ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା କଲେଜରେ ସଚେତନତା ଶିବିର ଅନୁଷ୍ଠିତ

ତେରେସିଂହା କଲେଜରେ ସଚେତନତା ଶିବିର ଅନୁଷ୍ଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ପକ୍ଷରୁ କର୍ମ କ୍ଷେତ୍ରରେ ନାରୀ ମାନଙ୍କର ଯୌନ ଉତ୍ପୀଡନ ବିରୁଦ୍ଧରେ ଏକ କର୍ମଶାଳା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କୌଶିକ ବାବା ଡ଼ିଗ୍ରୀ କଲେଜର ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସାମୟୀ ଦୁବେ, ମୁଖ୍ୟବକ୍ତା ଭାବେ କୌଶିକ ବାବା ଡ଼ିଗ୍ରୀ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଭାପତି ତଥା ପୀରବତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ମୁରଲୀଧର ରଣା ପ୍ରମୁଖ ଯୋଗଦେଇ ଥିବା ବେଳେ ଜାତୀୟ ସେବା ଯୋଜନା ସଂଯୋଜକ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଶାନ୍ତନୁ ମହାଖୁଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଦୁବେ ନାରୀର ସ୍ଥିତି ବିଷୟରେ ଆଲୋକପାତ କରିଥିବା ବେଳେ ମୁଖ୍ୟବକ୍ତା ଶ୍ରୀମାନ ମାଝୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ l ଅପରପକ୍ଷରେ ସମ୍ମାନିତ ଅତିଥି ଶ୍ରୀ ରଣା ସରକାରଙ୍କ ନୀତି, ନିୟମ ଏବଂ ନାରୀଙ୍କ କର୍ତ୍ତବ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ l ଶେଷରେ ଅଧ୍ୟାପକ ଶ୍ରୀ ମହାଖୁଡ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ପିଅନ ଡୋଳାମଣି ଗହୀର, ରାଧାମୋହନ ଗହୀର ଓ ତପୋବନ୍ତ ଗହୀର ପ୍ରମୁଖ ସହଯୋଗ କରିଥିଲେ l ସେହିପରି ଗ୍ରାମର କୌଶିକ ବାବା +୩ ମହାବିଦ୍ୟାଳୟ, ତେରେସିଂହା ଠାରେ ଏନ୍.ଏସ୍.ଏସ୍ ତରଫରୁ Sexual harassment at work place prevention week ପାଳିତ ହୋଇ ଯାଇଛି l ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୁ ଏନ୍ ଏସ ଏସ ଅଧିକାରୀ ଅଧ୍ୟାପକ ରବି ମାଝୀ ପରିଚାଳନା କରିଥିବା ବେଳେ ଅଧ୍ୟାପକ ମାନସ ରଞ୍ଜନ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନ ଧର୍ମୀ ବାର୍ତ୍ତା ରଖିଥିଲେ l ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, ଅଧ୍ୟାପକ କୌସ୍ତୁଭ ସାହୁ, ଚମ୍ପୁଲାଲ୍ ରଣା ପ୍ରମୁଖ ସହଯୋଗ କରି ଥିଲେ l ଅଧ୍ୟକ୍ଷା ଲିପ୍ସାମୟୀ ଦୂବେ ଏନ୍ ଏସ୍ ଏସ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ନାରୀ ସୁରକ୍ଷା ପାଇଁ ଏହା ଏକ ଅଭିନବ ପଦକ୍ଷେପ ବୋଲି ପ୍ରଶଂସା କରିଥିଲେ l ପରିଶେଷରେ ଶ୍ରୀ ମାଝୀ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କେନ୍ଦୁଝରରେ ବିଶ୍ବ ହିନ୍ଦୁ ପରିଷଦର ଭଦ୍ରାସାହି ଛକ ର ବନ୍ଦର ପ୍ରଭାବ, ସକାଳରୁ ବନ୍ଦ ଯାନଚଳାଚଳ ଓ ବ୍ୟାପାରବାଣିଜ୍ୟ

Sunil Chandra Nayak

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

Sunil Chandra Nayak

ରାଇରଙ୍ଗପୁରରେ ଦୁଇ ଦିବସୀୟ ଜାତୀୟ ହୋ ଲେଖକ ଓ କବି ସମ୍ମିଳନୀ- ୨୦୨୩ 

Sunil Chandra Nayak

Leave a Comment

error: Content is protected !!