ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଧବାଙ୍କ ସହାୟତା ଟଙ୍କା ହଡ଼ପ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ

ଥୁଆମୂଳ ରାମପୁର:୦୧/୦୮ – (ମନିସ ):- ସମାଜରେ ଗରିବଙ୍କ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ସହାୟତା ରାଶି କୁ ମଧ୍ୟ ଆତ୍ମସାତ କରି କିଛି ଅସାଧୁ ବ୍ଯକ୍ତି କୋଟିପତି ହେବାପାଇଁ ଚେଷ୍ଟା କରୁଛନ୍ତି।ଏଭଳି ଭାବରେ ଗରିବ ଶ୍ରମିକ ଓ ବୃଦ୍ଧା ବୃଦ୍ଧା ଅସହାୟ ଙ୍କ ଉପରେ ବିଭିନ୍ନ ସମୟରେ ଅତ୍ଯାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଗରିବଙ୍କ ପାଇଁ ଯାହାବି ଯୋଜନା ଆସୁଛି ସମାଜର କିଛି ବ୍ଯକ୍ତି ତାହାକୁ ମଧ୍ୟ ଚଳୁ କରୁଛନ୍ତି ତଥାପି ସେମାନଙ୍କ ମନ ମାନୁନାହିଁ ଯେ, ଏହି ଗରିବ ନିରୀହ ଲୋକଙ୍କର ସହାୟତା ଅର୍ଥକୁ ମଧ୍ୟ ଆତ୍ମସାତ କରିବା ପାଇଁ ପଛାଉନାହାନ୍ତି। ମନୁଷ୍ୟ ଜୀବନ ପାଇଛନ୍ତି କେତେ କ ଅପରାଧୀ ମାନଙ୍କର ଜ୍ଞାନ ନାହିଁ, ସେନେଇ ଶିକ୍ଷିତ ସମାଜରେ ଉଦବେଗ ପ୍ରକାଶ ପାଉଛି। କେବେ ଏହି ଅପରାଧୀ ଙ୍କ ସଂଖ୍ୟା କମିବ ଆଉ ସମାଜ ରେ ଶାନ୍ତି ପ୍ରତିଷ୍ଠା ହେବ ତାହା ଉପର ବାଳାଙ୍କୁ ଭରସା। ସମାଜରେ ଗରିବ ଲୋକ ମାନଙ୍କୁ କାହିଁକି ବିଭିନ୍ନ ସମୟରେ ନାନା ପ୍ରକାର ହଇରାଣ ହରକତ କରୁଛନ୍ତି ଓ ସେମାନଙ୍କ ଅର୍ଥ କୁ ନେଇ ସେମାନେ ନିଜେ ମାଲାମାଲ ହେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବାରମ୍ବାର ଏଭଳି ଅର୍ଥ ଆତ୍ମସାତ ଘଟଣା ଘଟୁଥିବା ବେଳେ ପୁଣି ଥରେ ଆଉ ଗୋଟିଏ ଅର୍ଥ ଆତ୍ମସାତ ଅଭିଯୋଗ ସାମ୍ମାକୁ ଆସିଛି। ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କେରପାଇ ଗ୍ରାମପଞ୍ଚାୟତ ନିକଟସ୍ଥ କାଚଲେଖା ଗ୍ରାମର ବିଧବା ମହିଳାଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଥିଲା ବିଧବା ପାଇଥିବା ଏହି ଅର୍ଥକୁ ହଡ଼ପ କରାଯାଇଥିବା ନେଇ ବିଧବା ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଜଣାଯାଏ ଯେ ଗତବର୍ଷ ଲଗାଣ ବର୍ଷାରେ କାଚଲେଖା ଗ୍ରାମର କମାତାଡି ମାଝୀଙ୍କ ସ୍ବାମୀ ମାସିଆ ମାଝୀ କୌଣସି କାମନେଇ ଅନ୍ଯତ୍ର ଯିବା ପାଇଁ ନାଗାବଳୀ ନଦୀ ପାରି ହେଉଥିବା ସମୟରେ ପାଣିରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ତେଣୁ ସ୍ବାମୀଙ୍କ ମୃତ୍ୟୁବରଣର ସହାୟତା ରାଶି ମୋଟ ୪ ଲକ୍ଷ ଟଙ୍କା ପାଇଥିବା ଜାଣିପାରି ସଞ୍ଜୀବ ନାଏକ ନାମକ ଯୁବକ ୪ ଲକ୍ଷ ଟଙ୍କାକୁ ନେଇ ବ୍ଯାଙ୍କରେ ଜମା କରିଦେବି କହି କୁମାତାଡି ମାଝୀଙ୍କ ଠାରୁ ନେଇଗଲେ। ପରେ କୁମାତାଡି ମାଝୀଙ୍କୁ ସଞ୍ଜୀବ ନାଏକ ମାତ୍ର ୧ ଲକ୍ଷ ୨ ହଜାର ଟଙ୍କା ଦେଇ ବାକି ୨ ଲକ୍ଷ ୯୮ ହଜାର ଟଙ୍କା ଆତ୍ମସାତ କରିଥିବା ଘଟଣା କୁ ନେଇ ବିଧବା କୁମାତାଡି ମାଝୀ ସଞ୍ଜୀବ ନାଏକଙ୍କ ନାମରେ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଜଣାଯାଏ ଯେ, କୁଆଡେ ସଞ୍ଜୀବ ନାଏକଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ନାଏକଙ୍କ ନାମରେ ଏକ ମିନି ଗ୍ରାମ୍ଯ ବ୍ଯାଙ୍କ ଖୋଳିଛନ୍ତି। ସଞ୍ଜୀବ ନାଏକ କୁମାତାଡି ମାଝୀ ଙ୍କର ସରଳତା ସୁଯୋଗ ନେଇ ତାଙ୍କ ପାସବୁକ୍ ରୁ ୩୯ ଥର ଦଶ ଦଶ ହଜାର ଟଙ୍କା ଉଠାଣ କରି କୁମାତାଡି ମାଝୀ ଙ୍କୁ ମୋଟ ୧ ଲକ୍ଷ ୨ ହଜାର ଟଙ୍କା ଧରାଇଦେଇ ବାକିତକ ଟଙ୍କା ଆତ୍ମସାତ କରି ପୁଣି ବିଧବା କୁମାତାଡି ମାଝୀ ଙ୍କୁ ନାଲିଆଖି ଦେଖେଇ ଡରେଇ ଧମକାଇ ତୋର ଟଙ୍କା ଦେବି ନାହିଁ କହିବାରୁ ଶେଷରେ ବିଧବା ମହିଳା ଜଣକ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ବିଧବା ମହିଳା ଜଣକ ତାଙ୍କ ଟଙ୍କା ଫେରିପାଇବେ କେତେ ତାହା ଦେଖିବା ବାକି ରହିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପ୍ରେମିକାର ମୃତ ଦେହ ସହ ପ୍ରେମିକର ରକ୍ତାକ୍ତ ଶରୀର ଉଦ୍ଧାର

Sunil Chandra Nayak

ଭଇଁରୀଗୁଡା-ବାଗଡୁଙ୍ଗରୀ ହାତୀ ନଦୀ ଉପରେ ହେବ ପୋଲ। ଖର୍ଚ୍ଚ ହେବ ୨୧.୫୮ କୋଟି , ଆଟିଗାଁ-ଜୁନାଗଡ଼-ଗୋଲାମୁଣ୍ଡା ମଧ୍ୟରେ ଦୂରତ୍ୱ କମିବ

Sunil Chandra Nayak

ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ; ହିରୋ ହୋଣ୍ଡା ବାଇକ ସହ ୨୦ ଲି ଦେଶୀ ଚୋରା ମଦ ଜବତ ଓ ଜଣେ କୋର୍ଟ ଚାଲାଣ

masiha

Leave a Comment

error: Content is protected !!