ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂଷାମରା ଔଷଧ ଖାଇ ମହିଳା ଙ୍କ ଆତ୍ମହତ୍ୟା 

ମୂଷାମରା ଔଷଧ ଖାଇ ମହିଳା ଙ୍କ ଆତ୍ମହତ୍ୟା 

   ଡାବୁଗାଁ, ୬/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଖଲିଗୁଡା ଗ୍ରାମରେ ମୂଷାମରା ଔଷଧ ଖାଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ସୋମବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଖଲିଗୁଡା ଗ୍ରାମର ପ୍ରକାଶ ଚନ୍ଦ୍ର ବେନିଆ ରବିବାର ରାତ୍ରିରେ ରାତ୍ର ଭୋଜନ ସାରି ଗ୍ରାମରେ ଥିବା ଚର୍ଚ୍ଚରେ ପରିସରରେ ହେଉଥିବା ମେଲୋଡି ଦେଖିବାକୁ ଯାଇଥିଲେ | ଘରେ ତାଙ୍କ ସ୍ତ୍ରୀ ରଶ୍ମୀ ବେନିଆ (୩୦) ଏକୁଟିଆ ରହିଥିଲେ | ପ୍ରକାଶ ଆଜି ଭୋର ପ୍ରାୟ ୩ ଘ. ସମୟରେ ମେଲୋଡି ଦେଖି ଘରକୁ ଫେରିଥିଲେ | ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ଙ୍କ ସହ ଝଗଡା ହୋଇଥିଲା | ସକାଳ ପ୍ରାୟ ୬ ଘ. ସମୟରେ ସ୍ତ୍ରୀ ରଶ୍ମୀ ବାନ୍ତି କରିବାରୁ ପ୍ରକାଶ କଣ ହେଲା ବାନ୍ତି କରୁଛୁ ବୋଲି ପଚାରିବାରୁ ମୂଷାମରା ଔଷଧ ଖାଇ ଦେଇଛି ବୋଲି କହିଥିଲା | ଏହା ପରେ ପ୍ରକାଶ ତାଙ୍କ ସ୍ତ୍ରୀ ଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ | ଏନେଇ ମୃତକର ସ୍ଵାମୀ ପ୍ରକାଶ ଚନ୍ଦ୍ର ବେନିଆ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଏନଏନକୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଝାପାଖଲ ସେବାଆଶ୍ରମ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା

masiha

ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

masiha

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ

masiha

Leave a Comment

error: Content is protected !!