ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡ଼ାହାଣ୍ଡି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

ପାପଡ଼ାହାଣ୍ଡି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

ନବରଙ୍ଗପୁର:(ତା. ୨୮.୦୯.୨୦୨୬)(ରବି ନାରାୟଣ ମହାନ୍ତି) ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗର ତ୍ୱରିତ ଶୁଣାଣି, ନିୟମାନୁଯାୟୀ ସମାଧାନ ଏବଂ ସରକାରୀ ସେବାକୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ନବରଙ୍ଗପୁର ଡ. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର ଏବଂ ପାପଡ଼ାହାଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କପିଳଦେବ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ।ଶିବିରରେ ଜନସାଧାରଣଙ୍କ ପକ୍ଷରୁ ମୋଟ ୪୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ଅଭିଯୋଗ, ୯ଟି ଗ୍ରାମସ୍ତରୀୟ ଅଭିଯୋଗ ଏବଂ ୧ଟି ରେଡକ୍ରସ୍ ପାଣ୍ଠି ସମ୍ବନ୍ଧୀୟ ଅଭିଯୋଗ ରହିଥିଲା।ଏହି ଅବସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ୧୦ ଜଣ ହିତାଧିକାରୀଙ୍କୁ ବିଧବା ପେନସନ୍ ଏବଂ ୧ ଜଣ ହିତାଧିକାରୀଙ୍କୁ ଭିନ୍ନକ୍ଷମ ପେନସନ୍ ପ୍ରଦାନ କରାଯାଇଥିଲା। ଏଥିସହ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ୧ଟି ହ୍ୱିଲ୍‌ଚେୟାର ପ୍ରଦାନ କରାଯାଇଥିଲା।ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଶିବିରରେ ଉପସ୍ଥିତ ଜନସାଧାରଣଙ୍କଠାରୁ ଅଭିଯୋଗ ଗ୍ରହଣ କରି ପ୍ରତ୍ୟେକ ସମସ୍ୟାର ବିଷୟବସ୍ତୁ ଶୁଣିଥିଲେ। ଅଭିଯୋଗଗୁଡ଼ିକର ନିୟମାନୁଯାୟୀ ଯାଞ୍ଚ କରି, ପ୍ରଚଳିତ ନିୟମ ଓ ଯୋଗ୍ୟତା ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ତ୍ୱରିତ ସମାଧାନ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ଅଭିଯୋଗର ନିୟମାନୁଯାୟୀ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ମାଧ୍ୟମରେ ଯଥାଶୀଘ୍ର ସମାଧାନ କରିବା ଏବଂ ଅଭିଯୋଗକାରୀଙ୍କୁ ଯଥାସମୟରେ ଅବଗତ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ ପ୍ରଶାସନ ସୁନିଶ୍ଚିତ କରିବା ସହିତ ସରକାରୀ ଯୋଜନା ଓ ଜନକଲ୍ୟାଣମୂଳକ ସେବାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ଜନ ଅଭିଯୋଗ ଶୁଣାଣି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ମାଧ୍ୟମ ଭାବେ କାର୍ଯ୍ୟ କରୁଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ନୂତନ ଥାନାଧିକାରୀଙ୍କ ଯୋଗଦାନ

Sunil Chandra Nayak

ଜିଲ୍ଲା ଦିଶା କମିଟି ବୈଠକ  ବିଭିନ୍ନ ଯୋଜନାରର ଅଗ୍ରଗତି ଓ ସଫଳତା ଉପରେ ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!