଥିବା ବେଳେ ଏହାକୁ ମଧ୍ୟ ଖାତିର କରାଯାଉ ନାହିଁ, ସର୍ବଦା ମୂଖ୍ୟ ଫାଟକ ଖୋଲା ହୋଇ ଦୋକାନ ପଛପଟ ଫାଟକ ଦେଇ ଅସମୟରେ ମଧ୍ୟ ମଦ ବିକ୍ରୟ ହେବା ସହିତ ଗାଁ ଗାଁକୁ ମଦ ସେହି ପଥରେ ନିୟମିତ ଚାଲାଣ ହେବାରେ ଲାଗିଛି,ବିଗତ ଦିନରେ ଏହି ଦୋକାନ ଉପରେ ସଂଗିନ ଅଭିଯୋଗ ହୋଇଥିଲା, ଏଠାରେ ନକଳି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଚଡାଉ କରାଯାଇ ଥିଲା , ସେଥିପାଇଁ କିଛି ସମୟ ଦୋକାନକୁ ବନ୍ଧ କରି ଦିଆଯାଇଥିଲା, ପ୍ରାତଃରୁ ମଦ ବିଭିନ୍ନ ଗ୍ରାମକୁ ଗାଡି ମଟରରେ ଚାଲାଣ ହେବା ପରେ ରାସ୍ତା ପାର୍ଶ୍ବରେ ଥିବା ବିକ୍ରୟ ଦରଜା ଖୋଲାଯିବା ଘଟଣା ନିତିଦିନ ଘଟି ଚାଲିଛି, ସରକାର ଅସାଧୁ ମଦ ବ୍ୟବସାୟୀ ମାନଙ୍କ ଉପରେ ଅଙ୍କୁଶ ଲାଗିବ ବୋଲି ଡିଣ୍ଡିମ ପିଟୁଥିବା ବେଳେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାହିଁ ବଡପ୍ରଶ୍ନ ପାଲଟିଛି, ଏନେଇ ଜୁନାଗଡ଼ ଅବକାରୀ ନୀରିକ୍ଷିକା ଲକ୍ଷ୍ମୀ ପ୍ରିୟା ମଲ୍ଲିକଙ୍କ ସହିତ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ ସମ୍ଭବ ହୋଇ ପାରିନଥିବା ବେଳେ ଖବର ପ୍ରସାରଣ ପରେ କି ପ୍ରତିକ୍ରିୟା ରଖୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ବୟାଳିଶମୌଜା ମୂଖ୍ୟ ରାସ୍ତା ସମସ୍ୟା ସମାଧାନ ନେଇ ଦାବୀକଲେ ବିଶିଷ୍ଠ ସମାଜସେବୀ ଇଂ. ଆଶୋକ ବିଶ୍ବାଳ ଓ ସ୍ଥାନୀୟ ବାସିନ୍ଦା 

masiha

ଜୁନାଗଡ଼ ହାଇସ୍କୁଲ ର ପୁର୍ବତନ ଶିକ୍ଷକ ପିତାମ୍ବର ବିଶି ଙ୍କ ବିୟୋଗ ରେ ପୁରାତନ ଛାତ୍ର ଙ୍କ ସ୍ମୃତି ଚାରଣ ଓ ଶୋକ ସଭା ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତିନି କର୍ମଚାରୀ ଙ୍କୁ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା

Leave a Comment

error: Content is protected !!